କାର୍ତ୍ତିକ ମାସରେ ଲୋକ ସାତ୍ତ୍ବିକ ନିରାମିଷ ଖାଦ୍ୟ ଭକ୍ଷଣ କରିବାକୁ ପସନ୍ଦ କରିଥାନ୍ତି। ସାଧା ଖାଦ୍ୟରେ ଖଟା ହେଉଛି ପ୍ରଧାନ ଜିନିଷ। ଭାତ ଡାଲ୍ମା ସାଙ୍ଗକୁ କୌଣସି ବି ପ୍ରକାରର ଖଟା ଟିକେ ହୋଇଗଲେ ଖାଇବାର ମଜା ଆସିଯାଏ। ସେଥିପାଇଁ ଆଜି ଆମେ ଜାଣିବା ଏକ ଖଟା ରେସିପି। ରେସିପିର ନାମ ‘ଦହି ଆମ୍ବୁଲ’।
ଆହୁରି ପଢ଼ନ୍ତୁ: ଛାଡ଼ପତ୍ର ପାଇଁ ଆବେଦନ କଲେ ମାହି-ଜୟ
ଆବଶ୍ୟକୀୟ ସାମଗ୍ରୀ
ଦହି, ଆମ୍ବୁଲ, ଶୋରିଷ, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଅଦା, ଶୋରିଷ ତେଲ, ପଞ୍ଚଫୁଟଣ, ନଡ଼ିଆ, ଆମ୍ବକଷିଆ ଅଦା, ଭ୍ରୁଷଙ୍ଗ ପତ୍ର, ଚାଟ୍ ମସଲା, ହେଙ୍ଗୁ, ଲଙ୍କାଜିରା ଗୁଣ୍ଡ, ଧନିଆ ପତ୍ର, ଲୁଣ, ଚିନି, ପାଣି।
କେମିତି ବନେଇବେ
ଦହି ଆମ୍ବୁଲ ବନାଇବା ପାଇଁ ଆମକୁ ପ୍ରଥମେ ଆମ୍ବୁଲକୁ ଏକ ପାତ୍ରରେ ପାଣି ଦେଇ ଅଧଘଣ୍ଟାରୁ ଅଧିକ ସମୟ ଭିଜାଇ ଦେବା। ତା’ପରେ ବେସର ପ୍ରସ୍ତୁତ କରିବାକୁ ପଡ଼ିବ। ବେସର ପ୍ରସ୍ତୁତ କରିବା ପାଇଁ ନେବା ଗୋଟେ କି ଦେଢ଼ ଚାମଚ୍ ଶୋରିଷ, ଗୋଟାଏ କଞ୍ଚାଲଙ୍କା, ଛୋଟ ଖଣ୍ଡ ଅଦା, ଅଳ୍ପ ଟିକେ ନଡ଼ିଆ କୋରା। ଏସବୁକୁ ମିଶାଇ ବାଟିକି ରଖିଦେବା। ତା’ପରେ ଆଣିବା ଦୁଇ କପ୍ ଦହି। ଦହିରେ ବେସରକୁ ମିଶାଇବା। ସେଥିରେ ସ୍ବାଦ ମୁତାବକ, ଚିନି, ଲୁଣ, ଚାଟ୍ ମସଲା, ଆମ୍ବକଷିଆ ଅଦା କୋରା, ଧନିଆ ପତ୍ର, ଲଙ୍କାଜିରା ଗୁଣ୍ଡ ଓ ସାମାନ୍ୟ ପାଣି ମିଶାଇ ଗୋଳାଇ ଥୋଇଦେବା।
ଆହୁରି ପଢ଼ନ୍ତୁ: ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଦେଖିବା ଆମ୍ବୁଲ ଯଦି ଭଲ କରି ବତୁରି ଯାଇଛି ତେବେ ତାହାକୁ ଟିକେ ଚକଟି ଦେଇ ଉକ୍ତ ମିଶ୍ରଣରେ ମିଶାଇବା। ସବୁ କିଛି ମିଶାଇ ସାରିବା ପରେ ଫୁଟଣ କାମ। ଫୁଟଣ ପାଇଁ କଡ଼େଇରେ ଟିକେ ଶୋରିଷ ତେଲ ନେବା। ତେଲ ତାତିବା ପରେ ସେଥିରେ ୨ଟି ସୁଖିଲା ଲଙ୍କା ପକାଇବା। ତା’ପରେ ସେଥିରେ ଦେବା ପଞ୍ଚଫୁଟଣ। ଫୁଟଣ ଭାଜି ହେବା ପରେ ସାମାନ୍ୟ ଅଦା ଘୋରି ଦେଇ ହେଙ୍ଗୁ ଟିକେ ପକାଇବା ଓ ଶେଷରେ ପକାଇବା ଭ୍ରୁଷଙ୍ଗ ପତ୍ର। ବଢ଼ିଆ ଛୁଙ୍କଟେ ହେବା ପରେ ତାହାକୁ ଆମେ ଆମ୍ବୁଲ ମିଶ୍ରିତ ହଦିରେ ଢାଳି ଦେଇ ଗୋଳେଇ ଦେବା। ୨୦ ମିନିଟ୍ ପର୍ଯ୍ୟନ୍ତ ବାହାରେ ରଖି ତା’ପରେ ଫ୍ରିଜ୍ରେ ରଖିଦେବା। ସେହି ଦହି ଆମ୍ବୁଲକୁ ଆପଣ ସପ୍ତାହେ ପର୍ଯ୍ୟନ୍ତ ଫ୍ରିଜ୍ରେ ରଖି ଖାଇଲେ ବି ତାହା ଖରାପ ହେବ ନାହିଁ।
ଆହୁରି ପଢ଼ନ୍ତୁ: ବାତ୍ୟା ‘ମନ୍ଥା’ର ପ୍ରଭାବ: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ହେବାର ଆଶଙ୍କା
Recipe | Veg food
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/27/untitled-3-1-2025-10-27-13-26-42.jpg)