Marksheet: ପ୍ରଥମ ସ୍ତମ୍ଭ: ମାର୍କସିଟ୍

Advertisment

ପରୀକ୍ଷା ଋତୁ ଆସିଯାଇଛି। ହଜାର ହଜାର ଘଣ୍ଟାର କଠିନ ପରିଶ୍ରମ, ଅଗଣିତ ଅନିଦ୍ରା ରାତି, ସ୍ବପ୍ନ, ଆଶା, ଆକାଂକ୍ଷା, ସବୁ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକାକାର ହୋଇଯିବେ। ମୁଁ ଯେତେବେଳେ ସ୍କୁଲ୍‌ରେ ପଢ଼ୁଥିଲି, ବୋର୍ଡ ପରୀକ୍ଷା ଆମ ପାଇଁ ଜୀବନର ଏକ ନିର୍ଣ୍ଣାୟକ କ୍ଷଣ ଥିଲା।

ପରୀକ୍ଷା ଋତୁ ଆସିଯାଇଛି। ହଜାର ହଜାର ଘଣ୍ଟାର କଠିନ ପରିଶ୍ରମ, ଅଗଣିତ ଅନିଦ୍ରା ରାତି, ସ୍ବପ୍ନ, ଆଶା, ଆକାଂକ୍ଷା, ସବୁ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକାକାର ହୋଇଯିବେ। ମୁଁ ଯେତେବେଳେ ସ୍କୁଲ୍‌ରେ ପଢ଼ୁଥିଲି, ବୋର୍ଡ ପରୀକ୍ଷା ଆମ ପାଇଁ ଜୀବନର ଏକ ନିର୍ଣ୍ଣାୟକ କ୍ଷଣ ଥିଲା।

Untitled-4

ପରୀକ୍ଷା ଋତୁ ଆସିଯାଇଛି। ହଜାର ହଜାର ଘଣ୍ଟାର କଠିନ ପରିଶ୍ରମ, ଅଗଣିତ ଅନିଦ୍ରା ରାତି, ସ୍ବପ୍ନ, ଆଶା, ଆକାଂକ୍ଷା, ସବୁ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ଏକାକାର ହୋଇଯିବେ। ମୁଁ ଯେତେବେଳେ ସ୍କୁଲ୍‌ରେ ପଢ଼ୁଥିଲି, ବୋର୍ଡ ପରୀକ୍ଷା ଆମ ପାଇଁ ଜୀବନର ଏକ ନିର୍ଣ୍ଣାୟକ କ୍ଷଣ ଥିଲା। କୋଡ଼ିଏ ବର୍ଷ ପରେ ଅନୁଭବ କରୁଛି ଆଜି ବି ବିଶେଷ କିଛି ବଦଳି ନାହିଁ। କେବେ କେବେ ମୋତେ ଲାଗେ ଏ ପରୀକ୍ଷା ପିଲାମାନଙ୍କ ପାଇଁ ନୁହେଁ, ବରଂ ବାପା ମା’ଙ୍କ ପାଇଁ ଉଦ୍ଦିଷ୍ଟ। ଗୋଟିଏ ପରୀକ୍ଷା କ’ଣ ସତରେ ଜଣେ ବ୍ୟକ୍ତିର ମୂଲ୍ୟ ନିର୍ଦ୍ଧାରଣ କରିପାରେ? ପବିତ୍ର ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି, ‘‘ଫଳ ପ୍ରତି ଆସକ୍ତି ନରଖି, ନିଷ୍ଠାପର ଭାବରେ ନିଜର କର୍ମ କରିଚାଲ।’’ ହେଲେ ଅଭିଭାବକମାନେ ପିଲାଙ୍କ ଉତ୍ତମ ପରୀକ୍ଷା ଫଳ କାମନାକରି ଯେତେବେଳେ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତି, ପ୍ରଭୁଙ୍କର ଏହି ମୁଖନିଃସୃତ ବାଣୀକୁ କେତେ ସହଜରେ ଭୁଲିଯାଆନ୍ତି। ସେ ସମୟରେ ଫଳାଫଳ ହିଁ ସବୁକିଛି ହୋଇଯାଏ। ଅଥଚ ଗଲା ବର୍ଷକ ଭିତରେ ଅର୍ଜିତ ଜ୍ଞାନ, ଅକ୍ଲାନ୍ତ ପରିଶ୍ରମ, ଶୃଙ୍ଖଳା ଓ ଅନୁଶାସନ, ଏସବୁ ଏକ ମାର୍କସିଟ୍ ଆଗରେ ନ୍ୟୂନ ହୋଇଯାଏ। ୮୯% ଓ ୯୦% ମଧ୍ୟରେ ପ୍ରକୃତରେ କ’ଣ ଏତେ ତଫାତ୍? ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ନଛୁଇଁବା ପାଇଁ ପିଲାଙ୍କୁ ଲଜ୍ଜିତ କରିବା କେତେ ଦୂର ଯୁକ୍ତିଯୁକ୍ତ? ଅନେକ ସମୟରେ ୯୮% ମଧ୍ୟ ପର୍ଯ୍ୟାପ୍ତ ହେଉନାହିଁ। ଅଭିଭାବକମାନେ ନିରାଶା ପ୍ରକାଶ କରନ୍ତି ଓ ପିଲାଟି ଆତ୍ମଗ୍ଲାନିର ସହ ଭାବେ, ସତରେ ଆଉ ଟିକେ କଷ୍ଟ କରିଥିଲେ ହୋଇଥାନ୍ତା! ଅତ୍ୟଧିକ ଚାପଯୋଗୁଁ ଘଟୁଥିବା ଅଘଟଣର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ହେଲେ ମନେହେଉଛି ଏ ସତର୍କ ଘଣ୍ଟି ଯେତେ ଜୋର୍‌ରେ ବାଜିଲେ ବି କାହାରି କାନ ପାଖରେ ପହଞ୍ଚିପାରୁନାହିଁ। ଏଇ ମୁହୂର୍ତ୍ତରେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ମନେହେଉଥିବା ପରୀକ୍ଷାଫଳ, ଭବିଷ୍ୟତରେ କାହାର ବା ମନେରହିବ? ସେହି ସଂଖ୍ୟା କେବେ ବି କାହାରି ଦୀର୍ଘକାଳୀନ ପଥ ନିର୍ଦ୍ଧାରଣ କରିପାରିବ ନାହିଁ।

Football: ଦେବେନ୍ଦ୍ର ପ୍ରଧାନ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା: ଭାଗନେବେ ୮ ଦଳ

ମଜାକଥା ହେଉଛି, ମଝାମଝି ସ୍ତରର ଛାତ୍ରଛାତ୍ରୀମାନେ ସବୁ ସମୟରେ ନହେଲେ ବି ଅନେକ ସମୟରେ ମେଧାବୀ ପିଲାଙ୍କୁ ପଛରେ ପକାଇଥାନ୍ତି। ବିଭିନ୍ନ କ୍ଷେତ୍ରରେ ଏହାର ଉଦାହରଣ ରହିଛି। ବହୁ ଅଧ୍ୟୟନ ଓ ଗବେଷଣା ଦ୍ୱାରା ଏହା ପ୍ରମାଣିତ ହୋଇଛି। ବୋର୍ଡ ପରୀକ୍ଷା ପୁସ୍ତକଜ୍ଞାନ, ସ୍ମରଣଶକ୍ତି, ଅନୁସରଣ ଓ ଏକ ଔପଚାରିକ ପରିବେଶରେ ପ୍ରଦର୍ଶନର ମାପକାଠି ମାତ୍ର। ହେଲେ ଜୀବନ ପରୀକ୍ଷାରେ ଆବଶ୍ୟକତା କିଛି ଭିନ୍ନ। ଏହି ପରୀକ୍ଷାରେ ଭାବନାତ୍ମକ ବୁଦ୍ଧିମତା, ସଙ୍କଟ ସମୟରେ କଷ୍ଟ ସହିଷ୍ଣୁତା, ଦୃଢ଼ତା, ନୂଆ ନୂଆ ସମ୍ପର୍କ ଗଢ଼ିବାର କୌଶଳ, ଆବଶ୍ୟକ ସମୟରେ ‘ରିସ୍କ୍’ ନେବାର କ୍ଷମତା ଏବଂ ସହନଶୀଳତାକୁ ଅଧିକ ନମ୍ବର ମିଳିଥାଏ। ଜୀବନରେ ଥରେ ଯେ ବିଫଳତାର ସ୍ୱାଦ ଚାଖିଥାଏ, ସେ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାର ଏକ ଅଦମ୍ୟ ଶକ୍ତି ନିଜ ଭିତରେ ଆବିଷ୍କାର କରିପାରିଥାଏ। ନିଜ ଭୁଲ୍‌ରୁ ଶିକ୍ଷାଲାଭ କରି ଭବିଷ୍ୟତକୁ ସଜାଡ଼ିପାରିଥାଏ। ଅନ୍ୟପକ୍ଷରେ ନିରନ୍ତର ପ୍ରାରମ୍ଭିକ ସଫଳତା ବିଫଳତାର ଭୟ ସୃଷ୍ଟି କରିଥାଏ। ସବୁବେଳେ ଟପ୍ କରୁଥିବା ଛାତ୍ରକୁ ପ୍ରାୟତଃ ପରାଜୟ ସ୍ୱୀକାର କରିବାକୁ କଷ୍ଟହୁଏ। ଛୋଟ ଛୋଟ ବିଫଳତା ମଧ୍ୟ ସେମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ସେମାନେ ସର୍ବଦା ନିଜଠାରୁ ଉଚ୍ଚ ଆଶା ରଖିଥାନ୍ତି ଏବଂ ସବୁକିଛି କେମିତି ‘ପର୍‌ଫେକ୍ଟ’ ହେବ ଅନବରତ ସେହି ଚାପରେ ଥା’ନ୍ତି।      

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

ବିଶିଷ୍ଟ ସିନେଅଭିନେତା, ନିର୍ମାତା, ନିର୍ଦ୍ଦେଶକ ଆମୀର୍‌ ଖାନ୍‌ଙ୍କୁ ଆମେ ‘ମିଷ୍ଟର୍‌ ପର୍‌ଫେକ୍‌ସନିଷ୍ଟ୍‌’ ଭାବରେ ଜାଣୁ। ସେ ସବୁଥିରେ ଏକ ନମ୍ବର ହେବାକୁ ପ୍ରୟାସ କରନ୍ତି ଏବଂ ପ୍ରତ୍ୟେକ କାମରେ ଶତ ପ୍ରତିଶତ ଶ୍ରମ ଦେଇ ସେଥିରେ ସମ୍ପୂର୍ଣ୍ଣ ଭାବରେ ନିମଗ୍ନ ହେଇଯାଆନ୍ତି। ସେଥିପାଇଁ ଅବଶ୍ୟ ତାଙ୍କୁ ସର୍ବାଧିକ ସଫଳତା ମିଳିଛି। କିନ୍ତୁ, ଏହି ସଫଳତା ଏକ ସମୟରେ ଅଜାଣତରେ ତାଙ୍କ ପାଇଁ ଚାପ ପାଲଟିଯାଇଥିଲା। ଦୁଇ ଦଶନ୍ଧି ଧରି ଗୋଟିଏ ପରେ ଗୋଟିଏ ହିଟ୍ ସିନେମା କରି ଚାଲିଥିବା ଆମୀର୍‌ ଖାନ୍‌ ନିଜ କ୍ୟାରିୟର୍‌ରେ ବିଫଳତା ବା ଫ୍ଲପ୍ ଚଳଚ୍ଚିତ୍ର ପାଇଁ ପ୍ରସ୍ତୁତ ନଥିଲେ। ହେଲେ ‘ଲାଲ୍‌ ସିଂ ଚଢ଼ା’(୨୦୨୨)ର ବିଫଳତା ତାଙ୍କୁ ଅବସାଦଗ୍ରସ୍ତ କରିପକାଇଥିଲା। ତେଣୁ କୌଣସି କ୍ଷେତ୍ରରେ ସଫଳତା ବା ବିଫଳତା ସ୍ଥିର ନୁହେଁ। ସଫଳତା ସମୟରେ ସ୍ଥିତପ୍ରଜ୍ଞ ଓ ବିଫଳତା ବେଳେ ଧୈର୍ଯ୍ୟ ଅବଲମ୍ବନ କରିବା ଆବଶ୍ୟକ। ଏହା ହିଁ ଜୀବନ। ଜୀବନ ଆମ ସମ୍ମୁଖରେ ଅନେକ ପରୀକ୍ଷା ଆଣି ପହଞ୍ଚାଇଦିଏ। ତା’ର କୌଣସି ତାରିଖ, ସିଲାବସ୍ ବା ନିର୍ଦ୍ଦିଷ୍ଟ ନିୟମାବଳୀ ନଥାଏ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ କେବଳ ପଢ଼ାବହିରୁ ମିଳିଥିବା ବୁଦ୍ଧି ସଫଳତା ନିଶ୍ଚିତ କରେନାହିଁ। ବୋର୍ଡ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ସତ। ପରୀକ୍ଷାରେ ଭଲ ଫଳ ଅନେକ ଦ୍ବାର ଖୋଲିଦିଏ, ଏହା ବି ସତ। କିନ୍ତୁ ଏହି ଫଳାଫଳ କେବେହେଲେ ଜଣଙ୍କ ଜୀବନର ମୂଲ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ। ମାର୍କସିଟ୍‌ରେ ଲେଖାଥିବା କିଛି ଅଙ୍କ କାହା ଭବିଷ୍ୟତର ଅନ୍ତିମ ରାୟ ନୁହଁ।

ତନୟା ପଟ୍ଟନାୟକ
ସଂପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe