ଆସନ୍ତା ୬ ତାରିଖରେ ଭାରତୀୟ ବଜାରରେ ରିଏଲ୍ମି ଏହାର ୧୬ ପ୍ରୋ ସିରିଜର ଦୁଇଟି ଫୋନ୍ ଉନ୍ମୋଚିତ କରିବ। ସେଥି ମଧ୍ୟରୁ ୧୬ ପ୍ରୋ ପ୍ଲସ୍ ମଡେଲ୍ର ବିଭିନ୍ନ ଫିଚର୍ସ ଲୋକଲୋଚନକୁ ଆସିଛି। ସ୍ନାପ୍ଡ୍ରାଗନ୍ ୭ ଜେନ୍ ୪ ଚିପ୍ସେଟ୍ ଓ ୧୨ଜିବିର ଏଲ୍ପିଡିଡିଆର୍୫ଏକ୍ସ ରାମ୍ ଦ୍ବାରା ଏହି ଫୋନ୍ଟି କାର୍ଯ୍ୟକ୍ଷମ। ଏହାର ଇନ୍ଟର୍ନାଲ୍ େମମୋରି ୫୧୨ଜିବି। ଏହି ଫୋନ୍ରେ କ୍ୟାମେରାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଏହାର ମୁଖ୍ୟ କ୍ୟାମେରାର ରିଜଲ୍ୟୁସନ୍ ୨୦୦ ମେଗାପିକ୍ସଲ୍। ଉତ୍କୃଷ୍ଟ ପୋଟ୍ରେଟ୍ ଫଟୋ ଉଠାଇବା ପାଇଁ ଏଥିରେ ୫୦ ମେଗାପିକ୍ସଲ୍ ପେରିସ୍କୋପ୍ କ୍ୟାମେରା ଲାଗିଛି। ଏହାର ଡିସ୍ପ୍ଲେର ସର୍ବାଧିକ ବ୍ରାଇଟ୍ନେସ୍ ୬,୫୦୦ ନିଟ୍ସ ଏବଂ ଟଚ୍ ସାମ୍ପଲିଂ ରେଟ୍ ୨୫୦୦ହର୍ଜ।
Accident: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ; ଅଧୁରା ରହିଲା ଜଗାଦର୍ଶନ, ବାହାଘର
ଫୋନ୍ଟିରେ ୭୦୦୦ ଏମ୍ଏଏଚ୍ ବିଶିଷ୍ଟ ବ୍ୟାଟେରି ରହିବ, ଯାହାକୁ ୮୦ୱାଟ୍ ଫାଷ୍ଟ ଚାର୍ଜର୍ ଦ୍ବାରା ଚାର୍ଜ କରାଯାଇପାରିବ। ଥରେ ଚାର୍ଜ କଲେ ୯.୩ ଘଣ୍ଟା ଧରି ଗେମିଂ, ୨୦.୮ ଘଣ୍ଟା ଇନ୍ଷ୍ଟାଗ୍ରାମ୍ ବ୍ରାଉଜିଂ ଅଥବା ୨୧ ଘଣ୍ଟା ୟୁଟ୍ୟୁବ୍ରେ ଭିଡିଓ ଦେଖିହେବ ବୋଲି କମ୍ପାନି ଦାବି କରିଛି। ଧୂଳି ଓ ଜଳରୁ ସୁରକ୍ଷା ପାଇଁ ଫୋନ୍ଟି ଆଇପି୬୬, ଆଇପି୬୮, ଆଇପି୬୯ ଓ ଆଇପି୬୯କେ ରେଟିଂ ହାସଲ କରିଛି। ଏହା କ୍ୟାମେଲିଆ ପିଙ୍କ୍, ମାଷ୍ଟର୍ ଗ୍ରେ ଓ ମାଷ୍ଟର୍ ଗଲ୍ଡ ଭଳି ରଙ୍ଗରେ ଉପଲବ୍ଧ ହେବ। ଏହି ଫୋନ୍ର ବଜାର ମୂଲ୍ୟ ୩୫ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।
New Year: ସ୍ମାର୍ଟଫୋନ୍-ସୋସିଆଲ ମିଡିଆ ଶେଷ କଲା ପାରଂପରିକ ‘ନୂଆବର୍ଷ ଗ୍ରିଟିଙ୍ଗ୍ କାର୍ଡ’ର ଚାହିଦା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/01/realme-2026-01-01-02-46-16.jpg)