himachal-pradesh-gets-memory-again Photograph: (@sambad.in)
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ନାଡ଼ି ଗ୍ରାମକୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୧୬ବର୍ଷ ବୟସରେ ଘରୁ ନିଖୋଜ ହୋଇଯାଇଥିବା ବାଳକ ୬୨ବର୍ଷ ବୟସରେ ଘରକୁ ଫେରିଛନ୍ତି। ଦୀର୍ଘ ୪୫ବର୍ଷ ପରେ ଘରକୁ ଫେରିଥିବା ରିଖି ରାମ ନିଜ ସହିତ ଘଟିଥିବା ଘଟଣା ବିଷୟରେ ବଖାଣିଛନ୍ତି। ଏହି ଘଟଣାକୁ କେହିକେହି ବିଶ୍ବାସ କରୁଥିବା ବେଳେ ଆଉ କେହି ମାନସିକ ଅବସ୍ଥା ଠିକ ନଥିବା ବେଳେ ଲୋକେ ଏମିତି ସବୁ ମନଗଢ଼ା କାହାଣୀ ଗଢ଼ି ଥାଆନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି।
ଦୁର୍ଘଟଣାର ଶିକାର ପରେ ହରାଇ ଦେଇଥିଲେ ସ୍ମରଣଶକ୍ତି
୨୦୨୫ ମସିହା ନଭେମ୍ବର ୧୫ ତାରିଖରେ ଘରୁ ଫେରି ଆସିଥିବା ୬୨ବର୍ଷୀୟ ରିଖି ରାମ କହିଛନ୍ତି, ‘ମୁଁ ୧୯୮୦ ମସିହାରେ ୧୬ ବର୍ଷ ବୟସରେ କାମ ପାଇଁ ଯମୁନାନଗରରୁ ଅମ୍ବାଲା ଯାତ୍ରା କରୁଥିଲି। ଏହି ସମୟରେ ଏକ ଦୁର୍ଘଟଣାର ଶିକାର ହୋଇ ସ୍ମରଣଶକ୍ତ ହରାଇ ଦେଇଥିଲି। ସେ ସମୟରେ ମୋତେ ଘରକୁ ନେବା ପାଇଁ ସେଠାରେ କେହି ନଥିଲେ।ସ୍ମରଣଶକ୍ତି ବି ହରାଇ ଦେଇଥିଲି।
ପୁଣି ଆଘାତ ପରେ ଫେରି ଆସିଲା ସ୍ମରଣଶକ୍ତି
କିଏ କିଛି ପଚାରିଲେ ମୁଁ ମୋ ନିଜ ବିଷୟରେ କିଛି କହି ପାରୁ ନଥିଲି। ଏହାପରେ ଜଣେ ଭଦ୍ରଲୋକ ମୋର ନାମ ରବି ଚୌଧୁରୀ ଦେଇ ମହାରାଷ୍ଟ୍ରରେ ନିଜ ସହିତ ରଖିବା ଆରମ୍ଭ କରିଥିଲେ। ଦୀର୍ଘ ୪୫ ବର୍ଷ ଧରି ଘର ଠାରୁ ପରିବାରଲୋକଙ୍କ ଦୂରରେ ରହିବା ପରେ ମୁଁ ନିକଟରେ ପୁଣି ଏକ ଦୁର୍ଘଟଣାର ଶିକାର ହୋଇଥିଲି। ଏହି ଦୁର୍ଘଟଣାରେ ମୋ ମୁଣ୍ଡରେ ପୁଣି ଆଘାତ ଲାଗିଥିଲା। ଏହି ଆଘାତ ପରେ ମୋର ସ୍ମରଣଶକ୍ତ ଫେରି ଆସିଥିଲା।ମୋର ଘର, ପରିବାର, ନିଜ ନାମ ଓ ଠିକଣା ସବୁ କିଛି ମନେ ପଡ଼ିଯାଇଥିଲା। ଶେଷରେ ମୁଁ ମୋ ପରିବାର ପାଖକୁ ଫେରି ଆସିଛି।
ଅଧିକପଢ଼ନ୍ତୁ:ବାଂଲାଦେଶର ଆଭ୍ୟନ୍ତରୀଣ ମାମଲା କହି ପ୍ରତିକ୍ରିୟା ଦେବାକୁ ମନା କଲା ପାକିସ୍ତାନ
୪୫ବର୍ଷ ପରେ ପୁଅକୁ ଫେରି ପାଇଲେ ବୃଦ୍ଧ ବାପା ଓ ମା’
ପୁଅ ରିଖିରାମ ଦୀର୍ଘବର୍ଷ ପରେ ଘରକୁ ଫେରି ଆସିବା ପରେ ପରିବାରରେ ଏକ ପ୍ରକାର ଖୁସିର ଲହରି ଖେଳି ଯାଇଛି। ବୃଦ୍ଧ ବାପା ଓ ମା’ ପୁଅକୁ ଫେରି ପାଇବାପରେ ଅନେକ ବର୍ଷ ହେବ ଛାତିତଳେ ଜାବୁଡ଼ି ଧରି ରଖିଥିବା ଦୁଃଖକଷ୍ଟ ସବୁ ଖୁସିର ଲୁହ ହୋଇ ଆଖିରୁ ଝରିପଡ଼ିଥିଲା।
ଚିକିତ୍ସା ବିଜ୍ଞାନ ସର୍ବଦା ପ୍ରମାଣ ଏବଂ ପରୀକ୍ଷଣ ଉପରେ ନିର୍ଭର
ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ନ୍ୟୁରୋସର୍ଜରୀର ମୁଖ୍ୟ ଡାକ୍ତର ଅଜୟ ଚୌଧୁରୀ ରିଖିରାମ କରୁଥିବା ଦାବିକୁ ନେଇ କହିଛନ୍ତି, "ଏହା ଏକ ଫିଲ୍ମ କାହାଣୀ ଭଳି ଲାଗୁଛି। ଆଜି ପର୍ଯ୍ୟନ୍ତ ମୁଁ ଏମିତି ଘଟଣା କେବଳ ଚଳଚ୍ଚିତ୍ରରେ ଦେଖିଥିଲି, କିନ୍ତୁ ଆଜି ମୁଁ ବାସ୍ତବରେ ଏହା ଶୁଣିଲି। ଚିକିତ୍ସା ବିଜ୍ଞାନ ସର୍ବଦା ପ୍ରମାଣ ଏବଂ ପରୀକ୍ଷଣ ଉପରେ ନିର୍ଭର କରେ। ମାନସିକ ସମସ୍ୟା ଥିବା ଅନେକ ରୋଗୀମାନେ ସମୟସମୟରେ ଏଭଳି ଅଜବ କାହାଣୀ କହିଥାଆନ୍ତି, କିନ୍ତୁ ସେଗୁଡ଼ିକ ସତ୍ୟ ନୁହେଁ। ଏହି କ୍ଷେତ୍ରରେ ମଧ୍ୟ ସମାନ କିଛି ଘଟିଥାଇପାରେ ବୋଲି ମୁଁ ସନ୍ଦେହ କରୁଛି।"
ଅଧିକପଢ଼ନ୍ତୁ:ବର୍ଷକୁ ୪୨ ଶହ କୋଟି ଡଲାର ରୋଜଗାର କରୁଛନ୍ତି ପାକିସ୍ତାନ ଭିକାରି
Follow Us