man-wore-frying-pan-on-his-head Photograph: (@sambad.in)
ନୂଆଦିଲ୍ଲୀ: ଗାଡ଼ି ଚଲାଉଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ଉଭୟ ଚାଳକ ଓ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇଯାଇଛି। ତଥାପି କିଛି ଲୋକ ଏହାକୁ ଅଣଦେଖା କରି ରାସ୍ତାରେ ଗାଡ଼ି ଚାଲଉଛନ୍ତି। ସମୟସମୟରେ ଜରିମାନା ଓ ଦଣ୍ଡର ବି ଶିକାର ହେଉଛନ୍ତି।
ଜରିମାନା ଭୟରେ ମୁଣ୍ଡରେ କଢ଼େଇ
ତେବେ ବିନା ହେଲମେଟରେ ଗାଡ଼ି ଚଲାଉଥିବା ସମୟରେ ଯଦି ଟ୍ରାଫିକ୍ ପୁଲିସ ହାବୁଡ଼ରେ ଚାଳକ କିମ୍ବା ଯାତ୍ରୀ ପଡ଼ିଯାଆନ୍ତି ତେବେ ଖସି ଯିବାକୁ ସେମାନେ ବିଭିନ୍ନ ପ୍ରକାର ଉପାୟମାନ ଅପଣାଇଆନ୍ତି।
ଅଧିକପଢ଼ନ୍ତୁ:ଭଲପାଇ ବାହା ହୋଇଥିବା ସ୍ତ୍ରୀଙ୍କୁ ଲୁହାରଡ଼ରେ ପିଟିପିଟି ହତ୍ୟା କଲେ ସ୍ବାମୀ
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ରୁପେନା ଅଗ୍ରହାରାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ଟ୍ରାଫିକ୍ ଜରିମାନାରୁ ରକ୍ଷା ପାଇବା ପାଇଁ ହେଲମେଟ୍ ବଦଳରେ ମୁଣ୍ଡରେ କଢାଇ ପିନ୍ଧିଥିବା ଦେଖିବାକୁ ମିଳୁଛି।
ଅଧିକପଢ଼ନ୍ତୁ:ସ୍ବପ୍ନରେ ଭଗବାନ ଶିବଙ୍କୁ ଦେଖିବା ପରେ ଧର୍ମପରିବର୍ତ୍ତନ କଲେ ଯୁବକ
  
 Follow Us