frog-with-eyes-inside-its-mouth Photograph: (@SAMBAD.IN)
ନୂଆଦିଲ୍ଲୀ: ସମୟସମୟରେ ପ୍ରାକୃତିକ ପରିବେଶରେ କିଛି ଅଦ୍ଭୁତ ଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ। ଯେଉଁମାନଙ୍କୁ ପୂର୍ବରୁ କେବେ କେହି ଦେଖି ନଥାଆନ୍ତି। ନିକଟରେ କାନାଡାରେ ଏମିତି ଏକ ଘଟଣା ଘଟିଛି।
ମାଟି ଉପରେ ବସିଥିଲା ଅଜବ ବେଙ୍ଗ
କାନାଡାର ବର୍ଲିଂଟନର ଜଣେ ହାଇସ୍କୁଲ ଛାତ୍ରୀ ଡେଡ୍ରେ ତାଙ୍କ ଅଗଣାରେ ଖେଳୁଥିଲେ। ଏହି ସମୟରେ ସେ ମାଟି ଉପରେ ଏକ ଅଜବ ବେଙ୍ଗ ଦେଖିବାକୁ ପାଇଥିଲେ। ଏହି ବେଙ୍ଗଟି ସାଧାରଣ ବେଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବେଙ୍ଗଟି ମାଟି ଉପରେ ଆଖି ବନ୍ଦ କରି ବସିଥିଲା, କିନ୍ତୁ ସେ ଯେତେବେଳେ ତାର ପାଟି ଖୋଲିଥିଲା ଡେଡ୍ରେ ସେ ଦୃଶ୍ୟ ଦେଖି ଭୟରେ ଚିତ୍କାର କରି ଘର ଭିତରକୁ ଦୌଡ଼ି ଚାଲି ଯାଇଥିଲେ।।
ଅଧିକପଢ଼ନ୍ତୁ:ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଜାରି କଲା ନୂତନ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ
ପରିବାରଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ସମସ୍ତେ ଘଟଣାସ୍ଥଳରେ ପହଞ୍ଚି ଏହି ଅନନ୍ୟ ପ୍ରାଣୀର ଫଟୋ ଉଠାଇବା ସହିତ ଭିଡିଓ କରିଥିଲେ। ଏହାପରେ ଡେଡ୍ରେ ଏହି ଅଦ୍ଭୁ୍ତ ପ୍ରାଣୀର ଫଟୋ ସ୍ଥାନୀୟ ଖବରକାଗଜ, ଗଣମାଧ୍ୟମ ଓ ହାମିଲଟନ୍ ସ୍ପେକ୍ଟରେଟରକୁ ପଠାଇଥିଲେ। ଫଟୋଗ୍ରାଫର ସ୍କଟ୍ ଗାର୍ଡନର ପ୍ରଥମେ ଏହାକୁ ଏକ ମଜା ଓ ଏଡିଟିଂ ଫଟୋ ବୋଲି ଭାବିଥିଲେ, କିନ୍ତୁ ପରେ ଯେତେବେଳେ ସେ ଏହି ଘଟଣା ବାସ୍ତବ ବୋଲି ଜାଣିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ପାଟି ଭିତରେ ବିକଶିତ ହୋଇଛି ବେଙ୍ଗର ଆଖି
ବୈଜ୍ଞାନିକଙ୍କ ଅନୁସାରେ, ବେଙ୍ଗର ଏଭଳି ରୂପ ଏକ ଜେନେଟିକ୍ ପରିବର୍ତ୍ତନ ହେତୁ ହୋଇଛି। ଏହି ବ୍ୟାଧି ଯାହା ଭୃଣୀ ବିକାଶ ସମୟରେ ଘଟିଥାଏ। ବେଙ୍ଗ ଆଖି ସାଧାରଣତଃ ମୁଣ୍ଡ ଉପରେ ଥାଏ କିନ୍ତୁ ଏହି ବେଙ୍ଗର ଆଖି ପାଟି ଭିତରେ ରହିଥିଲା।
ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଜେମ୍ସ ବୋଗର୍ଟଙ୍କ ଅନୁସାରେ, 'ଗୋଲମ୍'ର ଆଖି ପଛକୁ ଘୁଞ୍ଚି ଯାଇ ମୁହଁ ଭିତରେ ବିକଶିତ ହୋଇଯାଇଛି। ଏହା ଏକ ମାକ୍ରୋ-ମ୍ୟୁଟେସନର ଘଟଣା, ଯାହା ବହୁତ ବିରଳ। ଆଶା କରାଯାଉଛି ରାସାୟନିକ ପ୍ରଦୂଷଣ କିମ୍ବା ପରିବେଶଗତ ପ୍ରଭାବ ହେତୁ ବେଙ୍ଗର ଆଖି ଏପରି ଅଦ୍ଭୁତ ଭାବେ ବିକାଶ ହୋଇଛି। ଏପରି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା।
ଅଧିକପଢ଼ନ୍ତୁ:ବିନା ଦୋଷରେ ଜେଲ ଦଣ୍ଡ ଭୋଗିବା ପରେ ବୃଦ୍ଧଙ୍କୁ ଦେଶରୁ ତଡ଼ିବାକୁ ଉଦ୍ୟମ କରୁଛି ଆମେରିକା ସରକାର
Follow Us