ଦୂତୀର ଚିଠି

ପିନାକୀ ମିଶ୍ର 

ବାପା, ଏତେ ଆଉ ଭାବନି
ମୁଁ ଭଲରେ ଅଛି
ତୁମେ ଆଉ ଯିବନି ଜ୍ୟୋତିଷଙ୍କ ପାଖକୁ।

ତୁମେ କଳା, ମୁଁ କଳା 
ଦିଅଁ ବି ତ କଳା
ହଁ, ପ୍ରସ୍ତାବ ଆସିଲେ 
ଝିଅ କେମିତି ଜାଣିବା ମୁସ୍କିଲ୍,
ଷାଠିଏ ସଜକୁ ମଲ୍ଲୀଫୁଲ ଗୋରା
ନାହିଁ ତ ନାହିଁ,
ଆହୁରି କେତେ ଆସନ୍ତୁ, ଚର୍ଚ୍ଚା ପାଇ ଯାଆନ୍ତୁ।

Advertisment

କୁହ ତ ବାପା, କେମିତି ବୋଝ ହେଲି ତୁମର?
ଝିଅ ବାପଘରେ ଅଛି ତ ଥାଉ,
ତୁମେ ମୋର ପୂରିଲା ପୃଥିବୀ 
ମୁଁ ତୁମର ଗଜମୋତି ହାର,
ଫାଷ୍ଟ୍‌ଫୁଡ୍‌ରେ ଫୁଲୁଛି ସହର
ଛନଛନିଆ ଥାଉ ଆମ ବାଡ଼ିଶାଗ।

ଆହୁରି ପଢ଼ନ୍ତୁ- Raised Tariffs:ମହିଳା ନେତାଙ୍କ କଥା କହିବା ଶୈଳୀ ପସନ୍ଦ ଆସିଲା ନାହିଁ ତେଣୁ କ୍ରୋଧରେ ଶୁଳ୍କ ବୃଦ୍ଧି କଲି:ଟ୍ରମ୍ପ

ମୋ ବୟସ ବଢୁଛି ତ- ବଢୁ 
କନ୍ୟାଦାନ କରିବାକୁ ଏତେ ଆତୁର କୋହ!
ବର ଖୋଜିଖୋଜି ତୁମେ ନୟାନ୍ତ ହେଲଣି,
ଇଏ ପା ମନରାଜିର ଦୁନିଆ,
ପ୍ରସ୍ତାବ, ଜାତକମେଳ ଶୁଭଦିନ
ତୁଳସୀମୂଳେ ନିର୍ମାଲ୍ୟଟେକା, ମଙ୍ଗଳମନ୍ତ୍ର
ଝୋଟିପକା ବେଦୀ, ବଉଳପାଟ ଲୁଗା
ଦଶଦିଗପାଳ ସାକ୍ଷୀ, ଝିଅର ଦଶଦୋଷ କ୍ଷମା,
ଏସବୁ ଏତେ ଭାବୁଛ କାହିଁକି ବାପା?

ଯୋଗ ଫିଟିବ କେବେ(?), ଥାଉ ତୁମ ଅନୁରଣନ,
ରୋଗାକ୍ରାନ୍ତ ପରି ଦିଶିଲଣି 
କେବେଠୁ ଘରୁ ପଦାକୁ ବାହାରିନି ମାଆ 
କେବେଠୁ ତୁମେ ମନଖୋଲି ଟିକେ ହସିନ।

ଆହୁରି ପଢ଼ନ୍ତୁ- Ajit Pawar Plane Crash: ଅଜିତ ପାୱାରଙ୍କ ମୃତ୍ୟୁକୁ ନେଇ ବଡ଼ ଖୁଲାସା; ଶେଷ ମୁହୂର୍ତ୍ତରେ ବଦଳିଥିଲେ ପାଇଲଟ୍‌

ତୁମେ ବି ସିଧା ଚାହିଁପାରୁନ ମୋତେ
ଜେଜେମା କହୁଥିଲା- ଯେବେ ଜନ୍ମ ହେଲି 
ଶିବଙ୍କୁ ଅଧିଆ ପଡ଼ିଥିଲ, ନାଗ ଚଢ଼େଇଲ
ସାହିଭାଇଙ୍କୁ ଖୁଏଇଥିଲ, 
ଏବେ ନିଜେ ଗଣ୍ଡେ ଭଲକି ଖାଉନ, ରାତିରେ ଶୋଉନ,
କେମିତି ବୁଝେଇବି ତୁମକୁ?

ମୋ: ୯୪୩୮୧୧୮୩୯୭