Diwali Gift: ଏଥର ଦୀପାବଳିରେ ନିଜ ପ୍ରିୟଜନଙ୍କୁ ଦିଅନ୍ତୁ ଏହି ସବୁ ସ୍ବତନ୍ତ୍ର ଉପହାର

କଥାରେ ଅଛି ଉପହାର ଦିଆନିଆ ହେଲେ ସଂପର୍କ ଦୃଢ଼ ଓ ମଜ୍‌ବୁତ୍‌ ହୁଏ। କିଛି ସ୍ବତନ୍ତ୍ର ଉତ୍ସବ ଥିଲେ ଆମେ ଆମର ପ୍ରିୟଜନଙ୍କୁ ଉପହାର ଦେଇ ତାହାକୁ ଆହୁରି ସ୍ବତନ୍ତ୍ର ବନାଇଥାନ୍ତି।

Untitled

Diwali: A festival of lights and joy Photograph: (incredibleindia.gov.in)

କଥାରେ ଅଛି ଉପହାର ଦିଆନିଆ ହେଲେ ସଂପର୍କ ଦୃଢ଼ ଓ ମଜ୍‌ବୁତ୍‌ ହୁଏ। କିଛି ସ୍ବତନ୍ତ୍ର ଉତ୍ସବ ଥିଲେ ଆମେ ଆମର ପ୍ରିୟଜନଙ୍କୁ ଉପହାର ଦେଇ ତାହାକୁ ଆହୁରି ସ୍ବତନ୍ତ୍ର ବନାଇଥାନ୍ତି। ତେବେ ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଭାରତୀୟମାନଙ୍କର ଏକ ବଡ଼ ଉତ୍ସବ ହୋଇଥାଏ। ଏହି ଦିନ ଆସିବାର ମାସ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥାଉ ଆମେ ଭାରତୀୟମାନେ। 

ଆହୁରି ପଢ଼ନ୍ତୁ: ଦୀପାବଳି ପାଇଁ ମିଳୁଛି ବାଣ ଡିଜାଇନର ମିଠା

ଘର ସଫାରୁ ନେଇ ସାଜସଜା ଓ ଅତିଥିମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ଆଦି ଆରମ୍ଭ ହୋଇ ଯାଇଥାଏ ଅନେକ ଦିନ ଆଗରୁ। ତେବେ ଦୀପାବଳିରେ ଉପହାର ଦିଆନିଆ ହେଉଛି ଏକ ପୁରୁଣା ପ୍ରଥ‌ା। ଆମେ ନିଜର ଲୋକଙ୍କୁ ଖୁସି କରିବା ପାଇଁ କ’ଣ ସବୁ ଉପହାର ଆକାରରେ ଦେଇପାରିବା ଆଜି ସେ ବିଷୟରେ ଆଲୋଚନା କରିବା।

ମିଠା

 କୌଣସି ବି ପର୍ବ ହେଉ; ମିଠା ବିନା ସବୁ ଅଧୁରା। ଆପଣ ନିଜର ଦୀପାବଳିକୁ ସ୍ବତନ୍ତ୍ର କରିବାକୁ ଚାହୁଁଥିଲେ ପ୍ରିୟ ଲୋକଙ୍କୁ ତାଙ୍କ ମନ ପସନ୍ଦର ମିଠା ଉପହାର ଦେଇପାରନ୍ତି। ଏହି ଦିନ ସମସ୍ତଙ୍କ ଘରେ ମିଠା ଥାଏ। ମିଠା ଖାଇ ଲୋକେ ଏହି ଦିନକୁ ମନାଇଥାନ୍ତି। ତେବେ ଆପଣ ବି ନିଜ ଆତ୍ମୀୟଙ୍କୁ ମିଠା ପ୍ୟାକେଟ୍‌ ଦେଇ ଶୁଭେଚ୍ଛା ଜଣାଇ ପାରନ୍ତି।

ଦୀପ

ଦୀପାବଳିରେ ଯଦି ଦୀପ ଦେବେ ନାହିଁ ତାହା‌ଲେ କ’ଣ ଦେବେ? ଏହି ଉପହାର ଅଧିକାଂଶ ଲୋକ ଦେବାକୁ ଭଲପାଆନ୍ତି। ଆଜିକାଲି ବଜାରରେ ବିଭିନ୍ନ ଡିଜାଇନର ଦୀପ ଉପଲବ୍ଧ। ଆପଣ ଚାହୖିଁଲେ ଏକ ସୁନ୍ଦର ଦୀପକୁ ଉପହାର ଆକାରରେ ଦେଇପାରିବେ। ଆତ୍ମୀୟଙ୍କୁ ସୁନ୍ଦର ମାଟିର ଦୀପ ଉପହାର ଆକାରରେ ଦେଇ ଶୁଭେଚ୍ଛା ଜଣାଇଲେ ମଧ୍ୟ ଖୁବ୍ ଭଲ।  ଏହା ଆପଣଙ୍କ ପାଇଁ ଶୁଭଙ୍କର ହେବ।

ନୂଆବସ୍ତ୍ର

ଯଦି ଅତି ଭଲ ସଂପର୍କ ତେବେ ଆପଣ ଦୀପାବଳି ଅବସରରେ ବସ୍ତ୍ର ବି ଉପହାର ଆକାରରେ ଦେଇପାରନ୍ତି। ଯାହାକୁ ଏହି ଆଲୋକର ପର୍ବରେ ଆପଣଙ୍କ ସଂପର୍କୀୟ ବା ବନ୍ଧୁ ପରିଧାନ କରିପାରିବେ।

ୱିଣ୍ଡ୍‌ ଚା‌ଇମ୍ସ

 କିଛି ସାମଗ୍ରୀ ଘର ପାଇଁ ଖୁବ୍ ଭଲ ହୋଇଥାଏ। ‘ୱିଣ୍ଡ୍‌ ଚା‌ଇମ୍ସ’କୁ ଘର ଟାଙ୍ଗିବାକୁ ଖୁବ୍ ଶୁଭ ମନାଯାଏ। ଆପଣ ଏହାକୁ ଉପହାର ଆକାରରେ ବି ଦେଇପାରିବେ। ଏହାକୁ ଉପହାର ଦେବା ଦ୍ବାରା ସଂପର୍କ ଦୃଢ଼ ହୋଇଥାଏ ବୋଲି ବିଶ୍ବାସ କରାଯାଏ।

ଆହୁରି ପଢ଼ନ୍ତୁ: ସବୁଜ ଦୀପାବଳି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe