ଗତ କିଛି ଦିନ ହେବ ଶୀତ ବଢ଼ିବା ସଙ୍ଗକୁ ବଢ଼ିଛି କୁହୁଡ଼ି। ଧଳା ଚାଦରରେ ଘୋଡ଼ାଇ ହୋଇ ରହିଛି ସାରା ଦେଶ। ବିଭିନ୍ନ ସ୍ଥାନରେ କୁକୁଡ଼ି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଶେଷ କରି ଦିଲ୍ଲୀରେ। ପ୍ରତିଦିନ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଦୁର୍ଘଟଣା ଘଟୁଥିବା ଖବର ମିଳୁଛି। ଏହା ସହ ଦୃଶ୍ୟମାନ୍ୟତା କମ ହେବାରୁ ଏକାଧିକ ବିମାନ ମଧ୍ୟ ବାତିଲ ହେଉଛି। ଶୀତଦିନ ରାତିରେ ଘନ କୁହୁଡି ଯୋଗୁଁ ରାସ୍ତାଘାଟ ଭଲଭାବରେ ଦେଖାଯାଏ ନାହିଁ। ଫଳରେ ସାମ୍ନାରୁ ଆସୁଥିବା ଗାଡି ଭଲଭାବରେ ନ ଦେଖାଯିବା ଯୋଗୁଁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ। ମାତ୍ରାଧିକ କୁହୁଡି ଭରା ରାସ୍ତାରେ ଗାଡି ଚଲାଇବା ଆଖିରେ ପଟି ପିନ୍ଧି ତୀର ମାରିବା ସହ ସମାନ ହୋଇଥାଏ। ପ୍ରତିବର୍ଷ କୁହୁଡି ଯୋଗୁଁ ଅନେକ ଲୋକଙ୍କ ପ୍ରାଣହାନୀ ହେବାର ନଜିର ରହିଛି। ହେଉଥିବା ଏସବୁ ସମସ୍ୟାରୁ କିଭଳି ଆପଣ ନିଜକୁ ସୁରକ୍ଷିତ ରଖିପାରିବେ ଆସନ୍ତୁ ଜାଣିବା।  

Advertisment

୧. ଅନିଦ୍ରା ପଣରୁ ଦୂରେଇ ରୁହନ୍ତୁ 

ଜାତୀୟ ସଡ଼କ ସୁରକ୍ଷା ତଥ୍ୟ ଅନୁଯାୟୀ ଡ୍ରାଇଭରଙ୍କ ନିଦ୍ରା ବା ଥକ୍କାପଣ ଯୋଗୁଁ  ପ୍ରାୟ ୧୫ ପ୍ରତିଶତ ଦୁର୍ଘଟଣା ଘଟିଥାଏ। ତେଣୁ ଲମ୍ବା ସମୟ ପର୍ଯ୍ୟନ୍ତ ଗାଡ଼ି ଚଲାଇବା ସମୟରେ ସବୁବେଳେ ସକ୍ରିୟ ରହନ୍ତୁ। 

୨. ଧୀର ବେଗରେ ଚଳାନ୍ତୁ ଗାଡି

କୁହୁଡ଼ିରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଭଲଭାବରେ ଦେଖାନଯିବା। ଏହି ସମସ୍ୟାରୁ ବଞ୍ଚିବାକୁ ଚାହୁଁଥିଲେ ଦ୍ରୁତ ଗତିରେ ଗାଡି ଚଲାଇବାରୁ ନିବୃତ ରୁହନ୍ତୁ। ଧିରେ ଧିରେ ଗାଡି ଚଲାଇବା ଦ୍ବାରା ସାମ୍ନାରୁ ଆସୁଥିବା ଗାଡି ବା କୌଣସି ଜିନିଷକୁ ଆପଣ ସହଜରେ ଜାଣିପାରିବେ।

୩. ଟାୟାର ଉପରେ ରଖନ୍ତୁ ନଜର 

ଶୀତଦିନେ ତାପମାତ୍ରା ହ୍ରାସ ପାଇଲେ ଆପେ ଆପେ ଟାୟାରରୁ ୨ ରୁ ୩ ପିଏସଆଇ ଚାପ କମିଯାଇଥାଏ। ଟାୟାରରେ ଚାପ କମ ଥିଲେ ବ୍ରେକ କିମ୍ବା ଗାଡି ଚଲାଇବା ସମୟରେ ଗାଡି ସ୍ଲିପ କରିଥାଏ। ତେଣୁ କୁହୁଡ଼ିରେ ଗାଡ଼ି ଚଲାଇବା ପୂର୍ବରୁ ଟାୟାରର ଚାପ ଏବଂ tread depth ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। 

୪. ହଠାତ ବ୍ରେକ କିମ୍ବା ମୋଡ ବଦଳାନ୍ତୁ ନାହିଁ 

କୁହୁଡ଼ିରେ ହଠାତ୍ ବ୍ରେକ୍ ମାରିବା ବା ମୋଡ଼ ପରିବର୍ତ୍ତନ କରିବା ବହୁତ ବିପଦପୂର୍ଣ୍ଣ ହୋଇଥାଏ, ଯାହାଫଳରେ ଆପଣଙ୍କ ପଛରେ ଥିବା ଗାଡିକୁ ଆପଣ ବ୍ରେକ ମାରିବା ଦେଖାଯାଇନଥାଏ ଫଳରେ ଦୁର୍ଘଟଣା ଘଟିଥାଏ। ଆପଣଙ୍କ ଗାଡ଼ି ଚାଳନା ଯେତେ ଧୀର ହେବ ଆପଣ ସେତେ ସୁରକ୍ଷିତ ରହିବେ। 

୫. ହେଲମେଟ ଏବଂ ସିଟବେଲ୍ଟ ବ୍ୟବହାର କରନ୍ତୁ 

ରାସ୍ତାରେ ଯିବା ସମୟରେ ସବୁବେଳେ ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିବା ଉଚିତ। କିନ୍ତୁ ଶୀତଦିନ କୁହୁଡି ଭରା ରାସ୍ତାରେ ଆପଣ ଯିବା ବେଳେ ନିହାତି ଭାବରେ ହେଲମେଟ ଓ ସିଟବେଲ୍ଟକୁ ବ୍ୟବହାର କରନ୍ତୁ। କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଏହା ଆପଣଙ୍କୁ ସୁରକ୍ଷା ଦେବ ।

ଆହୁରି ପଢ଼ନ୍ତୁ:Avatar Fire And Ash VS Dhurandhar: ‘ଧୁରନ୍ଧର’ ଏବଂ ‘ଅବତାର ଫାୟାର ଆଣ୍ଡ୍ ଆଶ୍’ ମଧ୍ୟରେ କେଉଁଟି ଆଗରେ ଅଛି?

୬. ହେଡଲାଇଟ ବ୍ୟବହାର କରନ୍ତୁ

ଘନ କୁହୁଡି ପାଇଁ ଦୃଶ୍ୟମାନ୍ୟତା ହ୍ରାସ ପାଏ। ଏହି ସମୟରେ ହାଇ ବିମ୍ ହେଡ୍ ଲାଇଟ୍ ବ୍ୟବହାର ନକରି ଫଗ୍ ଲ୍ୟାମ୍ପ ବା ଲୋ ବିମ୍ ହେଡ୍ ଲାଇଟ୍ ବ୍ୟବହାର କରିବା ଉଚିତ୍। କୁହୁଡ଼ିରେ ଲୋ ବିମ୍ ହେଡ୍ ଲାଇଟ୍ ଦୃଶ୍ୟମାନ୍ୟତା ବଢ଼ାଇଥାଏ।

୭. କୁହୁଡିକୁ ପ୍ରତିରୋଧ କରେ ହଳଦିଆ ଫଗ୍ ଲ୍ୟାମ୍ପ 

ଯଦି ଆପଣଙ୍କ ଗାଡିରେ ହଳଦିଆ ଫଗ୍ ଲ୍ୟାମ୍ପ ଅଛି ତେବେ ଆହୁରି ଭଲ। କାରଣ ହଳଦିଆ ଆଲୋକ କୁହୁଡ଼ିକୁ ଭେଦ କରି ରାସ୍ତାକୁ ଦେଖିବାରେ ସାହାର୍ଯ୍ୟ କରିଥାଏ, ଯାହାଫଳରେ ଆପଣ ସହଜରେ ଗାଡି ଚଲାଇପାରିବେ।

ଆହୁରି ପଢ଼ନ୍ତୁ:Venktesh Ayer: ପଟିଦାର ହଟିଲେ, ଭେଙ୍କଟେଶ ଆୟର ହେଲେ ଅଧିନାୟକ