Subhasita: ସୁଭାଷିତ: ଘରର ଘରଣୀ ହେଲେ ବି ନାରୀ ବନର ହରିଣୀ

ମାର୍ଗଶିର ମାସ ଓଡ଼ିଶାରେ ଲକ୍ଷ୍ମୀପୂଜାର ମାସ। ଏହା ଓଡ଼ିଶାର କୃଷିକାରୀ ସଂସ୍କୃତିର ଏକ ପବିତ୍ର ପର୍ବ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଶୁକ୍ଳଧାନରେ ମାଣ ବସେ। ଏହା ଶସ୍ୟଲକ୍ଷ୍ମୀଙ୍କର ପୂଜା। ଏହି ଲକ୍ଷ୍ମୀପୂଜା ଅବସରରେ ଘରେ ଘରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ପାଠ ହୁଏ।

sfhfshfhs

ଘରର ଘରଣୀ ବାବୁ ବନର ହରିଣୀ
ତୁ କିଂପାଇଂ ଲକ୍ଷ୍ମୀଙ୍କୁ‌ ତେଜିଲୁ ଚକ୍ରପାଣି।
–ବଳରାମ ଦାସ, ଲକ୍ଷ୍ମୀପୁରାଣ

ମାର୍ଗଶିର ମାସ ଓଡ଼ିଶାରେ ଲକ୍ଷ୍ମୀପୂଜାର ମାସ। ଏହା ଓଡ଼ିଶାର କୃଷିକାରୀ ସଂସ୍କୃତିର ଏକ ପବିତ୍ର ପର୍ବ। ଏହି ମାସର ଗୁରୁବାରଗୁଡ଼ିକରେ ଘରେ ଘରେ ଶୁକ୍ଳଧାନରେ ମାଣ ବସେ। ଏହା ଶସ୍ୟଲକ୍ଷ୍ମୀଙ୍କର ପୂଜା।
ଏହି ଲକ୍ଷ୍ମୀପୂଜା ଅବସରରେ ଘରେ ଘରେ ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ ପାଠ ହୁଏ। କିନ୍ତୁ ଏଥି ନିମନ୍ତେ ବଜାରରେ ଯେଉଁ ‘ଲକ୍ଷ୍ମୀପୁରାଣ’ ଉପଲବ୍‌ଧ, ତାହା ଅତିମାତ୍ରାରେ ପ୍ରଦୂଷିତ। ଶତାବ୍ଦୀ ଶତାବ୍ଦୀ ଧରି ସେଥିରେ ଏତେ କଟା ଯୋଡ଼ା ହୋଇଛି ଯେ ସେଥିରୁ ବଳରାମ ଦାସଙ୍କ ମୂଳ ପାଠ ପ୍ରାୟ ହଜିଯାଇଛି।

Odisha Assembly: ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା

Imran Khan Death Mystery: ଇମ୍ରାନଙ୍କ ମୃତ୍ୟୁ ଗୁଜବକୁ ନେଇ ପାକିସ୍ତାନ ସଂସଦରେ ହଙ୍ଗାମା

ଏହାର ଗୋଟିଏ ଉଦାହରଣ- ଶିବଙ୍କ ପ୍ରସଙ୍ଗ।‌ ଯେତେବେଳେ ଜଗନ୍ନାଥ ଓ ବଳଭଦ୍ର ଦୁଇଭାଇ ଲକ୍ଷ୍ମୀଙ୍କ ଶାପ ଯୋଗୁଁ ଅନ୍ନ, ଜଳ ନ ପାଇ ଦ୍ବାରେ ଦ୍ବାରେ ବୁଲୁଥିଲେ, ସେତେବେଳେ ବଡ଼ଭାଇ ବଳରାମଙ୍କ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା। ସେ ସାନଭାଇ ଜଗନ୍ନାଥଙ୍କୁ କହିଲେ- ହରି, ଶୁଣ୍‌। ଏଠି ଯଦି ଆମକୁ ଅନ୍ନ ଜଳ ମିଳୁନି, ତେବେ ଚାଲ୍‌, କପିଳାସପୁରକୁ ଯିବା। କଥାଟି ଜଗନ୍ନାଥଙ୍କ ମନକୁ ପାଇଲା। ଦୁହେଁ ମତ୍ସ୍ୟଦେଶ ଓ ଅଙ୍ଗଦେଶ ହୋଇ ଯାଇ ପହଞ୍ଚିଲେ କପିଳାସ ଭୁବନରେ। ସେଠି ପହଞ୍ଚି ଦୁହେଁ ଶିବଙ୍କୁ ନମସ୍କାର କଲେ। ତାଙ୍କର ସେହି ଦୁଃସ୍ଥ ଅବସ୍ଥା ଦେଖି ଶିବ ଜଗନ୍ନାଥଙ୍କୁ ପଚାରିଲେ- ହେ ଦାଶରଥି! ତୁ ଲକ୍ଷ୍ମୀଙ୍କୁ କାହିଁକି ଛାଡ଼ିଲୁ? ସିଏ ଏମିତି କି ଅପରାଧ କଲା କି? ଯାହା ହେଉପଛେ, ଭାରିଯାକୁ ଛାଡ଼ିବା ତୋ ପକ୍ଷେ ଉଚିତ ହେଲା ନାହିଁ।

ଜଗନ୍ନାଥ ତାଙ୍କୁ କହିଲେ- ହେ ବିଶ୍ବନାଥ, ଶୁଣ। ସେ ଚଣ୍ଡାଳ ଦୁଆରେ ଉଭା ହୋଇଥିବା ଜାଣି ଭାଇ ବଳରାମ ସହି ପାରିଲେ ନାହିଁ। ତାଙ୍କୁ ଘରୁ ତଡ଼ି ଦେବାକୁ କହିଲେ। ଲକ୍ଷ୍ମୀ ଘର ଛାଡ଼ି ଯିବାବେଳେ ଆମକୁ ଶାପ ଦେଇଗଲେ। ଫଳରେ ଆମର ଏ ଅବସ୍ଥା ହେଲା। ତାହା ଶୁଣି, ଶିବ ତାଙ୍କୁ ଯାହା କହିଲେ, ତାହା ହିଁ ବଳରାମ ଦାସ ଏହି ‘ଲକ୍ଷ୍ମୀପୁରାଣ’ ରଚନା କରିବାର ମୂଳ ଉଦ୍ଦେଶ୍ୟ। ‌ସେ କହିଲେ- ଲକ୍ଷ୍ମୀଙ୍କର ଗୋଟିଏ ନାମ ଦାରିଦ୍ର୍ୟଭଞ୍ଜନୀ। ସେ ସାହୁ (ଧନବାନ) ଲୋକକୁ ଦରିଦ୍ର ଓ ଦରିଦ୍ର ଲୋକକୁ ସାହୁ (ଧନବାନ) କରିପାରନ୍ତି। ଏଣୁ ମୁଁ ଯେଉଁଠାକୁ ଯାଏ, ମୋ ସାଙ୍ଗରେ ‌ହୈମବତୀ ଦୁର୍ଗାଙ୍କୁ  ନିଏ। ଏହା କହି, ପରିଶେଷରେ ସେ ଜଗନ୍ନାଥଙ୍କୁ ଉପରୋକ୍ତ କଥାଟି କହିଲେ। ତାହାର ଅର୍ଥ- ଶୁଣ୍ ଜଗନ୍ନାଥ! ଘରର ଘରଣୀ ବନର ହରିଣୀ ପରି। ସେ ଗୃହର ପରିସରରେ ଆବଦ୍ଧ ହେଲେ ମଧ୍ୟ, ବନର ହରିଣୀ ପରି ସ୍ବଚ୍ଛନ୍ଦ ବିହାରର ସ୍ବାଧୀନତା ତା’ର ରହିବା ଉଚିତ। ଏହା ନାରୀର ପରିସର ଓ ତାର ସ୍ବାଧିକାର ପ୍ରସଙ୍ଗରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe