Advertisment

Smartphone: ଝିଅବୋହୂଙ୍କୁ ସ୍ମାର୍ଟଫୋନ୍‌ ନିଷେଧାଦେଶ ପରେ...

Advertisment

ପ୍ରାୟ ସପ୍ତାହେ ତଳେ ରାଜସ୍ଥାନର ଏକ ‘ପଞ୍ଚାୟତ’ ବା ସଭାରେ ନିଆଯାଇଥିବା ନିଷ୍ପତ୍ତିଟି ଆଫଗାନିସ୍ତାନର ତାଲିବାନୀ ଆଦେଶ ହୋଇଥିଲେ ଆଶ୍ଚର୍ଯ୍ୟ ଲାଗନ୍ତା ନାହିଁ। କିନ୍ତୁ ଆମ ଗଣତାନ୍ତ୍ରିକ ଦେଶର ଗୋଟିଏ ରାଜ୍ୟରେ ‘ସର୍ବସମ୍ମତି’ ଆଳରେ ୧୫ଟି ଗ୍ରାମର ପ୍ରତିନିଧିମାନେ....

ପ୍ରାୟ ସପ୍ତାହେ ତଳେ ରାଜସ୍ଥାନର ଏକ ‘ପଞ୍ଚାୟତ’ ବା ସଭାରେ ନିଆଯାଇଥିବା ନିଷ୍ପତ୍ତିଟି ଆଫଗାନିସ୍ତାନର ତାଲିବାନୀ ଆଦେଶ ହୋଇଥିଲେ ଆଶ୍ଚର୍ଯ୍ୟ ଲାଗନ୍ତା ନାହିଁ। କିନ୍ତୁ ଆମ ଗଣତାନ୍ତ୍ରିକ ଦେଶର ଗୋଟିଏ ରାଜ୍ୟରେ ‘ସର୍ବସମ୍ମତି’ ଆଳରେ ୧୫ଟି ଗ୍ରାମର ପ୍ରତିନିଧିମାନେ....

SAMRTPHONE

ପ୍ରାୟ ସପ୍ତାହେ ତଳେ ରାଜସ୍ଥାନର ଏକ ‘ପଞ୍ଚାୟତ’ ବା ସଭାରେ ନିଆଯାଇଥିବା ନିଷ୍ପତ୍ତିଟି ଆଫଗାନିସ୍ତାନର ତାଲିବାନୀ ଆଦେଶ ହୋଇଥିଲେ ଆଶ୍ଚର୍ଯ୍ୟ ଲାଗନ୍ତା ନାହିଁ। କିନ୍ତୁ ଆମ ଗଣତାନ୍ତ୍ରିକ ଦେଶର ଗୋଟିଏ ରାଜ୍ୟରେ ‘ସର୍ବସମ୍ମତି’ ଆଳରେ ୧୫ଟି ଗ୍ରାମର ପ୍ରତିନିଧିମାନେ ଆଦେଶ ଜାରି କଲେ ଯେ ସେମାନଙ୍କ ଗ୍ରାମର ବୋହୂ ଓ ଝିଅମାନେ କେବଳ କିପ୍ୟାଡ୍‌ ଫୋନ୍‌ ବ୍ୟବହାର କରିପାରିବେ। ‘ଉଦାର’ ହୃଦୟର ପରିଚୟ ଦେଇ ସେମାନେ ପାଠ ପଢୁଥିବା ଝିଅମାନଙ୍କୁ କେବଳ ଘର ଭିତରେ ସ୍ମାର୍ଟଫୋନ୍‌ ବ୍ୟବହାରର ଅନୁମତି ପ୍ରଦାନ କରିଥିଲେ। ତେବେ ବିବାହ, ସାମାଜିକ କାର୍ଯ୍ୟକ୍ରମକୁ ଫୋନ ନେଇ ଯିବା ସବୁ ଝିଅବୋହୂଙ୍କ ପାଇଁ ମନା। ସବୁଠାରୁ ବଡ଼ ବିଡ଼ମ୍ବନା ସ୍ବରୂପ ସାଧାରଣତନ୍ତ୍ର ଦିବସରୁ ଏହି ନିଷେଧ ଜାରି ହେବ ବୋଲି କୁହାଯାଇଥିଲା।

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

୨୦୨୫ ଶେଷ ଭାଗରେ ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ରରେ ଏହି ଆଦେଶ ଜାରି ହେବା ଦର୍ଶାଉଛି ଯେ ପୁରୁଷତାନ୍ତ୍ରିକ ମାନସିକତା ଓ ନାରୀବିଦ୍ବେଷ ବିଶେଷ କରି ଗ୍ରାମାଞ୍ଚଳର ସମାଜକୁ ଆଜି ବି କବଳିତ କରି ରଖିଛି। ‘ପଞ୍ଚାୟତ’ ଭଳି ଲୋକତାନ୍ତ୍ରିକ ଶବ୍ଦ ବ୍ୟବହାର କରି ପୁରୁଷମାନେ ଏକାଠି ହୋଇ ଯେଉଁ ନିଷ୍ପତ୍ତି ନିଅନ୍ତି ସେଥିରେ ମହିଳାଙ୍କ ମତାମତ ପାଇଁ କୌଣସି ସ୍ଥାନ ନଥାଏ। ଦେଶର ସଂବିଧାନ ଓ ଲିଙ୍ଗ ନିର୍ବିଶେଷରେ ନାଗରିକଙ୍କ ଅଧିକାର ସମ୍ପର୍କରେ ସେମାନଙ୍କର ସାମାନ୍ୟତମ ଧାରଣା ନଥିବା ଆହୁରି ଆଚମ୍ବିତ କରେ। ସୌଭାଗ୍ୟକୁ ଯେଉଁ ସାମାଜିକ ଗଣମାଧ୍ୟମରୁ ମହିଳାମାନଙ୍କୁ ଦୂରେଇ ରଖିବା ଲାଗି ଉକ୍ତ ନିଷେଧାଦେଶ ଜାରି କରାଯାଇଥିଲା ସେହିଠାରେ ହିଁ ତାହାର ପ୍ରବଳ ପ୍ରତିବାଦ କରାଯାଇଥିଲା। ଚାପରେ ଆସି ଉକ୍ତ ‘ପଞ୍ଚାୟତ’ ଏହି ନିର୍ଦେଶକୁ ଉଚ୍ଛେଦ କରିଛି। ଏଭଳି ସ୍ଥିତିରେ ‘ନାରୀବାଦ’ର ପ୍ରାସଙ୍ଗିକତା ବହୁଗୁଣିତ ହୋଇଯାଇଛି। ନାରୀବାଦୀମାନଙ୍କ ପ୍ରତିରୋଧ ବିନା ହୁଏତ ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତଗୁଡ଼ିକୁ ଏହିଭଳି ପୁରୁଷମାନେ ଗୋଟିଏ ପରେ ଗୋଟିଏ କରି ଭୂଲୁଣ୍ଠିତ କରିଦିଅନ୍ତେ। ଆମ ସଂବିଧାନର ପ୍ରଣେତାମାନଙ୍କ ଦୂରଦୃଷ୍ଟି ପ୍ରତି ମଧ୍ୟ ସମ୍ମାନ ଏଥିପାଇଁ ବଢ଼ିଯାଉଛି ଯେ ରକ୍ଷଣଶୀଳ ସମାଜ ସହ ଲଢ଼ିବା ପାଇଁ ମହିଳାମାନଙ୍କୁ ସେମାନେ ଏତେଗୁଡ଼ିଏ ଅସ୍ତ୍ର ଧରାଇଛନ୍ତି। 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ପରିତାପର ବିଷୟ ହେଉଛି ମହିଳାଙ୍କ ଜୀବନର ସବୁ ଦିଗକୁ ନିୟନ୍ତ୍ରଣ କରିବାରେ ହିଁ ପରିବାରର ମର୍ଯ୍ୟାଦା ଓ ଖୁସି ନିର୍ଭର କରେ ବୋଲି ଆଜି ବି ଅନେକ ଲୋକ ବିଶ୍ବାସ କରନ୍ତି। ନାରୀର ବ୍ୟକ୍ତିଗତ ସ୍ବାଧୀନତାକୁ ପରମ୍ପରା, ମୂଲ୍ୟବୋଧ ଓ ଆସ୍ଥା ନାମରେ ଦମନ କରାଯାଏ। ଅସଚେତନତା ଯୋଗୁଁ କିଛି ମହିଳା ଏ କାର୍ଯ୍ୟରେ ପୁରୁଷଙ୍କ ସମର୍ଥନ କରନ୍ତି। ଏହି ପୁରୁଷତାନ୍ତ୍ରିକ ମାନସିକତାକୁ ଓପାଡ଼ିବା ଏକ ଦୀର୍ଘ ପ୍ରକ୍ରିୟା। ଆମ ଦେଶର ସଂବିଧାନ ସମ୍ପର୍କରେ ସଚେତନତାର ପ୍ରସାର ଏବଂ ନାରୀବାଦୀ ହେବାର ଅସଲ ଅର୍ଥ ବୁଝିବା ଓ ଅନ୍ୟମାନଙ୍କୁ ବୁଝାଇବା ଏହି ପ୍ରକ୍ରିୟାର ପ୍ରଥମ ଦୁଇଟି ପାହାଚ ହୋଇପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe