new computer OS: ଆଣ୍ଡ୍ରଏଡ୍‌ ଆଣୁଛି ନୂଆ କମ୍ପ୍ୟୁଟର ଓଏସ୍‌

ଗୁଗୁଲ୍‌ କମ୍ପାନିର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ (ଓଏସ୍‌) ସ୍ମାର୍ଟଫୋନ୍‌, ସ୍ମାର୍ଟଵାଚ୍‌, ଟାବ୍‌ଲେଟ୍‌, ଟିଭି, କାର୍‌ ଆଦିରେ ଖୁବ୍‌ ଲୋକପ୍ରିୟ ଓ ସଫଳ ହୋଇପାରିଛି। ତେବେ ଯେଉଁ କ୍ଷେତ୍ରରେ ଏହାର ଉପସ୍ଥିତି ନଗଣ୍ୟ ତାହା ହେଉଛି ପର୍ସନାଲ୍‌ କମ୍ପ୍ୟୁଟର୍‌।

os

ଗୁଗୁଲ୍‌ କମ୍ପାନିର ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ (ଓଏସ୍‌) ସ୍ମାର୍ଟଫୋନ୍‌, ସ୍ମାର୍ଟଵାଚ୍‌, ଟାବ୍‌ଲେଟ୍‌, ଟିଭି, କାର୍‌ ଆଦିରେ ଖୁବ୍‌ ଲୋକପ୍ରିୟ ଓ ସଫଳ ହୋଇପାରିଛି। ତେବେ ଯେଉଁ କ୍ଷେତ୍ରରେ ଏହାର ଉପସ୍ଥିତି ନଗଣ୍ୟ ତାହା ହେଉଛି ପର୍ସନାଲ୍‌ କମ୍ପ୍ୟୁଟର୍‌। ଵିଣ୍ଡୋଜ୍‌ ଓ ଆଇଓଏସ୍‌ ସହିତ ପ୍ରତିଯୋଗିତା କରିବା ପାଇଁ ଆଣ୍ଡ୍ରଏଡ୍‌ ‘କ୍ରୋମ୍‌ ଓଏସ୍‌’ ଜରିଆରେ ଉଦ୍ୟମ କରିଆସୁଥିଲେ ହେଁ ଏହା ସଫଳ ହୋଇପାରିନାହିଁ। ଏବେ ଡେସ୍କଟପ୍‌ ଓଏସ୍‌ ପ୍ରତିଯୋଗିତାେର ଆଗକୁ ବଢ଼ିବା ପାଇଁ ଆଣ୍ଡ୍ରଏଡ୍‌ ଓ କ୍ରୋମ୍‌ଓଏସ୍‌କୁ ଏକତ୍ର ସମ୍ମିଳିତ କରି ଗୁଗଲ୍‌ ‘ଆଲୁମିନିଅମ୍ ଓଏସ୍‌’ ପ୍ରସ୍ତୁତ କରିବାକୁ ଯାଉଛି, ଯାହାର କେନ୍ଦ୍ରରେ ରହିଛି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)।

Kolkata Highcourt: ୮୦୦ ଟଙ୍କା ପାଇଁ ହତ୍ୟା କରିଥିବା ଅପରାଧୀଙ୍କୁ କ୍ଷମା ଦେଲେନି ହାଇକୋର୍ଟ

new computer OS: ଆଣ୍ଡ୍ରଏଡ୍‌ ଆଣୁଛି ନୂଆ କମ୍ପ୍ୟୁଟର ଓଏସ୍‌

ଗୁଗଲ୍‌ ଏଥିପାଇଁ ଚିପ୍‌ ପ୍ରସ୍ତୁତକାରୀ କମ୍ପାନି କ୍ବାଲ୍‌କମ୍‌ ସହ ମିଶି ଏକ ନୂଆ ପ୍ଲାଟଫର୍ମ ନିର୍ମାଣରେ ଲାଗିପଡ଼ିଛି, ଯାହା ମୋବାଇଲ୍‌ ଓ ଡେସ୍କଟପ୍‌ କମ୍ପ୍ୟୁଟିଙ୍ଗ୍‌କୁ ଏକୀକୃତ କରିବ। ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଯୋଗୁଁ କ୍ରୋମ୍‌ ଓଏସ୍‌କୁ ବନ୍ଦ କରିଦିଆଯିବ କି? ଯାହାଙ୍କ ପାଖରେ କ୍ରୋମ୍‌ବୁକ୍‌ ଲାପ୍‌ଟପ୍‌ ଅଛି ସେମାନେ ନୂଆ ଓଏସ୍‌ ଇନ୍‌ଷ୍ଟଲ୍‌ କରିପାରିବେ ନା ନାହିଁ? ଏହି ଓଏସ୍‌ କେବଳ ବଜେଟ୍‌ କମ୍ପ୍ୟୁଟର୍‌ରେ ଚାଲିବ ନା ଦାମୀ କମ୍ପ୍ୟୁଟର୍‌ରେ ମଧ୍ୟ ଏହାକୁ ପ୍ରୟୋଗ କରାଯିବ? ଏମିତି ଅନେକ ପ୍ରଶ୍ନ ଏବେ ବି ଅସମାହିତ ରହିଛି। ତେବେ ଏହି ଅପରେଟିଂ ସିଷ୍ଟମ୍ ଆସନ୍ତା ବର୍ଷ ଉନ୍ମୋଚିତ ହେବା ବେଳକୁ ଏହି ପ୍ରଶ୍ନଗୁଡ଼ିକର ଆଶାଜନକ ଉତ୍ତର ମିଳିଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe