A Mother’s Pain: By Dr. Sitakanta Tripathy: ମା’ ର ବେଦନା, ଡ଼ ସୀତାକାନ୍ତ ତ୍ରିପାଠୀଙ୍କ କଲମରୁ ନିସୃତ ମାଆ ପାଇଁ ଦୁଇଧାଡ଼ି

Advertisment

ଏହି କବିତାଟିରେ ନାରୀଜୀବନର ଦୁଇଟି ବାସ୍ତବତାକୁ ଦେଖାଯାଇଛି। ଶୂନ୍ୟଗର୍ଭା ନାରୀ ମାତୃତ୍ୱ ନପାଇ ବେଳେବେଳେ ଅପମାନ ସହେ, କିନ୍ତୁ ପ୍ରସବବେଦନାର କଷ୍ଟ ସେ ଭୋଗେନି। ଅପରପଟେ, ରତ୍ନଗର୍ଭା ନାରୀ ମାତୃତ୍ୱର ଗୌରବ ପାଇଲେ ମଧ୍ୟ, ଗର୍ଭାବସ୍ଥାରୁ ପ୍ରସବ ପର୍ଯ୍ୟନ୍ତ ଅନେକ ଯନ୍ତ୍ରଣା ଓ ବେଦନା ବହନ କରିବାକୁ ପଡ଼େ।

Untitled-23

ମା’ ର ବେଦନା

ଡ଼ ସୀତାକାନ୍ତ ତ୍ରିପାଠୀ 

ବରଂ ଶୁଣିବାକୁ ମିଳୁ ଶୂନ୍ୟଗର୍ଭାର ଅପନିନ୍ଦା ଆଉ ନ ମିଳୁ କେବେ ପ୍ରସବ ବେଦନା,
କିନ୍ତୁ ରତ୍ନଗର୍ଭା ହେଲେ କେବଳ ମିଳିବ ସମୟ ପୂର୍ବରୁ ଗର୍ଭର ଯନ୍ତ୍ରଣା ଆଉ ସହିବାକୁ ହେବ ଅନେକ ଯାତନା ।

ମା’ ପଛେ ମରିଯାଉ କିମ୍ବା ଶଢୁ ଥାଉ ସେଥିପାଇଁ ନିଘା ନଥାଏ କାହାର,
ବରଂ ତାର ଗର୍ଭ  ଅଣ୍ଡାଳି ଅଣ୍ଡାଳି ଦରାଣ୍ଟନ୍ତି କାଳେ କିଛି ମିଳିଯିବ ଉପହାର ।

ଏଠି ପୁଣି ଗର୍ଭ କୁ ନେଇ ଚାଲେ ମୂଲଚାଲ ଆଉ ପାପ ପୁଣ୍ୟର  ବିଚାର,
କିଏ କହେ ମରିଯିବା ବରଂ ଭଲ କିନ୍ତୁ ଭୁଲ ଯେତେ ମିଥ୍ୟା ଅଭିସାର ।

ପୁଣ୍ୟାତ୍ମା ରୁ ପାପାତ୍ମା ହେବା ଭାରି ସହଜ କିନ୍ତୁ ସେଥିପାଇଁ ଗର୍ଭର କ’ଣ ସବୁ ଦୋଷ !
ମିଛିମିଛିକା ସମ୍ପର୍କକୁ ବୁଝିବା ପୂର୍ବରୁ ନିଜକୁ କରିଦିଏ ଶେଷ, ମେଣ୍ଟେଇବାକୁ କାହା କାମନାର ଶୋଷ ।

ଶୁନ୍ୟ, ପୁଣ୍ୟ ଓ ପାପ ଗର୍ଭ ର ବିଚାର କ’ଣ କେବେ କରିହେବ ଚର୍ମଚକ୍ଷୁ, ଶୁଣାକଥା ଆଉ କୋଷ୍ଠି ଚକ୍ରରେ,
ବରଂ ବୁଝିବାକୁ ହେବ ମା’ ର ବେଦନା  ଆଉ ଯିଏ ତାକୁ ଦେଇଛନ୍ତି ସକଳ ଯାତନା ଆମରି ଦରଦୀ ମନରେ।

ଆହୁରି ପଢ଼ନ୍ତୁ- GDP Growth : ୨ୟ ତ୍ରୈମାସରେ ୮.୨% ରହିବ ଦେଶର ଆର୍ଥିକ ଅଭିବୃଦ୍ଧି

ତଳଗୋପବିନ୍ଧା, ଅର୍ଣ୍ଣପାଳ, 
ଭଦ୍ରକ
ଯୋଗାଯୋଗ- ୯୭୭୮୭୬୪୩୯୪

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe