ନୂଆଦିଲ୍ଲୀ: ଭୂକମ୍ପରେ ଥରହର ହୋଇଛି ରୁଷ । ସକାଳୁ ସକାଳୁ ୮.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ରୁଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୟଙ୍କର ଭୂକମ୍ପ ପରେ ସୁନାମୀ ମାଡ଼ି ଆସିଛି । ୧୯୫୨ ମସିହା ପରେ ରୁଷର କାମଚଟକାରେ ଏହା ସବୁଠୁ ବଡ଼ ଶକ୍ତିଶାଳୀ ଭୂମିକମ୍ପ କୁହାଯାଉଥିବା ବେଳେ ରୁଷର କାମଚାଟକ ଉପକୂଳକୁ ମାଡ଼ି ଆସୁଛି ୧୩ ଫୁଟ ଉଚ୍ଚର ବଡ଼ ବଡ଼ ଜୁଆର । ଜାପାନର ୧୬ଟି ସ୍ଥାନରେ ସୁନାମୀର ପ୍ରଭାବ ଦେଖିବାକୁ ମିଳିଲାଣି । ଆମେରିକାର କାଲିଫର୍ଣ୍ଣିଆ ଏବଂ ହାଓ୍ଵାଇରେ ବି ସୁନାମୀର ଆତଙ୍କ ଦେଖିବାକୁ ମିଳିଲାଣି । 

Advertisment

ତେବେ ଏହି ଶକ୍ତିଶାଳୀ ଭୂକମ୍ପ ଅତୀତର କିଛି ଭୟଙ୍କର ଭୂକମ୍ପ କଥା ମନେ ପକାଇ ଦେଇଛି । ଜାଣନ୍ତୁ କେଉଁ ମସିହାରେ କେଉଁଠି କେତେ ତୀବ୍ରତାର ହୋଇଥିଲା ଶକ୍ତିଶାଳୀ ଭୂମିକମ୍ପ ?

ବିଶ୍ବର ୧୦ ଶକ୍ତିଶାଳୀ ଭୂକମ୍ପ

୧- ୧୯୬୦ରେ ଚିଲିରେ ହୋଇଥିଲା ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୯.୫ ଥିବା ବେଳେ ଏଥିରେ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦ ଲକ୍ଷ ଲୋକ ବେଘର ହୋଇଥିଲେ ।
୨- ୧୯୬୪ରେ ଆମେରିକାର ଆଲାସ୍କାରେ ହୋଇଥିଲା ୯.୨ ତୀବ୍ରତାର ଭୂକମ୍ପ । ଯେଉଁଥିରେ ୧୩୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨.୩ ଆରବ ଡଲାରର କ୍ଷତି ହୋଇଥିଲା ।
୩- ଇଣ୍ଡୋନେସିଆର ସୁମାତ୍ରାରେ ୨୦୦୪ରେ ୯.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯେଉଁଥିରେ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।
୪- ଜାପାନର ତୋହୋକୁରେ ୨୦୧୧ରେ ବି ୯.୧ ତୀବ୍ରତାର ଭୂକମ୍ପ ଆସିଥିଲା ଯେଉଁଥିରେ ୧୫ ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଦେଢ ଲକ୍ଷ ଲୋକ ବାସହରା ହୋଇଥିଲେ ।
୫- ରୁଷର କାମଚଟକାରେ ୧୯୫୨ରେ ୯.୦ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ୧୦ କ୍ଷ ଡଲାରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

ଅଧିକ ପଢନ୍ତୁ-

ଭୟଙ୍କର ଭୂକମ୍ପ ପରେ ସୁନାମୀ ଆତଙ୍କ: ମାଡ଼ି ଆସିଲାଣି ସମୁଦ୍ର, ଜାପାନର ୧୬ଟି ସ୍ଥାନରେ ଉଠିଲାଣି ବଡ଼ ବଡ଼ ଜୁଆର

୬- ପୁଣି ଚିଲିରେ ୨୦୧୦ରେ ଆସିଥିଲା ୮.୮ ତୀବ୍ରତାର ଭୂମିକମ୍ପ । ଯେଉଁଥିରେ ୫୨୩ ଜଣଙ୍କ ପ୍ରାଣହାନୀ ହୋଇଥିଲା । ୩ ଲକ୍ଷ ୭୦ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବି ସମୁଦ୍ର ତଳେ ସୃଷ୍ଟି ହୋଇଥିଲା ।
୭- ୧୯୬୦ରେ ଇକ୍ଵାଡୋରରେ ୮.୮ ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂମିକମ୍ପ ପରେ ଭୀଷଣ ସୁନାମୀ ଦେଖିବାକୁ ମିଳିଥିଲା । ୧୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।
୮- ଆମେରିକାର ଆଲାସ୍କାରେ ୧୯୬୫ରେ ୮.୭ ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ୩୫ ଫୁଟ୍ ଯାଏଁ ଜୁଆର ଉଠିଥିଲା । 
୯- ଅରୁଣାଚଳ ପ୍ରଦେଶରେ ୧୯୫୦ରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ୭୮୦ ଲୋକଙ୍କ ମୃତ୍ୟୁ ହୋଇଥିଲା । 
୧୦- ୨୦୧୨ରେ ଇଣ୍ଡୋନେସିଆର ସୁମାତ୍ରାରେ ପୁଣି ୮.୬ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯେଉଁଥିରେ ବିଶେଷ କ୍ଷୟକ୍ଷତି ହୋଇନଥିଲା । ଖାଲି ହୃଦଘାତ କାରଣରୁ କିଛି ଲୋକଙ୍କ ଜୀବନ ଯାଇଥିଲା ।

ଅଧିକ ପଢନ୍ତୁ-

ଭୂକମ୍ପରେ ଥରହର ରୁଷ: ଲାଗିଲା ୮.୮ ତୀବ୍ରତାର ଶକ୍ତିଶାଳୀ ଝଟକା, ସମୁଦ୍ର ଗର୍ଭରେ ଭୂକମ୍ପର କେନ୍ଦ୍ରସ୍ଥଳ..