ସଂପ୍ରତି ସ୍ମାର୍ଟଫୋନ୍‌ ଏକ ସର୍ବବିଦ୍ୟମାନ ଓ ସର୍ବାଧୁନିକ ଉପକରଣ। ଯୋଗାଯୋଗ ନମ୍ବର ଓ ଫଟୋ ସହିତ ଅନେକ ଜରୁରି ତଥ୍ୟ ଏହି ଛୋଟିଆ ଉପକରଣରେ ମହଜୁଦ ଥାଏ। କିନ୍ତୁ କୌଣସି ଉପାୟରେ ଯଦି ଏହା କେହି ଖଳ ବ୍ୟକ୍ତି ହାତରେ ପଡ଼େ ତେବେ ଏହି ସବୁ ତଥ୍ୟର ଅପବ୍ୟବହାର ଆମକୁ ଅଡୁଆରେ ପକାଇଥାଏ। ସ୍ମାର୍ଟଫୋନ୍‌ ଖରାପ ହେଲେ ମରାମତି ବେଳେ ଏହି ଅପବ୍ୟବହାରକୁ ଏଡ଼ାଇବା ସବୁଠାରୁ ଅଧିକ ଜରୁରି, କାରଣ ମରାମତି କରୁଥିବା ମେକାନିକ୍‌ ଜଣକ ଚାହିଁଲେ ଆପଣଙ୍କ ବ୍ୟାଙ୍କିଙ୍ଗ୍‌ ଓ ଅନ୍ୟାନ୍ୟ ତଥ୍ୟ ବା ଡେଟା ହାସଲ କରିପାରିବେ। ସେହିପରି ସେଥିରେ ଥିବା ବ୍ୟକ୍ତିଗତ ଫଟୋ ଓ ସାମାଜିକ ଯୋଗାଯୋଗ ସୂଚନାଗୁଡ଼ିକୁ ବ୍ୟବହାର କରି ଆପଣଙ୍କୁ ବ୍ଲାକ୍‌ମେଲ୍‌ ମଧ୍ୟ କରାଯାଇପାରେ। ଏ ଦିଗରେ ସୁରକ୍ଷିତ ରହିବାକୁ ହେଲେ ଆପଣଙ୍କୁ ନିମ୍ନୋକ୍ତ କିଛି ଉପାୟ ଉପରେ ଗୁରୁତ୍ବ ଦେବାକୁ ହେବ।

Advertisment

Jaundice cases: ରାୟଗଡ଼ା ସହରରେ ଜଣ୍ଡିସ ଆଶଙ୍କା

ପ୍ରଥମତଃ ଯଥାସମ୍ଭବ ଆପଣଙ୍କ ସ୍ମାର୍ଟଫୋନ୍‌ଟିକୁ ସଂପୃକ୍ତ କଂପାନି ଅଧିକୃତ ମରାମତି କେନ୍ଦ୍ରରେ ଦିଅନ୍ତୁ, ଯେଉଁଠି ସେମାନେ ତଥ୍ୟକୁ ଗୋପନୀୟ ରଖନ୍ତି। ଅନ୍ୟଥା ତୃତୀୟପକ୍ଷ ସର୍ଭିସିଂ କେନ୍ଦ୍ରରେ ମରାମତି ବେଳେ ଆପଣଙ୍କୁ ତଥ୍ୟ ସୁରକ୍ଷା ପାଇଁ ଦାୟିତ୍ବବାନ ହେବାକୁ ପଡ଼ିବ। ଅନେକ ସ୍ମାର୍ଟଫୋନ୍‌ରେ ଏବେ ରକ୍ଷଣାବେକ୍ଷଣ ବା ‘ରିପେଆର୍‌ ମୋଡ୍‌’ ଉପଲବ୍‌ଧ। ମରାମତି ପାଇଁ ଦେବାବେଳେ ଏହି ଅପ୍‌ସନ୍‌ ଆପଣ ଅନ୍‌ ରଖି ପାରିବେ, ଯଦ୍ବାରା ସଂପୃକ୍ତ ମେକାନିକ୍‌ ଫୋନ୍‌ ମରାମତି ବା ଟେଷ୍ଟିଂ ସମୟରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟରୁ ଦୂରରେ ରହିବେ। ଯଦି ଆପଣଙ୍କ ଫୋନ୍‌ରେ ଏହି ଅପ୍‌ସନ୍‌ ନଥାଏ ତେବେ ‘ଗେଷ୍ଟ୍‌ ଅପ୍‌ସନ୍‌’ ଅନ୍ କରି ପାରିବେ। ସର୍ବୋତ୍ତମ ଉପାୟ ହେଲା ମରାମତି ପାଇଁ ଦେବା ପୂର୍ବରୁ ସ୍ମାର୍ଟଫୋନ୍‌ରେ ଥିବା ସମସ୍ତ ତଥ୍ୟ ଓ ଫଟୋଗୁଡ଼ିକୁ ବ୍ୟାକ୍‌ଅପ୍‌ କରିନେଇ ଫୋନ୍‌ଟିକୁ ଫର୍ମାଟ୍‌ କରି ଦିଅନ୍ତୁ।ମେକାନିକ୍‌ ଯଦି ପରୀକ୍ଷା କରିବା ଆଳରେ ପାସ୍‌ଵାର୍ଡ ଦେବା ଜରୁରି ବୋଲି କହୁଛନ୍ତି ତେବେ ଫୋନ୍‌ଟିକୁ ଫେରାଇନେଇ ଅନ୍ୟ ମେକାନିକ୍‌ଙ୍କ ପାଖକୁ ଯାଆନ୍ତୁ। କୌଣସି ପରିସ୍ଥିତିରେ ନିଜର ଜରୁରୀ ତଥ୍ୟ ବା ଡେଟା ସହିତ ସାଲିସ କରିବା ଅନୁଚିତ।

Dhamara Port: ବିଜେଡି ରାସ୍ତାରେ ଯାଉଛି ବିଜେପି! ଅଞ୍ଚଳବାସୀଙ୍କ ସ୍ଵପ୍ନ କେବେ ହେବ?