୨୦୨୬ ମସିହାରେ ନିଜର ଆଭିମୁଖ୍ୟ ବଦଳାଇ ମୋଟୋରୋଲା କମ୍ପାନି ସ୍ମାର୍ଟଵାଚ୍‌ ବଜାର ଉପରେ ମଧ୍ୟ ଗୁରୁତ୍ବ ଦେବା ଆରମ୍ଭ କରିଛି। ଗତ ମାସରେ ଏହି କମ୍ପାନି ‘ମୋଟୋ ଵାଚ୍‌’ ଉନ୍ମୋଚିତ କରିଛି। ଏଥିରେ ୧.୪ ଇଞ୍ଚ ଆକାରର ଗୋଲାକାର ଓଏଲ୍‌ଇଡି ପରଦା ଲାଗିଛି। ପରଦାଟି କର୍ନିଂ ଗରିଲା ଗ୍ଲାସ୍‌ ୩ ଦ୍ବାରା ସୁରକ୍ଷିତ। ରକ୍ତରେ ଅମ୍ଳଜାନ ସ୍ତର, ହୃଦ୍‌ସ୍ପନ୍ଦନ ବେଗ ଓ ନିଦ୍ରାର ଅବଧି ମାପିବା ଭଳି ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଟ୍ରାକିଂ ବୈଶିଷ୍ଟ୍ୟ ଏଥିରେ ରହିଛି। ୩୫ ଗ୍ରାମ ଓଜନ ବିଶିଷ୍ଟ ଏହି ଘଣ୍ଟାଟିରେ ଆକ୍ସିଲେରୋମିଟର, ଜାଏରୋସ୍କୋପ୍, ପିପିଜି ସେନ୍‌ସର୍‌, ଏସ୍‌ପିଓ୨ ସେନ୍‌ସର୍‌, ଆମ୍ବିଏଣ୍ଟ ଲାଇଟ୍‌ ସେନ୍‌ସର୍‌ ଓ ଇ-କମ୍ପାସ୍‌ ପରି ସେନ୍‌ସର୍‌ ଖଚିତ। କମ୍ପାନିର ଦାବି ଯେ ପୂରା ଚାର୍ଜ କଲେ ଏହା ୧୩ ଦିନ ପର୍ଯ୍ୟନ୍ତ କାମ କରିବ।

Advertisment

ED Sucess Rate: ଇଡିର ମନିଲଣ୍ଡରିଂ ମାମଲାରେ ୯୪.୮୨ ପ୍ରତିଶତ ଦୋଷୀ ସାବ୍ୟସ୍ତ

ଧୂଳି ଓ ଜଳ ପ୍ରତିରୋଧ ପାଇଁ ଏହାକୁ ଆଇପି୬୮ ରେଟିଂ ମିଳିଛି। ଆଣ୍ଡ୍ରୋଏଡ୍‌ ୧୨ ଓ ତଦୂର୍ଦ୍ଧ୍ବ ସଫ୍‌ଟୱେର ସହିତ ଏହି ସ୍ମାର୍ଟଵାଚ୍‌ଟି କାମ କରିଥାଏ। ସିଲିକନ୍ ଫିତା ସହିତ ଏହି ସ୍ମାର୍ଟଵାଚ୍‌ର ଦର ୫,୯୯୯ ଟଙ୍କାଥିବା ବେଳେ ମେଟାଲ୍‌ ଓ  ଲେଦର୍‌ ଫିତାଯୁକ୍ତ ସ୍ମାର୍ଟଵାଚ୍‌ ପାଇଁ ଆଉ ହଜାରେ ଟଙ୍କା ଅଧିକ ଗଣିବାକୁ ପଡ଼ିବ। ସିଲିକନ୍ ଫିତା ତିନିଟି ରଙ୍ଗ, ମେଟାଲ୍‌ ଫିତା ଦୁଇଟି ଏବଂ ଲେଦର୍‌ ଫିତା ଏକମାତ୍ର ରଙ୍ଗରେ ଉପଲବ୍ଧ। ମୋଟୋରୋଲା ସମେତ ଫ୍ଲିପ୍‌କାର୍ଟ ଅନ୍‌ଲାଇନ୍‌ ଷ୍ଟୋର୍‌ରୁ ଏହାକୁ କିଣିହେବ।

Delhi Missing: ଦିଲ୍ଲୀରେ ଦିନକୁ ୫୪ ଜଣଙ୍କ ପତ୍ତା ମିଳୁନି: ୨୦୨୬ର ପ୍ରଥମ ୧୫ ଦିନରେ ୮୦୦ରୁ ଅଧିକ ଲୋକ ନିଖୋଜ