Boy Performing Stunt:ମା’ କାନ୍ଧରେ ଛିଡ଼ା ହୋଇ ଷ୍ଟଣ୍ଟ ଦେଖାଉଥିବା ବେଳେ ଖସି ପଡ଼ିଲେ ବାଳକ; ଭାଙ୍ଗିଗଲା ଅଣ୍ଟାର ହାଡ଼

ଜଣେ ବାଳକ ତାଙ୍କ ମା’ଙ୍କ କାନ୍ଧ ଉପରେ ଛିଡ଼ା ହୋଇ ଷ୍ଟଣ୍ଟ ଦେଖାଉଥିବା ବେଳେ ଭାରସାମ୍ୟ ହରାଇ ପଡ଼ିଗଲେ ତଳେ । ଫଳରେ ତାଙ୍କର ଅଣ୍ଟାର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

images (1)

Boy Performing Stunt Photograph: (@social media)

ନୂଆଦିଲ୍ଲୀ: ଷ୍ଟଣ୍ଟ ଦେଖିବା ଓ ଷ୍ଟଣ୍ଟ ଦେଖାଇବା ପ୍ରତି ଅନେକ ଲୋକଙ୍କ ସଉକ ରହିଥାଏ। ତେବେ ଏହି ଷ୍ଟଣ୍ଟ ସମୟସମୟରେ ମଣିଷର ଜୀବନକୁ ବିପଦରେ ପକାଇ ଦେଇଥାଏ। 

ସୋସିଆଲ ମିଡିଆରେ ଭାଇରାଲ ହେବାପାଇଁ ଲୋକେ ବିଭିନ୍ନ ପ୍ରକାର ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଇ ନିଜର ଜୀବନକୁ ବିପଦରେ ପକାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ପ୍ରତି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖିବା ପରେ ଲୋକେ ନିଶ୍ଚିତ ଭାବେ ଷ୍ଟଣ୍ଟ ଦେଖାଇବା ସମୟରେ ସାବଧାନତା ଅବଲମ୍ବନ କରିବେ।

https://www.instagram.com/p/DREu5hOEl_8/?utm_source=ig_embed&utm_campaign=embed_video_watch_again

ଷ୍ଟଣ୍ଟ ଦେଖାଉଥିବା ବେଳେ  ଭାଙ୍ଗିଗଲା ଅଣ୍ଟା ହାଡ଼

ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ୧୧ବର୍ଷର ବାଳକ ତାଙ୍କ ମା’ଙ୍କ କାନ୍ଧ ଉପରେ ଛିଡ଼ା ହୋଇ ଷ୍ଟଣ୍ଟ ଦେଖାଉଛନ୍ତି। ଏହି ସମୟରେ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଉଛନ୍ତି। ଫଳରେ ତାଙ୍କର ଅଣ୍ଟାର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି।

ତେଣୁ ଷ୍ଟଣ୍ଟ ଦେଖାଇ ଲୋକଙ୍କ ମନୋରଞ୍ଜନ କରିବା ପୂର୍ବରୁ ନିଜର ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ। ସମାଜକୁ ଉଚିତ ବାର୍ତ୍ତା ଦିଅନ୍ତୁ। ନିକଟରେ  ବ୍ରହ୍ମଗିରି ବ୍ଲକ ବାଲୁକେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟରେ ଷ୍ଟଣ୍ଟ ଦେଖାଇବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ର ପୋଡ଼ି ହୋଇଯାଇଥିଲେ । ତାଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ପୁରୀ ସଦର ମହକୁମା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ନିଆଁ ଲାଗି ନବମ ଛାତ୍ରଙ୍କ ଛାତିର ଅଧିକାଂଶ ଭାଗ ପୋଡ଼ି ଯାଇଥିଲା। ଚିକିତ୍ସା ପରେ ଉକ୍ତ ଛାତ୍ର ଜଣକ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି।  

ସେହିପରି ନିକଟରେ ଜଣେ ଯୁବକ ବାଇକ୍‌ ଉପରେ ଛିଡ଼ା ହୋଇ ଏକ ଚଳନ୍ତା ଟ୍ରକ ସମ୍ମୁଖରେ ଷ୍ଟଣ୍ଟ କରୁଥିବା ବେଳେ ଧକ୍କା ଖାଇ ତଳେ ପଡ଼ିଯାଇଥିଲେ। ଭାଗ୍ୟ ଭଲ ଥିବାରୁ ତାଙ୍କ ଜୀବନ ରକ୍ଷା ପାଇଯାଇଥିଲା।

ଅଧିକପଢ଼ନ୍ତୁ:ମୁଁ ଏଲନ ମସ୍କଙ୍କଠାରୁ ଧନୀ, ଜିହାଦ ପାଇଁ ଅର୍ଥର ଅଭାବ ନାହିଁ : ମାସୁଦ ଆଝାର

ଅଧିକପଢ଼ନ୍ତୁ:ମୃତ୍ୟୁଦଣ୍ଡ ମିଳିବା ପରେ ଶେଖ ହସିନାଙ୍କ ପ୍ରଥମ ପ୍ରତିକ୍ରିୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe