Family Drama: ବିବାହ ବିବାଦ ପାଇଁ ଯେବେ ବଦନାମ ହୁଅନ୍ତି ବଡ଼ଷ୍ଟାର୍ ! ଚର୍ଚ୍ଚାରେ ଚିହ୍ନା ଚେହେରା…

Advertisment

କେବେ ବିବାଦ ବଡ କଳାକାରଙ୍କ ପଛ ଗୋଡାଏ ତ ପୁଣି କେବେ ବିବାଦରେ ଫସିଯାଆନ୍ତି ବଡ଼ କଳାକାର । ନିଜ ବୟାନବାଜି ପାଇଁ ବିବାଦରେ ଫସୁଥିବା କଳାକାର ଯେବେ ନିଜ ଘରୋଇ କଳହ ପାଇଁ ଚର୍ଚ୍ଚାରେ ରୁହନ୍ତି ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ

କେବେ ବିବାଦ ବଡ କଳାକାରଙ୍କ ପଛ ଗୋଡାଏ ତ ପୁଣି କେବେ ବିବାଦରେ ଫସିଯାଆନ୍ତି ବଡ଼ କଳାକାର । ନିଜ ବୟାନବାଜି ପାଇଁ ବିବାଦରେ ଫସୁଥିବା କଳାକାର ଯେବେ ନିଜ ଘରୋଇ କଳହ ପାଇଁ ଚର୍ଚ୍ଚାରେ ରୁହନ୍ତି ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ

star controversy

star controversy Photograph: (sambad.in)

ଭୁବନେଶ୍ବର: କେବେ ବିବାଦ ବଡ଼ କଳାକାରଙ୍କ ପଛ ଗୋଡାଏ ତ ପୁଣି କେବେ ବିବାଦରେ ଫସିଯାଆନ୍ତି ବଡ଼ କଳାକାର । ନିଜ ବୟାନବାଜି ପାଇଁ ବିବାଦରେ ଫସୁଥିବା କଳାକାର ଯେବେ ନିଜ ଘରୋଇ କଳହ ପାଇଁ ଚର୍ଚ୍ଚାରେ ରୁହନ୍ତି ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ । ସେମାନେ କଣ ପୋଷ୍ଟ କଲେ, ସେମାନେ କଣ ପ୍ରତିକ୍ରିୟା ଦେଲେ ତାକୁ ନେଇ ଜୋର ଧରେ ଚର୍ଚ୍ଚା । ଯଦିଓ ଏବେ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ଘରୋଇ ଡ୍ରାମା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ମାତ୍ର ଏମାନଙ୍କ ପୂର୍ବରୁ ଅନେକ ସୁପର ଷ୍ଟାର ଆଉ ସିଙ୍ଗର ନିଜର ଘରୋଇ କଳି ପାଇଁ ବଦନାମ ହେଇଛନ୍ତି ।

varsha- anubhav
varsha- anubhav Photograph: (sambad.in)

ବର୍ଷା-ଅନୁଭବ ଯୋଡ଼ି

ଦୀର୍ଘଦିନ ଧରି, ଏକ ଲମ୍ବା ବ୍ୟବଧାନରେ ଚାଲିଥିଲା ବର୍ଷା-ଅନୁଭବ ବିବାହ ବିବାଦ । ଦୁଇ ସିନେ ଷ୍ଟାରଙ୍କ କଳି ଦେଖିଥିଲା ସାରା ଓଡିଶା । ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ଘରୁ ବାହାର, ଥାନାରୁ କୋର୍ଟ, ମିଡିଆରୁ ସୋସିଆଲ ମିଡିଆ… ସବୁଠି ସେମାନଙ୍କ କଳହ ପହଞ୍ଚିବା ପରେ ଉଭୟ ଷ୍ଟାର ଦମ୍ପତ୍ତି ବଦନାମ ହୋଇଥିଲେ । ଦୀର୍ଘ ସମୟ ଧରି ଏହି ବିବାଦ ଲାଗି ରହିଥିବା ବେଳେ ଆରୋପ ପ୍ରତ୍ୟାରୋପ ଭିତରେ ଦୁହିଁଙ୍କ ବିବାହ ବିଚ୍ଛେଦ ହେବା ପରେ ସୁପରଷ୍ଟାର ଅନୁଭବ ମହାନ୍ତି ଅନ୍ୟ ଏକ ବିବାହ କରିଥିଲେ ।

ଆହୁରି ପଢନ୍ତୁ- Musical Pillars of Hampi: ରହସ୍ୟରେ ପରିପୂର୍ଣ୍ଣ ହାମ୍ପି, ସ୍ତମ୍ଭରୁ ବାହାରେ ସଙ୍ଗୀତ...

humane sagar
humane sagar Photograph: (sambad.in)

ହ୍ୟୁମାନ-ଶ୍ରେୟା ବିବାଦ

୨୦୨୩ରେ ବିବାଦ ଘେରକୁ ଆସିଥିଲେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହ୍ୟୁମାନଙ୍କ ପତ୍ନୀ ତାଙ୍କ ନାଁରେ ଘରୋଇ ହିଂସା ନିର୍ଯାତନା ଭଳି ଅଭିଯୋଗ ଆଣିଥିଲେ । ପତ୍ନୀ ଶ୍ରେୟା ମିଶ୍ର ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ କରିଥିବା ପରେ ପୁଣି ପଦାରେ ପଡିଥିଲା ଆଉ ଏକ କଳାକାରଙ୍କ ଘରୋଇ କଳି । ବିବାଦ ପରେ ହ୍ୟୁମାନଙ୍କ ପତ୍ନୀ ଅଲଗା ରହୁଥିବା ବେଳେ ନିଜ ଝିଅକୁ ତାଙ୍କ ସହ ଭେଟେଇବାକୁ ଦିଆଯାଉନଥିବା ପାଲଟା ଅଭିଯୋଗ କରିଥିଲେ ହ୍ୟୁମାନ । ଏହି ବିବାଦ ଲମ୍ବା ସମୟ ଯାଏଁ ଚାଲିଥିବା ବେଳେ ଇତିମଧ୍ୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ୧୭ ନଭେମ୍ବର ୨୦୨୫ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ହ୍ୟୁମାନ ସାଗର । ତାଙ୍କ ଦେହାନ୍ତ ପରେ ମୃତ୍ୟୁର କାରଣ ଏବଂ ରହସ୍ୟ ଖୋଜା ଚାଲିଥିବା ବେଳେ ହ୍ୟୁମାନଙ୍କ ମାଆ- ଶ୍ରେୟା ମିଶ୍ର, ହ୍ୟୁମାନଙ୍କ ବାନ୍ଧବୀ ଅର୍ପିତା ଚୌଧୁରୀଙ୍କ ସମେତ ୯ ଜଣଙ୍କ ନାଁରେ ଅଭିଯୋଗ କରି କାଠଗଡାକୁ ଟାଣିଛନ୍ତି । 

ଆହୁରି ପଢନ୍ତୁ- Alimony Denied: ଭରଣପୋଷଣ ପାଇଁ ମନା କଲେ କୋର୍ଟ, ସ୍ବାମୀଙ୍କୁ ନିସ୍ତୁକ ପିଟିଲେ ସ୍ତ୍ରୀ, ଭିଡିଓ ଭାଇରାଲ

GUlua- barsha
GUlua- barsha Photograph: (sambad.in)

ବର୍ଷା-ଗୁଲୁଆ ପାରିବାରିକ ଝଡ଼

ଆଉ ଏବେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ଫ୍ୟାମିଲି ଡ୍ରାମା । ସେମାନଙ୍କ ଘରୋଇ କଳହ ଏବେ ପଦାରେ ପଡିଛି । ୟୁଟ୍ୟୁବରେ କମେଡି କରି ଦୁହେଁ ବେଶ ନାଁ କମେଇଥିବା ବେଳେ ଦୁହେଁ ଦୁହିଁଙ୍କ ଉପରେ ଲଗାଉଥିବା ଆରୋପ ପ୍ରତ୍ୟାରୋପ ଦୁହିଁଙ୍କୁ ବଦନାମ କରିଛି । କେବେ ଗୁଲୁଆ ତ ପୁଣି କେବେ ବର୍ଷା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ମିଡିଆରେ ଦେଉଥିବା ବୟାନବାଜି ପାଇଁ ଦୁହିଁଙ୍କ ବିବାଦ ଆହୁରି ଘନାଉଛି ।

ତେବେ ଅତୀତରେ ହେଉ କି ବର୍ତ୍ତମାନ- ଯେବେଯେବେ ଷ୍ଟାର କଳି ହୋଇଛି ସେବେସେବେ ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥିବା ବେଳେ କଳି କରୁଥିବା ସ୍ବାମୀ-ସ୍ତ୍ରୀ ଘର କଥା ପଦାରେ ନପକାଇ ଆପୋଷ ସମାଧାନ କରିବା ଜରୁରୀ ବୋଲି ଅନେକ ମତ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe