Nash Miracle Journey:ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ ଡାକ୍ତର, ଗିନିଜ୍ ୱାଲର୍ଡ ରେକର୍ଡ‌ରେ ସ୍ଥାନ ପାଇଲେ ପ୍ରିମ୍ୟାଚୁଅର ଶିଶୁ

ମାତ୍ର ୨୧ ସପ୍ତାହର ଗର୍ଭଧାରଣରେ ଜନ୍ମିତ ନାଶର ନାମ ଗିନିଜ୍ ୱାଲର୍ଡ ରେକର୍ଡ‌ରେ ସ୍ଥାନ ପାଇଛି। ଆଜି ପର୍ଯ୍ୟନ୍ତ ଆକ୍ସିଜେନ ସପୋର୍ଟ ଓ ଫିଡିଙ୍ଗ ଟ୍ୟୁବର ରହିଛି ଆବଶ୍ୟକ ।

Untitled-21

nash-miracle-journey Photograph: (@sambad.in)

ନୂଆଦିଲ୍ଲୀ: ହାର ମାନି ଯାଇଥିଲେ ଡାକ୍ତର... ଆଶା ଛାଡ଼ି ଦେଇଥିଲେ ସମସ୍ତେ.... ଏଭଳି ପରିସ୍ଥିତିରେ ଜନ୍ମ ନେଇଥିବା ପ୍ରିମ୍ୟାଚୁଅର ଶିଶୁ ଆଜି ପର୍ଯ୍ୟନ୍ତ ବଞ୍ଚିବା ପାଇଁ କରୁଥିବା ସଂଘର୍ଷ ଚର୍ଚ୍ଚାରେ ରହିଛି। ଆମେରିକାର ଆଇଓୱା ସିଟିରେ ଜନ୍ମିତ ମାତ୍ର ୨୮୩ ଗ୍ରାମ ଓଜନର ଶିଶୁ ବିଶ୍ୱର ସବୁଠାରୁ ପ୍ରିମ୍ୟାଚୁଅର ଶିଶୁ ଭାବେ ଟାଇଟଲ୍ ଅର୍ଜନ କରିଛି।

୨୦୨୪ ମସିହାରେ ମାତ୍ର ୨୧ ସପ୍ତାହ ଗର୍ଭଧାରଣରେ ଜନ୍ମିତ ନାଶ୍ ନାମ ଗିନିଜ୍ ୱାଲର୍ଡ ରେକର୍ଡ‌ରେ ସ୍ଥାନ ପାଇଛି। ସାଧାରଣତଃ ଗର୍ଭଧାରଣର ୨୧ ସପ୍ତାହ ମଧ୍ୟରେ ଜନ୍ମିତ ଶିଶୁର ବଞ୍ଚିବା ସମ୍ଭାବନା କମ ଥାଏ। କିନ୍ତୁ ନାଶ ସମସ୍ତ ପରିସ୍ଥିତିର ସଂଘର୍ଷ କରି ପରିବେଶ ସହିତ ନିଜକୁ ଖାପଖୁଆଇ ନେଇଛନ୍ତି।

ଅଧିକପଢ଼ନ୍ତୁ:ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୁଚିଥିଲେ ଯୁବକ, ଆକ୍ରମଣ କରି ଜୀବନ ନେଲା ଦନ୍ତା

ଗର୍ଭଧାରଣର ମାତ୍ର ୨୧ ସପ୍ତାହ ପରେ ଜନ୍ମ ନେଲା ନାଶ୍

ଦମ୍ପତି ମଲି ଏବଂ ରେଣ୍ଡଲ୍ ଥରେ ଗର୍ଭପାତର ଶିକାର ହେବାପରେ ବହୁ କଷ୍ଟରେ, ଅନେକ ଚିକିତ୍ସା ପରେ ଦ୍ବିତୀୟଥର ଗର୍ଭଧାରଣ କରି ପାରିଥିଲେ। ଚିକିତ୍ସା ସମୟରେ ଡାକ୍ତରମାନେ ଦମ୍ପତିଙ୍କୁ ସତର୍କ ରହିବାକୁ କଡ଼ା ଚେତାବନୀ ଦେଇଥିଲେ। ଗର୍ଭଧାରଣର ମାତ୍ର ୨୧ ସପ୍ତାହ ପରେ ମୋଲିଙ୍କ ପ୍ରିମ୍ୟାଚୁଅର ସନ୍ତାନ ହୋଇଥିଲା। ଯାହାକୁ ବଞ୍ଚାଇବା ପାଇଁ ଡାକ୍ତରମାନଙ୍କ ପାଇଁ ଏକ ପ୍ରକାର କଡ଼ା ଚ୍ୟାଲେଞ୍ଜ ଥିଲା। ଡାକ୍ତରମାନେ ଉକ୍ତ ଶିଶୁକୁ ବଞ୍ଚାଇ ପାରିବେ ସେ ଆଶା ଛାଡ଼ି ଦେଇଥିଲେ କିନ୍ତୁ ନିଜ ଉଦ୍ୟମରେ ହେଳା କରି ନଥିଲେ।

ଦୀର୍ଘ ୬ମାସ ଡାକ୍ତରଙ୍କ ନୀରିକ୍ଷଣ ଓ ଚିକିତ୍ସାରେ ରହିବା ପରେ ଶେଷରେ ନାଶ ତାଙ୍କ ପିତା ଓ ମାତାଙ୍କ କୋଳକୁ ଫେରି ଆସିଛି। ଜନ୍ମର ୬ମାସ ପରେ ସନ୍ତାନକୁ କୋଳରେ ଫେରି ପାଇ ଦମ୍ପତି ଖୁବ ଖୁସି।  କିନ୍ତୁ ଆଜି ପର୍ଯ୍ୟନ୍ତ ନାଶକୁ ଆକ୍ସିଜେନ ସପୋର୍ଟ ଓ ଫିଡିଙ୍ଗ ଟ୍ୟୁବର ଆବଶ୍ୟକ ରହିଛି। କାରଣ ତାଙ୍କ ହୃଦୟରେ ଏକ ଛୋଟ ସମସ୍ୟା ରହିଛି। ଯାହାକି ସମୟ କ୍ରମେ ଠିକ ହୋଇଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ନାଶ ଏବେ ନିଜେନିଜେ ଛଡ଼ା ହେବାକୁ ଚେଷ୍ଟା କରୁଛନ୍ତି।

ଅଧିକପଢ଼ନ୍ତୁ:ଶୀତଦିନେ ବଥୁଆ ଶାଗ ଖାଇବାର ଉପକାରିତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe