ନୂତନବର୍ଷ କେବଳ ତାରିଖ ପରିବର୍ତ୍ତନ ନୁହେଁ ଏହା ମହିଳାମାନଙ୍କ ଆତ୍ମସମ୍ମାନକୁ ପୁନଃପରିଭାଷିତ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ। ବହୁବର୍ଷ ଧରି ମହିଳାମାନେ ପରିବାର, ସମାଜ ଓ ସମ୍ପର୍କ ମଧ୍ୟରେ ନିଜକୁ ପଛରେ ରଖିଆସିଛନ୍ତି। ପରନ୍ତୁ ୨୦୨୬ ହେଉଛି ମହିଳାମାନଙ୍କ ପାଇଁ ସେମାନଙ୍କର ଅଧିକାର ଓ କ୍ଷମତାକୁ ଚିହ୍ନିବାର ବର୍ଷ। ଯଦି ପ୍ରତ୍ୟେକ ମହିଳା ଚଳିତବର୍ଷ ପାଞ୍ଚଟି ସଂକଳ୍ପ ନିଅନ୍ତି, ତେବେ ପରିବର୍ତ୍ତନ କେବଳ ସେମାନଙ୍କ ଜୀବନରେ ନୁହେଁ ବରଂ ସମଗ୍ର ସମାଜରେ ଦୃଶ୍ୟମାନ ହେବ। ନିଜର କ୍ଷମତା ଓ ଅଧିକାରକୁ ବୁଝନ୍ତୁ ଏବଂ ନିଜକୁ ଗମ୍ଭୀରତାର ସହିତ ନେବା ଆରମ୍ଭ କରନ୍ତୁ ଯାହାଦ୍ୱାରା ବିଶ୍ୱ ଆପଣଙ୍କୁ ଅଣଦେଖା କରିପାରିବ ନାହିଁ। ଏଠାରେ ମହିଳାମାନଙ୍କ ପାଇଁ ନୂତନବର୍ଷର ସଂକଳ୍ପ ଦିଆଯାଇଛି ଯାହା ସେମାନଙ୍କୁ ଆତ୍ମନିର୍ଭରଶୀଳ ତଥା ସଶକ୍ତ କରିପାରିବ।
ପରିଚୟ ସହ ସାଲିସ କରିବି ନାହିଁ:
୨୦୨୬ ମସିହାରେ ପ୍ରଥମ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ହେଉଛି ଆମର ସ୍ୱାଧୀନ ପରିଚୟ ଓ ଅସ୍ତିତ୍ୱକୁ ବଜାୟ ରଖିବା। ଜଣେ ମହିଳା କେବଳ କାହାର ଝିଅ, ସ୍ତ୍ରୀ କିମ୍ବା ମା’ ନୁହନ୍ତି। ସେ ଜଣେ ସ୍ୱାଧୀନ ବ୍ୟକ୍ତି। ଏବେ ଆମକୁ ଅନ୍ୟମାନଙ୍କ ଆଶାର ବୋଝ ତଳେ ଆମର ଇଚ୍ଛାକୁ ଦମନ କରିବା ବନ୍ଦ କରିବାକୁ ପଡ଼ିବ। କ୍ୟାରିଅର୍ ହେଉ, ଶିକ୍ଷା ହେଉ ବା ଜୀବନ ନିଷ୍ପତ୍ତି ହେଉ ମହିଳାମାନଙ୍କୁ ନିଜର ସ୍ୱର ହେବାକୁ ପଡ଼ିବ।
Horoscope 2026 January 05: ଜାଣନ୍ତୁ ଆଜିର ରାଶିଫଳ
ଆର୍ଥିକ ସ୍ତରରେ ସ୍ୱାଧୀନ ହେବି:
ଟଙ୍କା ଖୁସି ଆଣେନାହିଁ, କିନ୍ତୁ ଟଙ୍କାର ଅଭାବ ଆତ୍ମସମ୍ମାନକୁ ଭାଙ୍ଗିଦିଏ। ଚଳିତବର୍ଷ ଆପଣଙ୍କ ରୋଜଗାର, ସଞ୍ଚୟ ଓ ନିବେଶକୁ ନିୟନ୍ତ୍ରଣ କରିବାକୁ ସଂକଳ୍ପ ନିଅନ୍ତୁ। ଆର୍ଥିକ ସାକ୍ଷରତା ଶିଖନ୍ତୁ। ପରାମର୍ଶ ବିନା ଖର୍ଚ୍ଚ କରିବାର ଅଭ୍ୟାସ ଛାଡ଼ନ୍ତୁ। କାରଣ ଆର୍ଥିକ ସ୍ୱାଧୀନତା ହେଉଛି ପ୍ରକୃତ ସ୍ୱାଧୀନତା।
ଶରୀର ଓ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବି:
ମହିଳାମାନେ ସମସ୍ତଙ୍କ ଯତ୍ନ ନିଅନ୍ତି କିନ୍ତୁ ନିଜର ଯତ୍ନ କଥା ଆସିଲେ ସେମାନେ ହେଳା କରନ୍ତି। ମହିଳା ସଶକ୍ତ ହେବା ପାଇଁ ସୁସ୍ଥ ରହିବା ନିହାତି ଜରୁରି। ୨୦୨୬ରେ ନିଜକୁ ପ୍ରତିଶ୍ରୁତି ଦିଅ ଯେ, ତୁମ କ୍ଳାନ୍ତିକୁ ଦୁର୍ବଳତା ହେବାକୁ ଦେବନାହିଁ। ତୁମେ ତୁମର ଖାଦ୍ୟପେୟର ଯତ୍ନ ନେଇ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବ।
Health: ପୁଣି ଦେଢ଼ମାସ ଧରି ଅଚଳ ଓମ୍ବାଡ୍ସି ଆମ୍ବୁଲାନ୍ସ: ୧୧୦ ଦିନରେ ୯୦ ଦିନ ବନ୍ଦ୍ ହେଲାଣି
ଦୋଷ ନ ଦେଇ ‘ନା’ କହିବା ଶିଖିବି:
‘ନା’ କହିବା ଆତ୍ମସମ୍ମାନ ଦିଗରେ ପ୍ରଥମ ପଦକ୍ଷେପ। ପ୍ରତ୍ୟେକ କଥାରେ ‘ହଁ’ କହିବା ସଂସ୍କୃତି ନୁହେଁ, ଏହା ଆତ୍ମ-ଅବହେଳା। ଚଳିତବର୍ଷ ମହିଳାମାନଙ୍କୁ ବୁଝିବାକୁ ପଡ଼ିବ ଯେ, ସୀମା ସ୍ଥିର କରିବା ସ୍ୱାର୍ଥପର ନୁହେଁ। ଦୁର୍ବ୍ୟବହାର ସହ୍ୟ କରିବା ବାଧ୍ୟତାମୂଳକ ନୁହେଁ।
ଅନ୍ୟ ମହିଳାଙ୍କ ପାଇଁ ଶକ୍ତି ହେବି:
ଯେତେବେଳେ ମହିଳାମାନେ ପରସ୍ପର ରାସ୍ତାରେ ଠିଆ ହୁଅନ୍ତି, ସେତେବେଳେ ମହିଳା ସଶକ୍ତୀକରଣ ଅସମ୍ପୂର୍ଣ୍ଣ ହୋଇଥାଏ। ଏହିବର୍ଷ ଆସନ୍ତୁ ଈର୍ଷା ଅପେକ୍ଷା ସହଯୋଗ ବାଛିବାକୁ ସଂକଳ୍ପ ନେବା। ପରସ୍ପରର ସଫଳତାକୁ ପାଳନ କରିବା। ନିରବ ରହିବା ପରିବର୍ତ୍ତେ, ଆମେ କହିବାକୁ ଭୟ କରିବାନାହିଁ। ଯେତେବେଳେ ମହିଳାମାନେ ଏକାଠି ଠିଆ ହୁଅନ୍ତି, ବ୍ୟବସ୍ଥା ଥରି ଉଠେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/05/fhffhhf-2026-01-05-01-38-21.jpg)