Deepti Sharma's Hanuman tattoo ଭକ୍ତିରେ ଥାଏ ଶକ୍ତି: ସ୍ପିନ୍ କୁଇନଙ୍କୁ ସଙ୍କଟମୋଚକ ସାହା ହୁଅନ୍ତି ! ମହାବିଜୟ ପଛରେ ମହାବୀରଙ୍କ କୃପା, ଏମିତି କହିଲେ ଦୀପ୍ତି ଶର୍ମା

ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ନିଜ ବାମ ହାତରେ ପ୍ରଭୁ ହନୁମାନଙ୍କର ଏକ ଟାଟୁ କରିଛନ୍ତି ଯାହା ତାଙ୍କୁ ପଡିଆରେ ଆକ୍ରମଣାତ୍ମକ ବୋଲିଂ କରିବାରେ ଏବଂ ବ୍ୟାଟିଂ କରିବାରେ ସାହସ ଏବଂ ଶକ୍ତି ଦେଉଛି ବୋଲି ଦୀପ୍ତି କୁହନ୍ତି

Dipti Sharma

Dipti Sharma Photograph: (Sambad.in)

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଚାମ୍ପିୟନ ହେବା ପରେ ଏବେ ବିଶ୍ବବିଜୟିନୀଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଖେଳାଳିଙ୍କ ଜୀବନ ଏବଂ ସେମାନଙ୍କ ବାବଦରେ ଖବର ପ୍ରକାଶ ପାଉଛି । ଆଉ ଏତିକି ବେଳେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଟିମ୍ ଇଣ୍ଡିଆର ସ୍ପିନ୍ କୁଇନ ଭାବେ ପରିଚିତ ତଥା ପଡିଆରେ ନିଜ ବୋଲିଂର ଯାଦୁରେ ବିପକ୍ଷଙ୍କୁ ଚିତପଟାଙ୍ଗ କରୁଥିବା ଦୀପ୍ତି ଶର୍ମାଙ୍କ ଟାଟୁ ।

ବାମ ହାତରେ ବଜରଙ୍ଗବାଲୀଙ୍କ ଟାଟୁ

ହଁ ଆଜ୍ଞା ! ମହିଳା କ୍ରିକେଟ୍ ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା ନିଜ ବାମ ହାତରେ ପ୍ରଭୁ ହନୁମାନଙ୍କର ଏକ ଟାଟୁ କରିଛନ୍ତି ଯାହା ତାଙ୍କୁ ପଡିଆରେ ଆକ୍ରମଣାତ୍ମକ ବୋଲିଂ କରିବାରେ ଏବଂ ବ୍ୟାଟିଂ କରିବାରେ ସାହସ ଏବଂ ଶକ୍ତି ଦେଉଛି ବୋଲି ଦୀପ୍ତି କୁହନ୍ତି । ପୂର୍ବରୁ ଯେଉଁ ଟାଟୁ ଥିଲା ସେଥିରେ ହନୁମାନଙ୍କ ଗଦା ଏବଂ ମୁଖା ସହ ଜୟ ଶ୍ରୀରାମ ଲେଖା ହୋଇଥିଲା । ମାତ୍ର ଏବେ ଯେଉଁ ଟାଟୁ ସେ ହାତରେ ରଖିଛନ୍ତି ତାହା କେବଳ ମହାବୀରଙ୍କ ମୁଖା ହିଁ ରହିଛି । 

dipti sharma with world cup
dipti sharma with world cup Photograph: (icc twitter page)

ମହାବୀରଙ୍କ ଭକ୍ତ ଦୀପ୍ତି ଶର୍ମା

ତେବେ ମହିଳା କ୍ରିକେଟର ଭାବେ ଦୀପ୍ତି ବଜରଙ୍ଗବାଲୀଙ୍କ ଭକ୍ତ ହୋଇଥିବା ବେଳେ ସେ ହନୁମାନଙ୍କୁ ଭାରି ଭକ୍ତି କରନ୍ତି । ତେଣୁ ଭକ୍ତି ହିଁ ତାଙ୍କୁ ଖେଳିବାକୁ ଶକ୍ତି ଦିଏ । ଦୀପ୍ତି ବାମହାତି ବ୍ୟାଟର ହୋଇଥିବା ବେଳେ ଛକା ଚୌକା ମାରିବାରେ ମହାବୀର ତାଙ୍କୁ ଶକ୍ତି ଦିଅନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । 

ହନୁମାନଙ୍କ ମନ୍ଦିରରେ ଦୀପ୍ତି ଅନେକ ସମୟ ବିତାଉଥିବା ବେଳେ ଅନେକ ଫଟୋ ବି ଉଠାଇଛନ୍ତି । ତେବେ କ୍ରିକେଟ୍ କେବଳ ଏକ ଜେଣ୍ଟଲମେନଙ୍କ ଖେଳ ନୁହେଁ ବରଂ ସମସ୍ତଙ୍କ ଖେଳ ବୋଲି ଦୀପ୍ତି ପିନ୍ଧିଥିବା ଟି-ସାର୍ଟ ବି ଭାଇରାଲ ହେଉଛି ।

ଆହୁରି ପଢନ୍ତୁ-

President With Women's World Cup: ମହାମହିମଙ୍କ ହାତରେ ମହିଳା ବିଶ୍ବକପ୍, ବିଶ୍ବବିଜୟିନୀଙ୍କୁ ଭେଟି କହିଲେ- ବିଶ୍ବାସ ଥିଲା ଦେଶର ଝିଅମାନେ ବିଶ୍ବବିଜେତା ହେବେ

ମୋଦୀ ପଚାରିଲେ ଟାଟୁ କଥା

ସେପଟେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ମୋଦୀ ଦୀପ୍ତିଙ୍କୁ ଟାଟୁର ସିକ୍ରେଟ୍ ଏବଂ ଜୟ ଶ୍ରୀରାମର କଥା ପଚାରିଥିଲେ । ଆଉ ଦୀପ୍ତି ଉତ୍ତରରେ କହିଥିଲେ- ମୋର ନିଜ ଅପେକ୍ଷା ହନୁମାନଙ୍କ ଉପରେ ଅଧିକ ବିଶ୍ୱାସ ଅଛି। ଯେତେବେଳେ ମୁଁ ଅସୁବିଧାରେ ପଡ଼େ, କଠିନ ସମୟ ଦେଇ ଗତି କରେ କିମ୍ବା ଭାଙ୍ଗିପଡ଼େ ସେତେବେଳେ ତାଙ୍କ ନାମ ନେବା କ୍ଷଣି ମୋର ସବୁ ସମସ୍ୟା ଦୂର ହେଇଯାଏ । 

ଆହୁରି ପଢନ୍ତୁ-

Call Recording tricks : ଆପଣଙ୍କ କଲ୍ ରେକର୍ଡିଂ ହେଉଥିଲେ ଜାଣିବେ କିପରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe