ଆଘାତର ୧୨ଘଣ୍ଟା ପରେ କୁକୁର ନେଲା ଏଭଳି ପ୍ରତିଶୋଧ

ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁରକୁ ଆଘାତ ଲାଗିବା ପରେ ସେ ଗାଡ଼ି ମାଲିକଙ୍କ ପ୍ରତିଶୋଧ ନେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ହଯେଂହଂଯ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁରକୁ ଆଘାତ ଲାଗିବା ପରେ ସେ ଗାଡ଼ି ମାଲିକଙ୍କ ପ୍ରତିଶୋଧ ନେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆରେ କୁକୁର ମାଲିକ ଠାରୁ ପ୍ରତିଶୋଧ ନେବାର ଭିଡିଓ ବି ଭାଇରାଲ ହେବାରେ ଲାଗିଛି।

ଅଧିକପଢ଼ନ୍ତୁ: ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆପତ୍ତିଜନକ ଦୃଶ୍ୟର ଭିଡିଓ ଭାଇରାଲ

ସୂଚନାଯୋଗ୍ୟ, ସାଗର ଜିଲ୍ଲାର ତିରୁପତି ପୁରମ କଲୋନିରେ ରହୁଥିବା ପ୍ରହ୍ଲାଦ ସିଂହ ଘୋଷି ଜାନୁଆରି ୧୭ ତାରିଖରେ ପରିବାର ସହିତ ଏକ ବିବାହ ଭୋଜିକୁ ଯାଇଥିଲେ। ଏହି ଯାତ୍ରା ସମୟରେ ପ୍ରହ୍ଲାଦ ସିଂହ ୟୁଟର୍ଣ୍ଣ ନେବା ସମୟରେ ଏକ କଳାରଙ୍ଗର କୁକୁରକୁ ଆଘାତ ଦେଇଥିଲେ।  ଏହି ଆଘାତରେ କୁକୁର ସାମାନ୍ୟ ଆହତ ବି ହୋଇଯାଇଥିଲା। 

ଆଘାତ ଲାଗିବା ପରେ କୁକୁର ପ୍ରହ୍ଲାଦ ସିଂହଙ୍କ ଗାଡ଼ି ପଛରେ ଦୌଡ଼ାଇଥିଲା। ପ୍ରହ୍ଲାଦ ଗାଡ଼ିର ବେଗ ବଢ଼ାଇ ଦେବାରୁ କୁକୁର ପଛରେ ରହିଯାଇଥିଲା। ବିବାହ ଭୋଜି ସାରି ପ୍ରହ୍ଲାଦ ଘରକୁ ଫେରି ପାର୍କିଂରେ ଗାଡ଼ି ରଖି ଦେଇଥିଲେ। ସକାଳୁ ସେ କୌଣସି କାମରେ ଗାଡ଼ି ବାହାର କରୁଥିବା ବେଳେ ସେଥିରେ ସ୍କ୍ରାଚ ହୋଇଥିବା ଦେଖିବାକୁ ପାଇଥିଲେ।

ଅଧିକପଢ଼ନ୍ତୁ: ସୁରକ୍ଷା ବାହିନୀକୁ ସଫଳତା: ନୂଆପଡ଼ାର ଜଙ୍ଗଲରେ ଚଳପ୍ରଚଳ କରୁଥିଲା ଚଳପତି

ସେ ଭାବିଲେ କେହି ଛୁଆ ବୋଧ ହୁଏ ଖେଳୁଖେଳୁ ଏପରି କରି ଦେଇଥିବ। କାମରୁ ଫେରି ସିସିଟିଭି କ୍ୟାମେରା ଦେଖିବା ପରେ ପ୍ରହ୍ଲାଦ ସିଂହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଯେଉଁ କୁକୁର ଆଘାତ ଦେଇ ବିବାହ ଭୋଜିକୁ ଯିବା ପାଇଁ ଗାଡ଼ିକୁ ଆଗକୁ ନେଇ ବଢ଼ି ଯାଇଥିଲେ ସେହି କୁକୁର ହିଁ ତାଙ୍କ ଗାଡ଼ିକୁ ସ୍କ୍ରାଚ କରିଥିଲା। ନିଜର ରାଗକୁ ଶାନ୍ତ କରିବା ପାଇଁ ଘଟଣାର ୧୨ଘଣ୍ଟା ପ‌ରେ ଗାଡ଼ିକୁ ଖୋଜିଖୋଜି ପାଇବା ପରେ ସ୍କ୍ରାଚ କରି କୁକୁର ପ୍ରତି‌ଶୋଧ  ନେବାପରେ ଘଟଣାସ୍ଥଳରୁ ଚାଲି ଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe