ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ମାନବିକତା ଏବଂ ସାହସର ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଅଗ୍ନିଶମ କର୍ମଚାରୀମାନେ ବରଫ ହ୍ରଦରେ ଫସି ରହିଥିବା ଏକ କୁକୁରକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଉଦ୍ଧାର ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଆମେରିକାର ରୋଡ ଆଇଲ୍ୟାଣ୍ଡରେ ଘଟିଛି। ନୂଆବର୍ଷ ଦିନ ସକାଳ ପ୍ରାୟ ୯ଟା ସମୟରେ ଏକ ଗୋଲଡେନ୍ ରିଟ୍ରିଭର୍ ତା’ର ମାଲିକଙ୍କ ସହିତ ବୁଲୁଥିଲା । ଏହି ସମୟରେ ଲିଟିଲ୍ ମସାଚୋଗ ପଣ୍ଡ ନାମକ ଏକ ବରଫ ହ୍ରଦ ଅଭିମୁଖେ ଦୈଡ଼ି ଯାଇଥିଲା। ହ୍ରଦରେ ବରଫର ଅତ୍ୟନ୍ତ ପତଳାସ୍ତ ଥିବାରୁ ତାହା ଭାଙ୍ଗି ଯାଇଥିଲା। ଫଳରେ କୁକୁରଟି ବରଫ ପାଣି ଭିତରକୁ ଖସି ପଡ଼ିଗଲା। 

ଅଧିକପଢ଼ନ୍ତୁ: ବିନ୍ ଲାଡେନଠାରୁ ବାଗଦାଦୀ ପର୍ଯ୍ୟନ୍ତ... ଆମେରିକା ସ୍ପେଶାଲ୍ ଡେଲ୍ଟା ଫୋର୍ସ ବିଶ୍ୱକୁ ଦେଖାଇଥିଲା ଶକ୍ତି, ଏବେ ମାଦୁରୋଙ୍କୁ ଧରିଲା

ବରଫ ହ୍ରଦ ଭିତରୁ କୁକୁର ଉଦ୍ଧାର

ଘଟଣା ବିଷୟରେ ସୂଚନା ପାଇବା ପରେ, ମିସ୍କ୍ୱାମିକଟ ଅଗ୍ନିଶମ ବିଭାଗ, ୱେଷ୍ଟର୍ଲି ଆମ୍ବୁଲାନ୍ସ ଏବଂ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ କୁକୁରଟିକୁ ଫିନିକ୍ସ ନାମକ ଏକ ଗୋଲଡେନ୍ ରିଟ୍ରିଭର୍ ଭାବରେ ଚିହ୍ନଟ କରିଥିଲା। ପରିସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଥିଲା, କାରଣ ଯେକୌଣସି ମୁହୂର୍ତ୍ତରେ ବରଫ ସମ୍ପୂର୍ଣ୍ଣ ଭାଙ୍ଗିଯିବାର ସମ୍ଭାବନା ରହିଥିଲା। ତେଣୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର ସମୟରେ ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ପୋଷାକ ପିନ୍ଧି ଏବଂ ଏକ ସୁରକ୍ଷା ଦୌଡ଼ି ସାହାଯ୍ୟରେ କୁକୁରକୁ ବାନ୍ଧି ବରଫ ହ୍ରଦରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।  

https://fb.watch/EpUTnshE2B/

ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରକାଶ, କୁକୁର ଏବଂ ସମସ୍ତ ଅଗ୍ନିଶମ କର୍ମଚାରୀ ସୁରକ୍ଷିତ ଅଛନ୍ତି।  କୁକୁରକୁ ଉଦ୍ଧାର ପରେ ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଅଗ୍ନିଶମ କର୍ମଚାରୀମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସୌଭାଗ୍ୟବଶତଃ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିଲା।

ଅଧିକପଢ଼ନ୍ତୁ:2 Thieves Arrested ୪ ଚୋରି ମାମଲାର ଖୁଲାସା: ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ, ଦୁଇ ଗିରଫ