Photograph: (sambad.in)
ଝିଅ ପାଇଁ କବିତା ଲେଖୁଥିବା ବାପା
ଶ୍ରୀହରି ଧଳ
ଝିଅ ପାଇଁ
କବିତା ଲେଖୁଥିବା ବାପା,
ଧାଡ଼ିରେ ଶବ୍ଦ ସଜାଡ଼େ ତ
ଶବ୍ଦମାନେ ଶଙ୍କିତ-
ଆଖିରେ ଖୋଜନ୍ତି
ଝିଅ ପାଇଁ ସୁରକ୍ଷାର ପରିଧି।
କେଉଁଠି ନ ଥାଏ
ବାଘ?
ଆହୁରି ପଢ଼ନ୍ତୁ- Paramvir Cheema Struggle: ଚର୍ଚ୍ଚାରେ 'ବର୍ଡର-୨' ଅଭିନେତା ପରମବୀର ଚିମା, ବାପାଙ୍କ ପାଇଁ ସବୁ ସମ୍ଭବ ହୋଇଥିବା କହିଲେ ଅଭିନେତା
କେଉଁଠି ନ ଥାଏ
ନିଆଁ, ପେଟ୍ରୋଲ?
କେଉଁଠି ନ ଥାଏ
ପରାଶର ଆଖି?
ଶବ୍ଦମାନେ
ପାଲଟିଯାନ୍ତି
ଗୋଟେ ଗୋଟେ ପ୍ରଶ୍ନଚିହ୍ନ।
ବାପା
କବିତାଠୁ ଉଭାନ ହୁଅନ୍ତି।
ଝିଅ ହଷ୍ଟେଲ୍ରେ
ବସ୍ରେ,
ସମୁଦ୍ରବେଳାରେ।
ଝିଅ ନାହିଁ ତ
ସପ୍ତରଥୀ ପରି ବେଢ଼ି ବସିଥିବା
ହିଂସ୍ର ଆଖି ମେଳରେ।
ପୁଣି ବାପା ଆଶ୍ବସ୍ତ ହୁଏ
ଝିଅ ଫୋନ୍ କରେ।
ଆହୁରି ପଢ଼ନ୍ତୁ- Silver Rumor Sparks: ଗାଡ଼ିରୁ ବିଛେଇ ହୋଇ ପଡ଼ିଲା ସନ୍ଦିଗ୍ଧ ରୁପେଲି ଧାତୁ; ସଂଗ୍ରହ ପାଇଁ ରାସ୍ତାରେ ଲାଗିଲା ଭିଡ଼
ବାପା-
ମୁଁ ଧର୍ମରାଜଙ୍କ
ରାଜ ଦରବାରରେ
ମୁଠାଏ ଭରସା ଇଚ୍ଛାରେ।
ଝିଅ କ’ଣ ବୁଝେ
ଧର୍ମ ଆଖିରେ କଳାପଟି।
ନ୍ୟାୟ ଓଠରେ ଶକ୍ତ ତାଲା।
ଭରସାର କାତ ଭିଡୁଥିବା
ନାଉରୀ।
ନଈ ମଝିରେ
ଆର ଘଡ଼ିକୁ ଘଡ଼ିଆଳ।
ଝିଅ ବାପାଙ୍କ ଆଖିରେ
ସଞ୍ଜରେ ଫୁଟୁଥିବା
ହଳଦୀ ଗୁରୁଗୁରୁ ଜହ୍ନିଫୁଲ।
ଫଜେରା ଫାଟିବା ବେଳକୁ
କିଏ କହିବ ଝିଅ ଭାଗ୍ୟରେ
ଲେଖା ହେବନି ବୋଲି
ବନବାସ।
Follow Us