Dharmendra passed away Photograph: (sambad.in)
ମୁମ୍ବାଇ: ୮ ଡିସେମ୍ବର ୧୯୩୫ । ଏ ତାରିଖକୁ ମନେରଖିଛି ଭାରତ । ଆଉ ୮ ଡିସେମ୍ବରକୁ ଧୁମଧାମରେ ସେଲିବ୍ରେଟ୍ କରନ୍ତି ସିନେପ୍ରେମୀ । ଧର୍ମେନ୍ଦ୍ରଙ୍କ ପ୍ରଶଂସକ । କାରଣ ୮ ଡିସେମ୍ବର ହେଉଛି ବଲିଉଡର ହି-ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କ ଜନ୍ମଦିନ । ଆଉ ୧୪ଟା ଦିନ ପରେ ଏହି ତାରିଖ ଆସିଥାନ୍ତା । ଆଉ ଧର୍ମେନ୍ଦ୍ରଙ୍କ ଜନ୍ମଦିନ ପାଳନ ହୋଇଥାନ୍ତା । ୯୦ ବର୍ଷ ବୟସରେ ପାଦ ଦେଇଥାନ୍ତେ ବଲିଉଡର ବୀରୁ । ହେଲେ କିଏ ଜାଣିଥିଲା ତାଙ୍କୁ ୯୦ ଛୁଇଁବା ଆଗରୁ ସିଏ ଶେଷ ନିଦ୍ରାରେ ଶୋଇଯିବେ ବୋଲି । ୧୪ ଦିନ ପୂର୍ବରୁ ସେପାରିକୁ ଚାଲିଯିବେ ବୋଲି ।
୮୯ ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ତାଙ୍କ ୯୦ ବର୍ଷ ଛୁଇଁବାକୁ ନେଇ ଆଉ ବାକିଥିବା ୧୪ ଦିନକୁ ନେଇ ଚର୍ଚ୍ଚା ହେଉଛି । ଜନ୍ମଦିନରେ ତାଙ୍କ ପାଇଁ କେକ୍ କଟା ହୋଇଥାନ୍ତା ହେଲେ ଜନ୍ମଦିନ ପୂର୍ବରୁ ତାଙ୍କର କୋକେଇ ଉଠିଛି । ଯାହା ପରେ ସାରା ଅଭିନୟ ଜଗତ ଆଜି ସ୍ତବ୍ଧ । ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲିଯାଇଛନ୍ତି । ତାଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମନରେ ଏବେ ଅନେକ ସ୍ମୃତି ।
ଅଧିକ ପଢନ୍ତୁ- Dharmendra's last video: ମୃତ୍ୟୁକୁ ନେଇ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି ଧର୍ମେନ୍ଦ୍ର...
କାହିଁକି କୁହାଯାଉଥିଲା ହି-ମ୍ୟାନ୍ ?
ଧର୍ମେନ୍ଦ୍ର ନିଜର ଡେୟାରିଙ୍ଗ ନେଚର ପାଇଁ ସବୁଠୁ ଖାସ୍ । ୧୯୭୯ରେ ଫିଲ୍ମ ’କର୍ତ୍ତବ୍ୟ’ର ସୁଟିଂ ଚାଲିଥିଲା। ଏଥିରେ ଚିତାବାଘ ସହ ଧର୍ମେନ୍ଦ୍ରଙ୍କ ଏକ ଫାଇଟିଙ୍ଗ ସିନ୍ ଥିଲା। ସୁଟିଂ ଦେଖିବାକୁ ଏତେ ଲୋକଙ୍କ ଭିଡ଼ ଜମିଲା ଯେ ଭିଡ଼ ଦେଖି ଚିତା ଅଣାୟତ୍ତ ହୋଇଗଲା । ଆଉ ବାଘ ସହ ଧର୍ମେନ୍ଦ୍ରଙ୍କର ଘମାଘୋଟ ଲଢ଼େଇ ହୋଇଥିଲା । କେବଳ ପରଦାରେ ନୁହେଁ ନିଜ ବ୍ୟକ୍ତିଗତ ଜୀବନରେ ବି ଖୁବ୍ ଡେୟାରିଙ୍ଗ ଥିଲେ ଧର୍ମନ୍ଦ୍ର । କେବେ ବାଘ ସହ ତ କେବେ ସିଂହ ସହ ଲଢ଼ିଥିଲେ । ସବୁଥର ଜିତାପଟ୍ ମାରିଥିଲେ ଧର୍ମେନ୍ଦ୍ର । ସେଥିପାଇଁ ତାଙ୍କୁ ବଲିଉଡର ’He-Man’ ବୋଲି କୁହାଯାଉଥିଲା ।
ଅଧିକ ପଢନ୍ତୁ- Dharmendra's LastRites: ବିଦାୟ ବଲିଉଡର ବୀରୁ… ପବନହଂସ ଶ୍ମଶାନରେ ଶେଷଦର୍ଶନ କରିବାକୁ ଅଭିନେତାଙ୍କ ଭିଡ଼
ଧର୍ମେନ୍ଦ୍ରଙ୍କ ପ୍ରକୃତ ନାମ କଣ ?
ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ୮ ଡିସେମ୍ବର ୧୯୩୫ରେ ନାସରାଲିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଧର୍ମେନ୍ଦ୍ର କେୱଲ କ୍ରିଷ୍ଣ ଦେଓଲ ଥିଲା।
ଦୁଇଥର ବିବାହ କରିଥିଲେ
ଧର୍ମେନ୍ଦ୍ରଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହିବାକୁ ଗଲେ, ସେ ଦୁଇଥର ବିବାହ କରିଥିଲେ। ତାଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌର ଥିଲେ, ଯାହାଙ୍କୁ ସେ କମ୍ ବୟସରେ ବିବାହ କରିଥିଲେ। ଏହି ସମ୍ପର୍କରୁ ତାଙ୍କର ଚାରି ସନ୍ତାନ ଅଛନ୍ତି। ସେମାନେ ହେଲେ ସନି ଦେଓଲ, ବବି ଦେଓଲ, ଅଜିତା ଦେଓଲ ଏବଂ ବିଜେତା ଦେଓଲ। ଚଳଚ୍ଚିତ୍ରରେ କାମ କରିବା ସମୟରେ, ସେ ହେମା ମାଳିନୀଙ୍କ ପ୍ରେମରେ ପଡ଼ିଥିଲେ। ତା'ପରେ ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନ ଦେଇ ଦ୍ୱିତୀୟ ଥର ପାଇଁ ହେମାଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କରୁ ତାଙ୍କର ଦୁଇ ଝିଅ, ଈଶା ଏବଂ ଆହାନା ଅଛନ୍ତି।
Follow Us