ଜ୍ୟୋତିଷ ଶାସ୍ତ୍ର ଗଣନା ଦ୍ବାରା ପଞ୍ଜିକାରେ ବାତ୍ୟା ମୋନ୍ଥାର ଭବିଷ୍ୟବାଣୀ ବହୁପୂର୍ବରୁ ସୂଚିତ କରାଯାଇଥିଲା। ଯାହାକି ଜନସାଧାରଣ ଏବେ ପ୍ରତ୍ୟକ୍ଷ କରିଛନ୍ତି। ଚଳିତ ଅକ୍ଟୋବର ମାସରେ ଘଟିଥିବା ସାମୁଦ୍ରିକ ଝଡବାତ୍ୟା "ମୋନ୍ଥା" ଭାରତର ପୂର୍ବ ଉପକୂଳ ରାଜ୍ୟ ଆନ୍ଧ୍ରପ୍ରଦେଶ ତଥା ଓଡ଼ିଶାରେ ଏବଂ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ଅନେକ କ୍ଷୟକ୍ଷତି ଘଟାଇଛି।

Advertisment

ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ମୋନ୍ଥା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମ୍ବନ୍ଧରେ କିଛିଦିନ ପୂର୍ବରୁ ଜଣାପଡିଥିଲା। ଯାହାକି ଧନଜୀବନ କ୍ଷୟକ୍ଷତି କମ୍ କରାଇବାରେ ନିଶ୍ଚିତ ସାହାଯ୍ୟ କରିଥିଲା।। କିନ୍ତୁ ଏସବୁ ଜ୍ଞାନକୌଶଳ କେବଳ ୧୦/୧୨ ଦିନ ପୂର୍ବରୁ ସୂଚନା ଦେଇ ପାରୁଛନ୍ତି। ମାତ୍ର ଭାରତର ସର୍ବପୂରାତନ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ର ଦ୍ବାରା ପଞ୍ଜିକାରେ ବହୁପୂର୍ବରୁ ସୂଚନା ଦିଆଯାଇପାରୁଅଛି।

ଆହୁରି ପଢ଼ନ୍ତୁ:Bihar Elections 2025: ମହିଳା ପ୍ରାର୍ଥୀଙ୍କ ଉପରେ ରାଜନୈତିକ ଦଳଙ୍କର ଭରସା ନାହିଁ, ମଇଦାନରେ ହାତଗଣତି ମହିଳା

"ଅସଲି ଖଡ଼ୀରତ୍ନ  ପଞ୍ଜିକା"ର ୨୦୨୫-୨୬ ମସିହା ସଂସ୍କରଣର ୧୯୯ ପ୍ରୃଷ୍ଠାରେ ବାତ୍ୟା ସମ୍ପର୍କରେ ସୂଚନା

ଓଡ଼ିଶାର ପ୍ରତିଷ୍ଠିତ"ଅସଲି ଖଡ଼ୀରତ୍ନ  ପଞ୍ଜିକା"ର ୨୦୨୫-୨୬ ମସିହା ସଂସ୍କରଣର ୧୯୯ ପ୍ରୃଷ୍ଠାରେ ବାତ୍ୟା ସମ୍ପର୍କରେ ବହୁପୂର୍ବରୁ ସୂଚନା ଦିଆଯାଇଥିଲା। ଯାହାକି ଭାରତ ତଥା ଓଡ଼ିଶାବାସୀ ପ୍ରତ୍ୟକ୍ଷ କରିଛନ୍ତି।

panji
Odia Panji Photograph: (sambad.in)

ବର୍ଣ୍ଣିତ ବାତ୍ୟା ସମ୍ପର୍କରେ ଅସଲି ଖଡ଼ୀରତ୍ନ ପଞ୍ଜିକାର ଗଣନାକାର ଶ୍ରୀ ଦେବଦର୍ଶୀ ଖଡ଼ୀରତ୍ନ କୁହନ୍ତି ୧୯୯୯ ମସିହା ମହାବାତ୍ୟା, ବାତ୍ୟା ଫନି, ଫାଇଲିନ୍, ହୁଡ‍୍‍ହଡ୍, ପେଥାଇ, ତି‌‍ତ୍‍ଲି, ଏବଂ ଦାନା ଆଦି ବାତ୍ୟା ସମ୍ପର୍କରେ ମଧ୍ୟ ଉକ୍ତ ପଞ୍ଜିକାରେ ସ୍ପଷ୍ଟ ସୂଚନା ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ:Migrant laborers crisis: ଦରମା ବିନା ମାଗଣା କାମ: ଏହି ମୁସଲିମ ଦେଶରେ ଫସି ରହିଛନ୍ତି ୪୮ ଭାରତୀୟ ଶ୍ରମିକ