ରାଉରକେଲା (ମଳୟ ରଂଜନ ସାହୁ): ମୁମ୍ବାଇରୁ ଆସି ରାଉରକେଲାରେ ବିମାନ ପହଞ୍ଚି ସାରିଥିଲା। ସ୍ଥାନୀୟ ଡାକ୍ତରଖାନାରୁ ଗୁରୁତର ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇ ସାରିଥିଲା। ଅଳ୍ପ ସମୟ ମଧ୍ୟରେ ଗୁରୁତର ବ୍ୟକ୍ତି ରାଉରକେଲାରୁ ମୁମ୍ବାଇ ଅଭିମୁଖେ ଏୟାର ଆମ୍ବୁଲାନ୍ସରେ ଯାଇଥାନ୍ତେ। କିନ୍ତୁ ଭାଗ୍ୟର ଖେଳ ବିଚିତ୍ର। ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ଘରୋଇ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଗତ ୧୦ ତାରିଖ ଦିନ ବିମାନ ଦୁର୍ଘଟଣାର ଶିକାର ହୋଇଥିବା ସୁଶାନ୍ତ ବିଶ୍ବାଳଙ୍କର ଆଜି ଅପରାହଣ୍ରେ ମୃତ୍ୟୁ ଘଟିଛି।
ସୁଶାନ୍ତ ଗୁରୁତର ହେବା ସୂଚନା ପାଇ ଆଜି ‘ଇଣ୍ଡିଆ ୱାନ ଏୟାର’ର ମୁଖ୍ୟ ନିର୍ବାହୀ ଅଧିକାରୀ ରାଉରକେଲାସ୍ଥିତ ହସ୍ପିଟାଲରେ ପହଂଚି ସାରିଥିଲେ l ମୁମ୍ବାଇରୁ ଏୟାର ଆମ୍ବୁଲାନ୍ସ ଅପରାହ୍ନ ୧ଟା ୪୦ ମିନିଟରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ସାରିଥିଲାl ସୁଶାନ୍ତଙ୍କୁ ଆଇସିୟୁରୁ ବାହାର କରି ଆମ୍ବୁଲାନ୍ସ ବିମାନବନ୍ଦରକୁ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲାl ତାଙ୍କୁ ମୁମ୍ବାଇର ନାନlବତୀ ହସ୍ପିଟାଲକୁ ନେବାକୁ ସମସ୍ତ ପ୍ରକ୍ରିୟା ମଧ୍ୟ ସରିଥିଲାl ସେପଟେ ଭଉଣୀ ଅନିତା ସାହୁ ଚିକିତ୍ସା ହେଉଛନ୍ତିl ତାଙ୍କ ମୁଣ୍ଡରେ ୧୮ଟି ଷ୍ଟିଚ୍ ପଡ଼ିଛିl
ଆହୁରି ପଢ଼ନ୍ତୁ: Chabahar Port: ଆମେରିକା ଶୁଳ୍କ ବୋମାର ପ୍ରଭାବ: ଇରାନର ଚାବାହାର ବନ୍ଦରରେ କାମ ବନ୍ଦ କଲା ଭାରତ
କେମିତି ଥିଲା ଦୁର୍ଘଟଣା?
ସୂଚନାଯୋଗ୍ୟ, ଭୁବନେଶ୍ୱରରୁ କୋଲକାତା ଯାଉଥିବା ବେଳେ ଜଲଦା କାଏଁସର ଗ୍ରାମର ଏକ ପଡ଼ିଆ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ୯ ସିଟର ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଗତ ୧୦ ତାରିଖ ଦିନ ଘଟିଥିଲା। ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଆହୁରି ପଢ଼ନ୍ତୁ: Cricket: ୧୯ବର୍ଷରୁ କମ୍ ବିଶ୍ବକପ୍: ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବୈଭବଙ୍କ ଆଉ ଏକ ବିଶ୍ବ କୀର୍ତ୍ତିମାନ
Follow Us