Advertisment

Gadgets in Focus: ଫୋକସ୍‌ରେ ଗ୍ୟାଜେଟ୍: ମିଡ୍‌ରେଞ୍ଜ ଦର ପ୍ରିମିଅମ୍‌ ଫିଚର

Advertisment

ଆଇକ୍ୟୁ କମ୍ପାନିର ୧୫ଆର୍‌ ସ୍ମାର୍ଟଫୋନ୍‌ଟି ନିକଟରେ ଉନ୍ମୋଚିତ ହୋଇଛି। ପ୍ରିମିଅମ୍ ଡିଜାଇନ୍‌, ଶୀର୍ଷ ସ୍ତରର ହାର୍ଡୱେର୍‌ ଓ ବିଶେଷ ଫିଚର୍ସ ଥିବା ଏହି ଫୋନ୍‌ଟିକୁ ଏକ ସର୍ବଗୁଣସଂପନ୍ନ ସ୍ମାର୍ଟଫୋନ୍‌ ଭାବେ ଉପସ୍ଥାପିତ କରାଯାଇଛି।

ଆଇକ୍ୟୁ କମ୍ପାନିର ୧୫ଆର୍‌ ସ୍ମାର୍ଟଫୋନ୍‌ଟି ନିକଟରେ ଉନ୍ମୋଚିତ ହୋଇଛି। ପ୍ରିମିଅମ୍ ଡିଜାଇନ୍‌, ଶୀର୍ଷ ସ୍ତରର ହାର୍ଡୱେର୍‌ ଓ ବିଶେଷ ଫିଚର୍ସ ଥିବା ଏହି ଫୋନ୍‌ଟିକୁ ଏକ ସର୍ବଗୁଣସଂପନ୍ନ ସ୍ମାର୍ଟଫୋନ୍‌ ଭାବେ ଉପସ୍ଥାପିତ କରାଯାଇଛି।

fhsfhfxbbbv

ଆଇକ୍ୟୁ କମ୍ପାନିର ୧୫ଆର୍‌ ସ୍ମାର୍ଟଫୋନ୍‌ଟି ନିକଟରେ ଉନ୍ମୋଚିତ ହୋଇଛି। ପ୍ରିମିଅମ୍ ଡିଜାଇନ୍‌, ଶୀର୍ଷ ସ୍ତରର ହାର୍ଡୱେର୍‌ ଓ ବିଶେଷ ଫିଚର୍ସ ଥିବା ଏହି ଫୋନ୍‌ଟିକୁ ଏକ ସର୍ବଗୁଣସଂପନ୍ନ ସ୍ମାର୍ଟଫୋନ୍‌ ଭାବେ ଉପସ୍ଥାପିତ କରାଯାଇଛି। ରାମ୍‌ ଦରବୃଦ୍ଧି କାରଣରୁ ସ୍ମାର୍ଟଫୋନ୍‌ ଦରରେ ବୃଦ୍ଧି ପରିଲକ୍ଷିତ ହେଉଥିବାବେଳେ ୫୦ ହଜାରରୁ କମ୍ ଟଙ୍କାର ଏହି ଫୋନ୍‌ଟି ଅନ୍ୟ ଦାମୀ ଫୋନ୍‌ ସହିତ ପ୍ରତିଯୋଗିତା କରିବା ଭଳି ଫିଚର୍ସ ବହନ କରୁଛି। 

Cuttack: କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

ଏହି ଫୋନ୍‌ଟିକୁ କାର୍ଯ୍ୟକ୍ଷମ କରୁଛି କ୍ବାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍ ୮ ଜେନ୍‌ ୫ ଚିପ୍‌ସେଟ୍‌। ଏହାର ୬.୬ ଇଞ୍ଚ ଆମୋଲେଡ୍‌ ପରଦାର ରିଜଲ୍ୟୁସନ୍ ୨୭୫୦x୧୨୬୦ ଓ ରିଫ୍ରେସ୍‌ ହାର ୧୪୪ ହର୍ଜ। ଏହାର ପଛ ଭାଗରେ ଦୁଇଟି କ୍ୟାମେରା ଲାଗିଛି; ମୁଖ୍ୟ କ୍ୟାମେରାଟି ହେଉଛି ୫୦ ମେଗାପିକ୍ସଲ ବିଶିଷ୍ଟ ‘ସନି ଏଲ୍‌ଵାଟି୭୦୦ଭି’ ସେନ୍‌ସର୍‌ ଏବଂ ଅନ୍ୟଟି ୮ ମେଗାପିକ୍ସଲ ବିଶିଷ୍ଟ ଅଲ୍‌ଟ୍ରା ଵାଇଡ୍‌ କ୍ୟାମେରା। ସେହିପରି ସେଲ୍‌ଫି ପାଇଁ ଏଥିରେ ୩୨ ମେଗାପିକ୍ସଲ୍‌ର କ୍ୟାମେରା ଲାଗିଛି। ଏହାର ବ୍ୟାଟେରି କ୍ଷମତା ୭୬୦୦ ଏମ୍‌ଏଏଚ୍‌, ଯାହାକୁ ଫୋନ୍‌ ସହିତ ମିଳୁଥିବା ୧୦୦ ଵାଟ୍‌ ଫାଷ୍ଟ ଚାର୍ଜର୍‌ ଦ୍ବାରା ଚାର୍ଜ କରିହେବ। ବିରାଟ ବ୍ୟାଟେରି ସତ୍ତ୍ବେ ଫୋନ୍‌ଟିର ଓଜନ ମାତ୍ର ୨୦୨ ଗ୍ରାମ୍‌। ଧୂଳି ଓ ଜଳ ପ୍ରତିରୋଧ ପାଇଁ ଏହାକୁ ଆଇପି୬୮ ଓ ଆଇପି୬୯ ରେଟିଂ ମିଳିଛି।

Education: ଆଦର୍ଶ ଡିଗ୍ରି କଲେଜ୍‌ରେ ନୂଆ କୋଠାଗୃହ ଦାବି: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ଭାରତୀୟ ବଜାରରେ ଏହାର ପ୍ରାରମ୍ଭିକ ମଡେଲ୍‌ (୮ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌)ର ଦର ୪୪,୯୯୯ ଟଙ୍କା। ୧୨ ଜିବି ରାମ୍‌ ମଡେଲ୍‌ର ଦର ୪୭,୯୯୯ ଟଙ୍କା ଏବଂ ତା’ ସହିତ ୫୧୨ ଜିବି ଷ୍ଟୋରେଜ୍‌ ପାଇଁ ୫୨,୯୯୯ ଟଙ୍କା ଦେବାକୁ ପଡ଼ିବ। ମାର୍ଚ୍ଚ ୩ ତାରିଖରୁ ଏହା ଡାର୍କ ନାଇଟ୍‌ ଓ ଟ୍ରାଏମ୍ଫ ସିଲ୍‌ଭର୍‌ ନାମକ ଦୁଇଟି ରଙ୍ଗରେ ବିକ୍ରି ପାଇଁ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe