ପିଚୁରାସ୍ତା
ପବିତ୍ର ମୋହନ ଦାଶ
କଳାନାଗ ପରି ପିଚୁରାସ୍ତା
ଗାଁକୁ ଦଂଶିଚାଲିଛି,
ବରଜୁ ଛକଡ଼ି ମୁଣ୍ଡ ଫଟାଫଟି
ଅନ୍ତରରୁ ଉତ୍ତର ନାହିଁ
ମିନିଟ୍କ ଭିତରେ ହାଜର ପୁଲିସ।
ପାଣି ଗିଲାସରେ ନିଶା
ଦିନ ଦିପହରେ ଅମାବାସ୍ୟା
ପଲିଥିନ୍ ଭିତରୁ ନାଚୁଛି ଆସ୍କା ଫର୍ଟି,
ହିଡ଼ ବିବାଦ
ପଲ୍ଲୀସଭାରେ ପାରୁନି ତୁଟି,
ଓକିଲ ପାଖ, କଚେରି ଛକ
ବାଇକ୍ରେ ଦଶ ମିନିଟ୍।
ଆହୁରି ପଢ଼ନ୍ତୁ- S Jaishankar Target Pakistan: ଆମକୁ ଖରାପ ପଡୋଶୀ ମିଳିଛନ୍ତି; ଏଭଳି କହି ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର
ବିଲ ମାଗୁଛି ଚମ୍ପା, ବାଙ୍କୋଇ ଧାନ
ଆଖିପିଛୁଳାକେ ପହଞ୍ଚେ ସଂକର ବିହନ
ଗବେଷଣା କେନ୍ଦ୍ରରୁ ସମବାୟ ସମିତି।
ଗରଳ ସାପଠି ଅଛି ନା ଆମଠି?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/01/02/road-2026-01-02-16-20-19.jpg)