Advertisment

Mental abilities: ମାନସିକ ଦକ୍ଷତା ବଢ଼ାଏ ଦିବାସ୍ବପ୍ନ!

Advertisment

ସାକାର ହେବ ନାହିଁ ବୋଲି ଜାଣିଲେ ବି ଅନେକ ସମୟରେ ମନୁଷ୍ୟକୁ ସୁଖ ପ୍ରଦାନକାରୀ ନାନାଦି ପରିକଳ୍ପନା କରିବାକୁ ଖୁବ୍‌ ଭଲ ଲାଗେ। ଏପରି ଦିବାସ୍ବପ୍ନକୁ କୃତ୍ରିମ ଆନନ୍ଦ ବା କିଛି ଦୁଃଖ ଅବଦମିତ କରିବାର ଅଳୀକ ଉପାୟ ବୋଲି ବିବେଚନା କରାଯାଏ।

ସାକାର ହେବ ନାହିଁ ବୋଲି ଜାଣିଲେ ବି ଅନେକ ସମୟରେ ମନୁଷ୍ୟକୁ ସୁଖ ପ୍ରଦାନକାରୀ ନାନାଦି ପରିକଳ୍ପନା କରିବାକୁ ଖୁବ୍‌ ଭଲ ଲାଗେ। ଏପରି ଦିବାସ୍ବପ୍ନକୁ କୃତ୍ରିମ ଆନନ୍ଦ ବା କିଛି ଦୁଃଖ ଅବଦମିତ କରିବାର ଅଳୀକ ଉପାୟ ବୋଲି ବିବେଚନା କରାଯାଏ।

fsghfshfshsfh

ସାକାର ହେବ ନାହିଁ ବୋଲି ଜାଣିଲେ ବି ଅନେକ ସମୟରେ ମନୁଷ୍ୟକୁ ସୁଖ ପ୍ରଦାନକାରୀ ନାନାଦି ପରିକଳ୍ପନା କରିବାକୁ ଖୁବ୍‌ ଭଲ ଲାଗେ। ଏପରି ଦିବାସ୍ବପ୍ନକୁ କୃତ୍ରିମ ଆନନ୍ଦ ବା କିଛି ଦୁଃଖ ଅବଦମିତ କରିବାର ଅଳୀକ ଉପାୟ ବୋଲି ବିବେଚନା କରାଯାଏ। କିନ୍ତୁ, ଗବେଷଣାରୁ ଜଣାପଡ଼ିଛି ଯେ ଜାଣନ୍ତରେ ଦିବାସ୍ବପ୍ନ ଦେଖିବା ହେଉଛି କଳ୍ପନା, ସମସ୍ୟା ସମାଧାନ ଓ ଧ୍ୟାନ ସ୍ଥିର ରଖିବା ଲାଗି ଉଦ୍ଦିଷ୍ଟ ମସ୍ତିଷ୍କ କ୍ରିୟା ନିମନ୍ତେ ହିତକର। ସାଧାରଣତଃ, ସ୍ବଳ୍ପ ବାଟ ଚାଲିବା, ଗାଧୋଇବା ଅଥବା ଚା’ ବା କଫି ପିଇବା ଭଳି ହାଲୁକା କାର୍ଯ୍ୟ ସମୟରେ ଏଭଳି ଅବାସ୍ତବ ପରିକଳ୍ପନା ମସ୍ତିଷ୍କକୁ ବିମୁକ୍ତ ଭାବେ ବିଚରଣ କରାଏ। ବୈଜ୍ଞାନିକମାନଙ୍କ ମତରେ ଏହା ହେଉଛି ମସ୍ତିଷ୍କ କ୍ରିୟାର ଅନ୍ୟ ଏକ ପଦ୍ଧତି। ଏ କ୍ରିୟା ଦ୍ବାରା ମସ୍ତିଷ୍କ ସୂଚନା ସୁସଙ୍ଗଠିତ କରେ, ନିଭୃତ କଳ୍ପନା ସହ ସଂଯୋଗ କରେ ଏବଂ ନିରନ୍ତର କାର୍ଯ୍ୟ ପରିଚାଳନାରୁ ମସ୍ତିଷ୍କକୁ କ୍ଷାନ୍ତ କରେ।

Shivraj Singh: ଭିବି-ଜୀ ରାମ ଜୀ-୨୦୨୫ ଅଧିନିୟମ ଗ୍ରାମୀଣ ରୋଜଗାରକୁ ବଢ଼ାଇବା ପାଇଁ ବଡ଼ ଲକ୍ଷ୍ୟ ରଖିଛି: କେନ୍ଦ୍ରମନ୍ତ୍ରୀ

ସୁଖଦ ପରିକଳ୍ପନା ପ୍ରକ୍ରିୟାରେ ମସ୍ତିଷ୍କର ଦୁଇଟି ମୁଖ୍ୟ ନେଟ୍‌ୱାର୍କ ସମ୍ପୃକ୍ତ ବୋଲି ଗବେଷକମାନେ କହନ୍ତି। ଗୋଟିଏ ହେଉଛି- ବିଶ୍ରାମ, ସୁଚିନ୍ତା ଓ ଅବ୍ୟକ୍ତ ଭାବନା କାଳରେ ସକ୍ରିୟ ହେଉଥିବା ‘ଡିଫଲ୍‌ଟ ମୋଡ୍‌ ନେଟ୍‌ୱର୍କ’ ଯାହାକୁ ସଂକ୍ଷେପରେ ‘ଡିଏମ୍‌ଏନ୍‌’ କୁହାଯାଏ। ଆରଟି ହେଉଛି ଲକ୍ଷ୍ୟ ନିର୍ଦ୍ଧାରିତ ଭାବନା ଓ ସମସ୍ୟା ସମାଧାନକାଳୀନ କଳ୍ପନା। ଏହାକୁ ‘ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରୋଲ୍‌ ନେଟ୍‌ୱାର୍କ’ କୁହାଯାଏ। ଇଚ୍ଛାକୃତ ଦିବାସ୍ବପ୍ନ ପାଇଁ ‘ଡିଏମ୍‌ଏନ୍‌’ ଓ ‘ଏକ୍‌ଜିକ୍ୟୁଟିଭ୍‌ କଣ୍ଟ୍ରୋଲ୍‌ ନେଟ୍‌ୱାର୍କ’ ମଧ୍ୟରେ ସହଯୋଗିତା ରକ୍ଷା କରାଯିବାର ଆବଶ୍ୟକତା ରହିଛି। ଫଳରେ ମସ୍ତିଷ୍କ ଆବେଗ ପୃଥକୀକରଣ କରିପାରେ, ସ୍ମରଣଶକ୍ତି ସୁଦୃଢ଼ ହୁଏ ଏବଂ ସକ୍ରିୟ ଉଦ୍ୟମ କରୁ ନ ଥିଲେ ବି ଜଟିଳ ସମସ୍ୟାର ନୂଆ ସମାଧାନ ମିଳିଯାଏ।

ସମସ୍ୟା ସମାଧାନ ନିମନ୍ତେ ନୂଆ ଉପାୟ ଖୋଜିବାରେ ଦିବାସ୍ବପ୍ନ ସହାୟକ ହୁଏ। ଏ ସଂକ୍ରାନ୍ତ ଗବେଷଣାପ୍ରସୂତ ଆଲେଖ୍ୟ ୨୦୧୨ରେ ‘ସାଇକୋଲୋଜିକାଲ୍‌ ସାଇନ୍‌ସ’ରେ ପ୍ରକାଶିତ ହୋଇଥିଲା। ସେଥିରେ ଉଲ୍ଲେଖ ଥିଲା ଯେ ନିବିଷ୍ଟ ଚିତ୍ତରେ ଚିନ୍ତାକରି ଲୋକେ ଯେଉଁ ସମସ୍ୟା ସମାଧାନ କରିପାରନ୍ତି ନାହିଁ, ଦିବାସ୍ବପ୍ନ ଦେଖୁଥିବା ଲୋକେ ତାହା ଅଚିରେ ସମାଧାନ କରିଦିଅନ୍ତି। ଇଚ୍ଛାକୃତ ଦିବାସ୍ବପ୍ନର ଅର୍ଥ ନୁହେଁ ଯେ ନିଜ କାର୍ଯ୍ୟର ଗତିପଥରୁ ଓହରିଯିବା ଅଥବା ଦାୟିତ୍ବ ଏଡ଼ାଇଯିବା। ବରଂ ଏହା ‌େହଉଛି ସର୍ଜନଶୀଳତା ଓ ନିର୍ବିଚାର ଭାବେ ଅବ୍ୟକ୍ତ ଭାବନା ଆମନ୍ତ୍ରଣ କରିବା ପାଇଁ ମସ୍ତିଷ୍କକୁ ସାମାନ୍ୟ ଅବସର ଦେବା। 

Aravalli Hills: ଯଦି ପ୍ରାଣ ହରାଏ ପର୍ବତମାଳା... ତେବେ କଣ ହେବ ସ୍ଥିତି ? ସୁରକ୍ଷା ପ୍ରାଚୀର ଧ୍ବଂସ ହେବା ପରେ ଦେଶ ଦେଖିବ ହା ହା କାର ! ଆରାବଳୀ ଭବିଷ୍ୟତ ଅନ୍ଧାର

ବାସନ ମାଜିବା ବେଳେ, ଚିଠିବାକ୍ସ ପାଖକୁ ଯିବା ବେଳେ, କଫି ତିଆରି କରିବା ବେଳେ କ୍ଷଣେ ରହିଯାଇ ଭାବନାକୁ ସୀମାହୀନ ଶୂନ୍ୟତାରେ ଭସାଇ ଦେବା ଆଦି ହେଉଛି କ୍ଷଣିକ ସୁଖଦଭାବନାର  ଅବସର। ଆନନ୍ଦ ନୁହେଁ ବରଂ ଉତ୍ସୁକତାର ସହିତ ଭବିଷ୍ୟତ ଲକ୍ଷ୍ୟ ଓ ସକାରାତ୍ମକ ଫଳାଫଳ କଳ୍ପନା କରିବା ଦ୍ବାରା ‘ଡିଏମ୍‌ଏନ୍‌’ ଅଧିକ କାର୍ଯ୍ୟକ୍ଷମ ହୁଏ। ଲୁଗାପଟା ଭଙ୍ଗାଭଙ୍ଗି କରି ରଖିବା ଓ ବାଡ଼ିବଗିଚା କାମ କରିବା ଭଳି ପୁନଃପୌନିକ କାର୍ଯ୍ୟ ସମୟରେ ମନର ଭାବନାକୁ ନିୟନ୍ତ୍ରଣ ନ କରି ଅବାଧରେ ବିଚରଣ କରିବାକୁ ଛାଡ଼ିଦିଅନ୍ତୁ। ଏହାଦ୍ବାରା ଚିନ୍ତା ହ୍ରାସ ପାଇବା ସହିତ ଆବେଗିକ ଅନ୍ତର୍ଦୃଷ୍ଟି ଜାଗରୁକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe