ଭୋଟ୍ ଦେବା ପରେ ପେଟପୂରା ମାଗଣା ଚିକେନ୍-ଭାତ ଖାଅ: ରାଞ୍ଚିରେ ସ୍ୱତନ୍ତ୍ର ଅଫର

ରାଞ୍ଚିର ଭୋଟରଙ୍କ ପାଇଁ ଏକ ଖୁସି ଖବର ଅଛି । ନଭେମ୍ବର ୧୩ରେ, ସେମାନେ ମାଗଣାରେ ପେଟପୂରା ଚିକେନ୍ ଭାତ ଖାଇବାକୁ ପାଇବେ। ଏଥିପାଇଁ ସେମାନଙ୍କୁ କେବଳ ଭୋଟ୍ ଦେବାକୁ ପଡିବ...

WhatsApp Image 2024-10-23 at 4.29.46 PM

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।  ଭୋଟରମାନେ ରାଜଧାନୀ ରାଞ୍ଚିରେ ଏକ ଭଲ ଅଫର ପାଇବାକୁ ଯାଉଛନ୍ତି । ଯେତେବେଳେ ସେମାନେ ଭୋଟ୍ ଦେଇ  ଫେରିବେ ସେମାନଙ୍କୁ ପେଟପୂରା ଚିକେନ୍ ଭାତ ମାଗଣାରେ  ମିଳିବ। ଏହି ଅଫର ଏବେ  ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଅଫର ରାଞ୍ଚିର ଭେଣ୍ଡର ବଜାର ପାଖରେ ଅବସ୍ଥିତ ମ୍ୟୁନିସିପାଲିଟି କର୍ପୋରେସନର ପାର୍କିଂ ସ୍ଲଟରେ ଭୋଟରଙ୍କୁ ମିଳିବ। ଯେଉଁଠାରେ ଆଦର୍ଶଙ୍କର ଏକ  ନନ୍ ଭେଜ୍ ଷ୍ଟଲ୍ ରହିଛି।

ଆଦର୍ଶ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ​​ମଧ୍ୟ ଆମେ ଏଭଳି ଯୋଜନା ରଖିଥିଲୁ। ଆମେ ମାଗଣାରେ ପ୍ରାୟ  ୫୦୦ ପ୍ଲେଟ୍ ଚିକେନ ଭାତ ଲୋକଙ୍କୁ ଖାଇବାକୁ ଦେଇଥିଲୁ।  ଏଥର ମଧ୍ୟ ଆମେ ପ୍ରାୟ ୫୦୦ ଲୋକଙ୍କୁ ଚିକେନଭାତ ମାଗଣାରେ ଖାଇବାକୁ ଦେବାର ଯୋଜନା କରିଛୁ।  

ଆଦର୍ଶ କହିଛନ୍ତି ଯେ ଯେତେବେଳେ ଲୋକମାନେ ଭୋଟ୍ ଦେବା ପରେ ଆମ ପାଖକୁ ଆସିବେ ସେତେବେଳେ ସେମାନଙ୍କୁ କେବଳ ହାତର ଭୋଟ୍ ଦେଇଥିବାର ଇଙ୍କ୍ ଦେଖାଇବାକୁ ପଡିବ । ଯାହା ପରେ ସେମାନେ ମାଗଣା ଚିକେନ୍ ଭାତ ଖାଇବାକୁ ପାଇବେ।  ସେମାନଙ୍କୁ ଦୁଇ ଖଣ୍ଡ ବଡ଼ ବଡ଼ ଚିକେନ୍  ଏବଂ ଭାତ ଖାଇବାକୁ ଦିଆଯିବ। ଏହା ସହିତ ଲୋକଙ୍କୁ ଏକାଧିକଥର  ଝୋଳ ଏବଂ ଭାତ ଦିଆଯିବ। 

ସେ  କହିଛନ୍ତି ଏଭଳି ଅଫର ପଛରେ ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ନିର୍ବାଚନ ବିଷୟରେ ସଚେତନ  କରାଇବା।  ଏଭଳି ଅଫର ଦ୍ବାରା ଲୋକେ ଭୋଟ୍ ଦେବାକୁ ଘରୁ ବାହାରିବେ। ଆମ ଷ୍ଟଲରେ ଙୋଟ୍ ପରେ ମାଗଣା ଚିକେନ୍ ଭାତ ଖାଇଥିବା ଲୋକଙ୍କୁ ପରବର୍ତ୍ତୀ ସମୟରେ ମଧ୍ୟ ରିହାତି ପ୍ରଦାନ କରାଯିବ। ଏହି ଅଫର ଲୋକଙ୍କୁ ଆକର୍ଷିତ କରିବ ବୋଲି ଆମର ଆଶା।

ଅଧିକ ପଢ଼ନ୍ତୁ:

ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ନୂତନ ଯୋଜନା: ବାୟୁମଣ୍ଡଳରେ ପକାଯିବ ହୀରାଗୁଣ୍ଡ

ପରାଜୟ ପରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ କୀର୍ତ୍ତନରେ ପହଞ୍ଚିଲେ, ଭିଡିଓ ଭାଇରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe