ଭୁବନେଶ୍ବର: ବଜେଟ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳ ଅର୍ଥନୀତିକୁ ଗୁରୁତ୍ବ ଦେଇଛନ୍ତି। ଅର୍ଥନୀତିର ଏକ ପ୍ରମୁଖ ଚାଳକ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ୨୦୪୭ ସୁଦ୍ଧା କୃଷି ଜିଏସ୍ଡିପିର ୨୦ରୁ ୨୫ ପ୍ରତିଶତ ଅଂଶ ହାସଲ ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପାଇଁ ୨୦୨୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ୧୦ ହଜାର ହେକ୍ଟରରୁ ଅଧିକ ପରିବେଶ ଅନୁକୂଳ ଜଳଚାଷକୁ ସଂପ୍ରସାରିତ କରି, ଚିଙ୍ଗୁଡ଼ି ରପ୍ତାନିକୁ ବାର୍ଷିକ ୨ ଲକ୍ଷ ଟନ୍ ବୃଦ୍ଧି କରି ୧୨ ହଜାର କୋଟି ଟଙ୍କା ଆୟ କରିବା, ନିଯୁକ୍ତି, ତାଲିମ ଏବଂ ଉଚ୍ଚ ଆୟ ମାଧ୍ୟମରେ ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ଉପକୃତ କରିବା ପାଇଁ ଚିଙ୍ଗୁଡ଼ି ମିସନରେ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଏକ ଜଳଚାଷ ଓ ଚିଙ୍ଗୁଡ଼ି ରପ୍ତାନି ସେଲ୍ ଗଠନ ପ୍ରସ୍ତାବ ରହିଛି।
Women's Rising Stars Asia Cup: ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍: ଫାଇନାଲରେ ଭାରତ
୫ ବର୍ଷ ମଧ୍ୟରେ ୧୫୦ଟି ନୂତନ ଗଭୀର ସମୁଦ୍ର ଜାହାଜ ନିର୍ମାଣ ଏବଂ ୫ ଶହ ଯାନ୍ତ୍ରିକ ଡଙ୍ଗାର ଉନ୍ନତୀକରଣ କରି ଆଧୁନିକ ମାଛ ବଜାର ସହିତ ପାରାଦୀପ, ଧାମରା, ଚାନ୍ଦିିପୁର ଏବଂ ଅସ୍ତରଙ୍ଗରେ ବନ୍ଦରର ବିକାଶ କରାଯିବ। ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ୨୦୧ କୋଟି ଆବଣ୍ଟନ କରାଯାଇଛି। ଅସ୍ତରଙ୍ଗ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଗୋପାଳପୁରରେ ଗଭୀର ସମୁଦ୍ରରେ ମାଛଧରା ବନ୍ଦର ନିର୍ମାଣ ସମେତ ୪୦ଟି ହିତାଧିକାରୀଭିତ୍ତିକ ଯୋଜନାକୁ ପ୍ରଭାବଶାଳୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ଅଧୀନରେ ୨୪୫ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।
Budget 2026-27: ବଜେଟ୍ ୨୦୨୬-୨୭: ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନୋହିଲା
ବଜେଟ୍ରେ ଓଡ଼ିଶାକୁ ୨୦୪୭ ସୁଦ୍ଧା ଅଣ୍ଡା, ଦୁଗ୍ଧ ଏବଂ ମାଂସ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ବାର୍ଷିକ ୧୭୦୦ କୋଟି ଅଣ୍ଡା, ୨୭୪ ଲକ୍ଷ ଲିଟର ଦୁଗ୍ଧ ଏବଂ ୮ ଲକ୍ଷ ମେଟ୍ରିକ ଟନ୍ ମାଂସ ଉତ୍ପାଦନ କରିବା ପାଇଁ ବଜେଟ୍ରେ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ବଜେଟରେ ୧୫୯ କୋଟି ଟଙ୍କା ଦିଆଯାଇଛି। ସେହିପରି ପ୍ରାଣୀ ସମୃଦ୍ଧି ଯୋଜନାରେ ୧୮୫ କୋଟି ଟଙ୍କାର ପ୍ରସ୍ତାବ ରହିଛି। ପଶୁ ରୋଗର ନିୟନ୍ତ୍ରଣ ପାଇଁ ଗୋମାତା ଯୋଜନାରେ ୫୭ କୋଟିର ପ୍ରସ୍ତାବ ରହିଛି।
ଉନ୍ନତ ପ୍ରାଣୀ ଚିକିତ୍ସା ପାଇଁ ସରକାର ଫୁଲନଖରାରେ ଏକ ୨୪ ଘଣ୍ଟିଆ ରେଫରାଲ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଆଧୁନିକ ରୋଗ ନିର୍ଣ୍ଣୟ ସହିତ ଅନ୍ୟାନ୍ୟ ସୁବିଧା ଏହି ଚିକିତ୍ସାଳୟରେ ରହିବ। ଦୈନିକ ୧୦୦ ଆନ୍ତଃଗୃହ ପ୍ରାଣୀ ଓ ୩୦୦ ବହିର୍ବିଭାଗ ପ୍ରାଣୀଙ୍କୁ ରଖିବା କ୍ଷମତା ରହିବ। ଏଥିପାଇଁ ବଜେଟ୍ରେ ୧୦ କୋଟିର ବ୍ୟବସ୍ଥା ହୋଇଛି। ମୟୂରଭଞ୍ଜରେ ନୂଆ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି। ଏହି ମହାବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଏବଂ ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି। ଏହାବ୍ୟତୀତ ଚିପିଲିମାରେ ଏକ ପଶୁ ଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ବଲାଙ୍ଗୀରରେ କୃଷି ମହାବିଦ୍ୟାଳୟ, ସୋନପୁରରେ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହି ପଦକ୍ଷେପଗୁଡ଼ିକ ପାଇଁ ମୋଟ ୩୦ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଅସହାୟ ପଶୁମାନଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ରାଜ୍ୟରେ ୨୬ଟି ସ୍ଥାନରେ ଆମ୍ବୁଲାନ୍ସ ସେବା ସୁବିଧା ରହିଛି। ଏଥିପାଇଁ ୩୩ କୋଟି ଟଙ୍କା ବରାଦ କରାଯାଇଛି।
Follow Us