Advertisment

Literature: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Advertisment

ଆମ ନିକଟକୁ ଆସୁଥିବା ନୂଆ ନୂଆ ପୁସ୍ତକଗୁଡ଼ିକର ଚର୍ଚ୍ଚା ଏହି ସ୍ତମ୍ଭରେ କରାଯାଏ। ଆପଣମାନେ ଏହି ସ୍ତମ୍ଭରୁ ବିଭିନ୍ନ ପ୍ରକାର ବହି ବିଷୟରେ ସୂଚନା ପାଇପାରିବେ ଏବଂ ନୂଆ ପୁରୁଣା ଲେଖକଙ୍କ କୃତି ବିଷୟରେ ମଧ୍ୟ ଅବଗତ ହୋଇପାରିବେ।

ଆମ ନିକଟକୁ ଆସୁଥିବା ନୂଆ ନୂଆ ପୁସ୍ତକଗୁଡ଼ିକର ଚର୍ଚ୍ଚା ଏହି ସ୍ତମ୍ଭରେ କରାଯାଏ। ଆପଣମାନେ ଏହି ସ୍ତମ୍ଭରୁ ବିଭିନ୍ନ ପ୍ରକାର ବହି ବିଷୟରେ ସୂଚନା ପାଇପାରିବେ ଏବଂ ନୂଆ ପୁରୁଣା ଲେଖକଙ୍କ କୃତି ବିଷୟରେ ମଧ୍ୟ ଅବଗତ ହୋଇପାରିବେ।

Book Review

Photograph: (sambad.in)

ଶ୍ରୀରାଧା

ଗାଳ୍ପିକ: କୃପାସାଗର ସାହୁ
ପ୍ରକାଶକ: କୁସୁମିତା ପବ୍ଲିକେଶନ୍‌ସ
ଚନ୍ଦ୍ରଶେଖରପୁର, ଭୁବନେଶ୍ବର
ମୂଲ୍ୟ: ୨୦୦ ଟଙ୍କା, ପୃଷ୍ଠା: ୧୨୬

ଶ୍ରୀରାଧା- ସେ ପରମ ପ୍ରେମିକା, ସେ ପୁଣି ହ୍ଲାଦିନୀ ଶକ୍ତି ଓ ଦିବ୍ୟରୂପା। ଶ୍ରୀରାଧାଙ୍କୁ ନେଇ ସମୃଦ୍ଧ ଆମର ପୁରାଣ ପରମ୍ପରା। ବୈଷ୍ଣବୀୟ ତତ୍ତ୍ବଦର୍ଶନ‌ରେ ତାଙ୍କର ସ୍ଥାନ ସ୍ବତନ୍ତ୍ର। ଏସବୁ ସତ୍ତ୍ବେ ଶ୍ରୀରାଧାଙ୍କ ଲୌକିକ ଜୀବନକୁ ବେଶ୍‌ ମନୋଜ୍ଞ ଗଳ୍ପ ରୂପ ଦେଇଛନ୍ତି ଗାଳ୍ପିକ। ସଂକଳନର ପ୍ରଥମ ଗଳ୍ପ ‘ପଦ୍ମବନରେ ପରୀ’ ଶ୍ରୀରାଧାଙ୍କର ଧରାବତରଣକୁ କେନ୍ଦ୍ରକରି ଗଢ଼ିଉଠିଛି। ନାରଦ ବୃଷଭାନୁଙ୍କୁ କହୁଛନ୍ତି, ‘‘ହେ ବୃଷଭାନୁ, ଏ କନ୍ୟା ସାଧାରଣ କନ୍ୟା ନୁହେଁ। ସେ ଅଯୋନିସମ୍ଭୂତା। ସେ ସ୍ବର୍ଗଲୋକର ବିଷ୍ଣୁପ୍ରିୟା ଲକ୍ଷ୍ମୀ। ତାଙ୍କୁ ମର୍ତ୍ତ୍ୟଲୀଳା ପାଇଁ ସ୍ବୟଂ ବିଷ୍ଣୁ ଧରାଧାମକୁ ପ୍ରେରଣ କରିଛନ୍ତି।’’ ବୃଷଭାନୁଙ୍କ ପତ୍ନୀ କୀର୍ତ୍ତିଦା ଏବଂ ସମୁଦ୍ରସେନଙ୍କ ପତ୍ନୀ ସରିତା ସେମାନଙ୍କ ପୁଅ-ଝିଅକୁ ପରସ୍ପର ସହ ବିବାହ କରାଇବେ ବୋଲି କରିଥିବା ଶପଥ ଏବଂ ରାଧ‌ାଙ୍କ ମନରେ ଏହାକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବର କଥା ରହିଛି ‘ବାଗ୍‌ଦତ୍ତା’ ଗଳ୍ପରେ। ରାଧାଙ୍କ ଜୀବନର ଗତିପଥ କିପରି ବଦଳିଗଲା ତାହାର କାହାଣୀ ରହିଛି ‘ମୋହନ ବଂଶୀ’ରେ। ପ୍ରେମ ନର୍କଭୋଗକୁ ବି ତୁଚ୍ଛ କରିଦିଏ- ଏହି ଭାବଧାରା ପ୍ରତିଫଳିତ ହୋଇଛି ସଂକଳନର ଅନ୍ୟ ଏକ ଗଳ୍ପ ‘ପ୍ରେମର ପରାକାଷ୍ଠା’ରେ। ରାଧା କହୁଛନ୍ତି, ‘‘ମୋର ନରକର ଭୟ ନାହିଁ। ଯଦି ମୋର ପଦରଜରେ ଗୋବିନ୍ଦଙ୍କର ଯନ୍ତ୍ରଣା ଦୂର ହୋଇଯିବ, ମୋ ପାଇଁ ହଜାର ନରକ ହେବ ସ୍ବର୍ଗଭଳି।’’ ସଂକଳନଟିରେ ରହିଛି ଅଠରଟି ଗଳ୍ପ, ସବୁର କେନ୍ଦ୍ରରେ ଶ୍ରୀରାଧା।

ଆହୁରି ପଢ଼ନ୍ତୁ- 🔴 LIVE News Updates 2026 March 7: କୋଲାବ ଜଳଭଣ୍ଡାରରେ ୩ ଛାତ୍ର ବୁଡ଼ିଯାଇଥିବା ସୂଚନା; ବେପାରୀଙ୍କ ମାଡ଼ରେ ଲହୁଲୁହାଣ ପର୍ଯ୍ୟଟକ

ରଣକୁହୁଡ଼ି

କବୟିତ୍ରୀ: ଜୟନ୍ତିକା
ପ୍ରକାଶକ: ରତ୍ନଚିରା ପବ୍ଲିକେଶନ୍‌ସ,
ଭୁବନେଶ୍ବର
ମୂଲ୍ୟ: ୧୬୦ ଟଙ୍କା, 
ପୃଷ୍ଠା: ୧୧୧

‘‘ଜାଣିନଥିଲି, ଆକାଶର ତାରା ପରି ମୁହୂର୍ତ୍ତମାନେ ବି/ ଲିଭିଯା’ନ୍ତି ମନ ଆକାଶରୁ,/ ଏଇ ଅଛି ଏଇ ନାଇଁର ଆବେଗ ଓ ଆସକ୍ତି ଭିତରେ/ ଖେଳୁଥା’ନ୍ତି ଥିବା ନ ଥିବାର ଖେଳ।’’ ମନର ମାନଚିତ୍ରଟିଏ ଆଙ୍କିବା ସହଜ ନୁହେଁ, କାରଣ କ୍ଷଣ କ୍ଷଣରେ ଏଥିରେ ଘଟେ ଅନେକ ପରିବର୍ତ୍ତନ। କବୟିତ୍ରୀ ମଧ୍ୟ କହନ୍ତି, ‘‘ଅଜ୍ଞାତ ଆକାଶ ପରି ମନର ମାନଚିତ୍ର ବି ଅସ୍ଥିର, ଢଳଢଳ।’’ କେ‌େତବେ‌େଳ ଆ‌ଲୋକକୁ ତ କେତେବେଳେ ଅନ୍ଧାରକୁ ଭଲପାଏ ମଣିଷ। ଅନ୍ଧାରର ଆପଣାପଣ କଥ‌ା କହିବାକୁ ଯାଇ କବୟିତ୍ରୀ କହନ୍ତି, ‘‘ଅନ୍ଧାର ଆପଣାର ଲାଗେ,/ ଲୁହ ପରି, ନିଃଶ୍ବାସ ପରି, ଚୁମ୍ବନ ପରି/ ଜୀବନ ଜରାୟୁରୁ ଉତୁରି ଆସୁଥାଏ ନଗ୍ନସତ୍ୟ ସବୁ।’’ ‌କେବେ ପୁଣି ବର୍ତ୍ତମାନ ଅପେକ୍ଷା ଅତୀତର ଆଲିଙ୍ଗନରେ ଉଷ୍ମତାକୁ ସାଉଁଟେ କବିତାର ନ‌ାୟିକା। ଅବଶିଷ୍ଟ ମୁହୂର୍ତ୍ତମ‌ାନଙ୍କୁ ସେଇ ସ୍ମୃତିର ନିବିଡ଼ତାରେ କଟାଇଦେବାକୁ ଚାହେ। ସେ ସ୍ବୀକାର କରେ, ‘‘ସ୍ମୃତି ସବୁ କାଳେ କାଳେ ଅନ୍ତରଙ୍ଗ, ନିବିଡ଼/ ସେଇ ଉଷ୍ମତାକୁ ଆଶ୍ରାକରି ସରିଯାଉଥାଏ ରାତିଦିନ/ ଅବଶିଷ୍ଟ ଉଦାସ ଜୀବନ।’’ କେବଳ ଏତିକି ନୁହେଁ ଜୀବନର ବିବିଧ ଚିତ୍ରକୁ ସୁନ୍ଦର ଚିତ୍ରକଳ୍ପରେ ସଜାଇ ଦେଇଛନ୍ତି କବି। ପ୍ରତିଟି କବିତା ସୁଖପାଠ୍ୟ। ସଂକଳନଟିରେ ରହିଛି ଅର୍ଦ୍ଧଶତ କବିତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe