ନୂଆଦିଲ୍ଲୀ: ବାପା ! ପ୍ରତି ପିଲାଙ୍କ ବଳ, ପ୍ରତି ପରିବାରର ସାହସ। ପିଲା ହାରିଗଲେ ବାପା ତାକୁ ବଳ ଦିଏ, ଭାଙ୍ଗି ନପଡିବାକୁ କୁହେ… ହେଲେ ବାପାଟିଏ ଯେବେ ଭାଙ୍ଗିପଡ଼େ, ହାରିଯାଏ... ସେବେ ! ଆଖିରୁ ଝରିପଡ଼େ ଧାରଧାର ଲୁହ। କୁହନ୍ତି- ବାପାମାନେ କାଳେ କାନ୍ଦନ୍ତିନି… ନିଜ ଲୁହକୁ ଲୁଚାଇ, ଛାତିକୁ ପଥର କରି ସେମାନେ ପିଲାଙ୍କୁ ବଡ଼ ମଣିଷ କରନ୍ତି… ମାତ୍ର ସେହି ବାପା ଆଗରେ ଯେବେ ପୁଅଟିଏ ସବୁଦିନ ପାଇଁ ଆଖି ବୁଜିଦିଏନା… ସେବେ ନିଜ ଲୁହକୁ ଆଉ ଲୁଚାଇ ପାରନ୍ତିନି ବାପା ଜଣକ, କାନ୍ଦନ୍ତି… ଖୁବ୍ କାନ୍ଦନ୍ତି… ମନଭରି କାନ୍ଦନ୍ତି… ଆଉ ତାଙ୍କ ଲୁହକୁ ଦେଖେ ସାରା ଦୁନିଆ… ଏଇ ଯେମିତି ଆଜି ପୁଅକୁ ହରାଇ କାନ୍ଦୁଛନ୍ତି ଜଣେ ବାପା- ଅନିଲ ଅଗ୍ରଓ୍ଵାଲ...

Advertisment
Vedanta
Anil Agarwal Donate 75% Family Wealth Photograph: (sambad.in)

କେହି କେବେ ଦେଖିଛ କି କଳାକାର କାନ୍ଦିବାର…ଏ ଗୀତ ଆପଣ ଅନେକ ବାର ଶୁଣିଥିବେ । ଠିକ୍ ସେମିତି କେହି କେବେ ଦେଖିଛ କି କୋଟିପତି କାନ୍ଦିବାର… ଏହାର ଉତ୍ତର ବୋଧେ ନା । କାରଣ ଅନେକ ଭାବନ୍ତି କୋଟିପତିଙ୍କର କଣ ଦୁଃଖ, ସେମାନଙ୍କର ତ ପୁଳାପୁଳା ଟଙ୍କା ତେଣୁ କାନ୍ଦିବେ କଣ ପାଇଁ… କିନ୍ତୁ ନା ସେମାନେ ବି କାନ୍ଦନ୍ତି, ଆଖିରୁ ଲୁହ ଝରାନ୍ତି, ନିଜର ଲୋକକୁ ହରାଇଲା ପରେ ହାରିଯାଆନ୍ତି । ଠିକ୍ ନିଜ ଗେହ୍ଲା ପୁଅ ଅଗ୍ନିବେଶଙ୍କୁ ହରାଇ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରଓ୍ଵାଲ ଭାଙ୍ଗିପଡିବା ପରି ।

ଆହୁରି ପଢନ୍ତୁ- Young Woman Death One Detained ଜୀବନ ହାରିଲେ ଯୁବତୀ, ଜଣଙ୍କୁ ଅଟକ ରଖି ପୁଲିସ୍ କରୁଛି ପଚରାଉଚରା

vedanta
Photograph: (sambad.in)

ଆହୁରି ପଢନ୍ତୁ- Heart Attack : ପଡ଼ିଆରେ କ୍ରିକେଟ ଖେଳାଳିଙ୍କ ହୃଦଘାତ ମୃତ୍ୟୁ

ଏକ ଦୁର୍ଘଟଣା ପରେ ମେଡିକାଲରେ ଚିକିତ୍ସାଧିନ ହେଉଥିଲେ ଅନିଲଙ୍କ ପୁଅ ଅଗ୍ନିବେଶ, ଧିରେଧିରେ ସୁସ୍ଥ ବି ହେଉଥିଲେ । ହେଲେ ବିଧିରି ବିଧାନ ଥିଲା କିଛି ଅଲଗା- ମେଡିକାଲ ବେଡରେ ହାର୍ଟ ଆଟାକ୍ ହେବାରୁ ସେ ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି । ଆଉ ପୁଅର ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡ଼ି ସମୟର ଶାସ୍ତି ବୋଲି କହିଛନ୍ତି ଅନିଲ ।

ତେବେ ନିଜ ପୁଅ ବାବଦରେ ଏକ ଲମ୍ବା ଲୁହ ଛଳଛଳ ପୋଷ୍ଟ କରିଛନ୍ତି ଅନିଲ । ଯେଉଁଥିରେ ଅଗ୍ନିବେଶଙ୍କ ଜନ୍ମ ହେବା ସମୟର ଘଟଣା ଠାରୁ ସେ ବଡ଼ ହେବା ଯାଏଁ ଏବଂ ବାପା ସହ ପୁଅ କେମିତି ମିଶିକି ସମାଜର ମଙ୍ଗଳ କରିବାକୁ ଚିନ୍ତା କରେ ସେ କଥା ସବୁ ଲେଖିଛନ୍ତି ଅନିଲ । ଆତ୍ମନିର୍ଭର ଭାରତ ଏବଂ ଦେଶକୁ ନେଇ ଦେଖିଥିବା ପୁଅ ଅଗ୍ନିବେଶର ଅଧୁରା ସ୍ବପ୍ନକୁ ପୂରା କରିବାକୁ ସେ ସଂକଳ୍ପ ନେଇଛନ୍ତି । କହିଛନ୍ତି- ପୁଅର ମୋର ଗୋଟେ ବଡ଼ ସ୍ବପ୍ନ ଥିଲା କି ଦେଶର କେହି ଜଣେ ବି ପିଲା ଭୋକରେ ଶୋଇବନି ବୋଲି… କେହି ଗୋଟେ ବି ପିଲା ଶିକ୍ଷାରୁ ବଞ୍ଚିତ ହେବନି ବୋଲି… ସବୁ ନାରୀ ସଶକ୍ତ ହେବେ, ଯୁବକ ରୋଜଗାର ପାଇବେ… ପୁଅର ଅଧୁରା ସ୍ବପ୍ନକୁ ମୁଁ ପୂରା କରିବି ।
ଅଗ୍ନିବେଶ ଖାଲି ମୋ ପୁଅ ନଥିଲା ବରଂ ସେ ଥିଲା ମୋର ଦୁନିଆ, ମୋର ଭଲ ସାଙ୍ଗ ଆଉ ମୋ ଗର୍ବ । ଅଗ୍ନିବେଶ ଯାହା ସହ ମିଶେ ତାକୁ ସେ ଆପଣାର କରିନିଏ । ଅଗ୍ନିବେଶ ଭଲ ଖେଳାଳି, ସଂଙ୍ଗୀତଙ୍ଗ ଆଉ ଭଲ ମଣିଷଟେ ଥିଲା… ହେଲେ ଆମ ସମସ୍ତଙ୍କୁ ହଠାତ୍ ଛାଡି ଚାଲିଗଲା କହି ହୃଦୟ ବତୁରା ପୋଷ୍ଟ କରିଛନ୍ତି ଅନିଲ ।

ତେବେ ପୁଅ ମୃତ୍ୟୁ ପରେ ତାଙ୍କ ରୋଜଗାରର ୭୫ ପ୍ରତିଶତରୁ ଅଧିକ ଭାଗ ସାମାଜିକ କାର୍ଯ୍ୟ ପାଇଁ ଦାନ କରିବେ ଏବଂ ଆଗକୁ ଏକ ସରଳ ଜୀବନଯାପନ କରିବେ ବୋଲି କହିଛନ୍ତି ଅନିଲ । ଯାହା ଏକ ବାପାର ପୁଅକୁ ହରାଇବା ପରର ଦୁଃଖ ହିଁ ବଖାଣୁଛି ।
ବ୍ୟୁରୋ ରିପୋର୍ଟ ସମ୍ବାଦ ଡିଜିଟାଲ