White Owl: ଫାର୍ମ ହାଉସରେ ଧଳା ପେଚା: ଦେଖିବାକୁ ଲୋକଙ୍କ ଜମୁଛି ଭିଡ଼

Advertisment

ଛତିଶଗଡ଼ର ବେମେତରାରେ ଥିବା ଏକ ଫାର୍ମ ହାଉସରେ ଧଳା ପେଚା ଦେଖାଦେବା ପରେ ଗ୍ରାମରେ ଉଭୟ ଭୟ ଓ ଖୁସିର ବାତାବରଣ ଖେଳି ଯାଇଛି। ଲୋକେ ଫାର୍ମ ହାଉସ ନିକଟରେ ଧଳା ପେଚାକୁ ଦେଖିବାକୁ ପ୍ରବଳ ଭିଡ଼ ଜମାଇଛନ୍ତି ।

ଛତିଶଗଡ଼ର ବେମେତରାରେ ଥିବା ଏକ ଫାର୍ମ ହାଉସରେ ଧଳା ପେଚା ଦେଖାଦେବା ପରେ ଗ୍ରାମରେ ଉଭୟ ଭୟ ଓ ଖୁସିର ବାତାବରଣ ଖେଳି ଯାଇଛି। ଲୋକେ ଫାର୍ମ ହାଉସ ନିକଟରେ ଧଳା ପେଚାକୁ ଦେଖିବାକୁ ପ୍ରବଳ ଭିଡ଼ ଜମାଇଛନ୍ତି ।

Untitled-17

white owl in farm house Photograph: (@sambad.in)

ଛତିଶଗଡ଼: ଛତିଶଗଡ଼ର ବେମେତରାରେ ଥିବା ଏକ ଫାର୍ମ ହାଉସରେ ଧଳା ପେଚା ଦେଖାଦେବା ପରେ ଗ୍ରାମରେ ଉଭୟ ଭୟ ଓ ଖୁସିର ବାତାବରଣ ଖେଳି ଯାଇଛି। ଲୋକେ ଫାର୍ମ ହାଉସ ନିକଟରେ ଧଳା ପେଚାକୁ ଦେଖିବାକୁ ପ୍ରବଳ ଭିଡ଼ ଜମାଇଛନ୍ତି । ଗ୍ରାମବାସୀମାନେ ଏହି ପେଚାକୁ ପ୍ରଭୁ ଶ୍ରୀ ବିଷ୍ଣୁଙ୍କ ବାହାନ ଗରୁଡ଼ ଭାବି ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି।  ହିନ୍ଦୁ ଶାସ୍ତ୍ରରେ ବର୍ଣ୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ପୂଜା କରାଯାଏ ।

ଚର୍ଚ୍ଚାରେ ଧଳା ପେଚ 

ଫାର୍ମହାଉସରେ ଲୋକମାନେ କାମ କରୁଥିବା ସମୟରେ ହଠାତ ଏକ ଧଳାପେଚା କେଉଁ ଆଡୁ ଉଡ଼ି ଆସି ଆଶ୍ରୟ ନେଇଥିଲା।  ଗ୍ରାମବାସୀମାନେ ଉକ୍ତ ପକ୍ଷୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଉକ୍ତ ପକ୍ଷୀଟି ଦେଖିବାକୁ ସାଧାରଣ ପକ୍ଷୀ ଭଳି ନଥିଲା। ତେଣୁ ଗ୍ରାମବାସୀମାନେ ଉକ୍ତ ପକ୍ଷୀକୁ ଭଗବାନ ଶ୍ରୀ ବିଷ୍ଣୁଙ୍କ ବାହାନ ଗରୁଡ଼ ଭାବି ଭଜନ, କୀର୍ତ୍ତନ କରିବା ସହିତ ଭୋଗ ଅର୍ପଣ କରି ପୂଜାଅର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ପକ୍ଷୀଟି ଲୋକଙ୍କ କୋଳାହଳପୂର୍ଣ୍ଣ ବାତାବରଣରେ ସମ୍ପୂର୍ଣ୍ଣ ଭାବେ ଭୟଭୀତ ହୋଇଯାଇଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ଅଧିକପଢ଼ନ୍ତୁ:ଭାରତୀୟ ଟଙ୍କାକୁ ନେଇ ବଡ଼ ଖବର: ଏବେ ନେପାଳରେ ଚଳିବ ୨୦୦-୫୦୦ ଟଙ୍କିଆ ନୋଟ୍

ଗ୍ରାମ ପାଇଁ ଶୁଭ ସଙ୍କେତ

ଏହି ଘଟଣାକୁ ନେଇ ଗ୍ରାମର ମୁଖିଆ ବିଷ୍ଣୁହରି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ବୟସ ୮୦ବର୍ଷ ପାଖାପାଖି ହେବ। ଆଜି ଯାଏଁ ମୁଁ ଗ୍ରାମରେ ଏଭଳି ପକ୍ଷୀ ଦେଖିନାହିଁ। ପ୍ରଥମଥର ପାଇଁ ଏଭଳି ବିରଳ ପକ୍ଷୀକୁ ମୁଁ ସିଧାସଳଖ ଆଖିରେ ଦେଖିବାକୁ ପାଇଛି। ଏ ପକ୍ଷୀକୁ କିଛି ଲୋକ ଆମ ଗ୍ରାମ ପାଇଁ ଶୁଭ ସଙ୍କେତ ବୋଲି କହୁଥିବା ବେଳେ ଆଉ କିଛି ଜଣ ଅଶୁଭ ବୋଲି ବିବେଚନା କରୁଛନ୍ତି।’

ଅଧିକପଢ଼ନ୍ତୁ:ବିବାହ ପୂର୍ବରୁ ଘରୋଇ ଉପଚାର ମାଧ୍ୟମରେ ତ୍ୱଚାକୁ କିପରି ଚମକାଇବେ, ଆସନ୍ତୁ ଜାଣିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe