Miss You Humane: ଆଜି ହ୍ୟୁମାନ ସାଗରଙ୍କ ଜନ୍ମଦିନ… ଝୁରୁଛି ଓଡ଼ିଶା, ଝୁରୁଛନ୍ତି ଫ୍ୟାନ୍

ହ୍ୟୁମାନ ସାଗର ଆଉ ନଭେମ୍ବର… ଯେଉଁ ମାସରେ ଜନ୍ମ , ସେହି ମାସରେ ହିଁ ମୃତ୍ୟୁ । ସ୍ବରର ସାଗରଙ୍କୁ ହରାଇ ଶୋକ ସାଗରରେ ଏବେ ବୁଡିଛି ସାରା ସଂଗୀତ ଜଗତ । ହ୍ୟୁମାନଙ୍କୁ ଝୁରୁଛନ୍ତି ଓଡିଶାବାସୀ… ଝୁରୁଛନ୍ତି କୋଟି କୋଟି ପ୍ରଶଂସକ… ଝୁରୁଛନ୍ତି ସାଙ୍ଗ, ସାଥୀ ଏବଂ ସହ କଣ୍ଠଶିଳ୍ପୀମାନେ…

HBD Humane

HBD Humane Photograph: (Sambad.in)

ଭୁବନେଶ୍ବର:  ହ୍ୟୁମାନ ସାଗର ଆଉ ନଭେମ୍ବର… ଯେଉଁ ମାସରେ ଜନ୍ମ , ସେହି ମାସରେ ହିଁ ମୃତ୍ୟୁ । ସ୍ବରର ସାଗରଙ୍କୁ ହରାଇ ଶୋକର ସାଗରରେ ଏବେ ବୁଡିଛି ସାରା ସଂଗୀତ ଜଗତ । ହ୍ୟୁମାନଙ୍କ ମୃତ୍ୟୁକୁ ଆଜି ୮ ଦିନ ବିତିଯାଇଥିବା ବେଳେ ଏବେବି ତାଙ୍କୁ ଝୁରୁଛନ୍ତି ଓଡିଶାବାସୀ… ଝୁରୁଛନ୍ତି କୋଟି କୋଟି ପ୍ରଶଂସକ… ଝୁରୁଛନ୍ତି ସାଙ୍ଗ, ସାଥୀ ଏବଂ ସହ କଣ୍ଠଶିଳ୍ପୀମାନେ… ଆଜି ବି ସୋସିଆଲ ମିଡିଆରେ ହ୍ୟୁମାନଙ୍କୁ ନେଇ ମାଳମାଳ ପୋଷ୍ଟ ଦେଖିବାକୁ ମିଳୁଥିବା ବେଳେ ଆଜି ଜନ୍ମଦିନ ଥିବାରୁ ପୁଣି ଥରେ ହ୍ୟୁମାନଙ୍କ ନେଇ ଶ୍ରଦ୍ଧାଞ୍ଜଳିର ପୋଷ୍ଟ ଛାଇଯାଇଛି । 

dimond
dimond Photograph: (sambad.in)

ଆହୁରି ପଢନ୍ତୁ- Humane Sagar, He-Man Birthday: ବାକି ରହିଗଲା ବାର୍ଥ-ଡେ: ଅଧୁରା ରହିଗଲା ସେଲିବ୍ରିଟିଙ୍କ ଜନ୍ମଦିନ, ସେଲିବ୍ରେସନ ପୂର୍ବରୁ ଚାଲିଗଲା ଜୀବନ…

ନଭେମ୍ବରରେ ଆସି ନଭେମ୍ବରରେ ଚାଲିଗଲେ…

୧୯୯୦ ନଭେମ୍ବର ୨୫ ତାରିଖରେ ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ବଲାଙ୍ଗୀର ଟିଟଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ। ହେଲେ ମାତ୍ର ୩୪ ବର୍ଷ ବୟସରେ ତାଙ୍କୁ ଏ ସଂସାର ଛାଡ଼ି ଯିବାକୁ ପଡିବ ବୋଲି କେହି କେବେ କଳ୍ପନା ବି କରିନଥିଲେ । ଯେଉଁ ନଭେମ୍ବର ମାସରେ ସେ ଜନ୍ମ ନେଇଥିଲେ ସେହି ନଭେମ୍ବରରେ ହିଁ ତାଙ୍କର ମୃତ୍ୟୁ ହେଇଗଲା । ୧୭ ନଭେମ୍ବର ୨୦୨୫ରେ ତାଙ୍କର ଦେହାନ୍ତ ହୋଇଛି ।  ଆଜି ତାଙ୍କର ଜନ୍ମଦିନ । ଜନ୍ମଦିନକୁ ମାତ୍ର ୮ ଦିନ ବାକି ଥିବା ବେଳେ ତାଙ୍କ ଜୀବନ ଦୀପ ଲିଭିଛି । ଆଉ ୩୫ ବର୍ଷ ପୂରଣ ପୂର୍ବରୁ ସେ ପରପାରିକୁ ଚାଲିଯାଇଛନ୍ତି । 

ଆହୁରି ପଢନ୍ତୁ- Humane Sagar Birthday, Dipti Rekha Reaction: ହ୍ୟୁମାନଙ୍କ ଜନ୍ମଦିନରେ ଏମାନଙ୍କ ଉପରେ ରାଗିଗଲେ ଦୀପ୍ତିରେଖା... କାମ ଓ କମିଶନ ନେଇ ଖୋଲିଲେ ଗୋଟି ଗୋଟି ପୋଲ୍

ହୁଏତ ସେ ଆଜି ଜୀବିତ ଥିଲେ ତାଙ୍କ ବାର୍ଥଡେ ତାଙ୍କ ପ୍ରଶଂସକମାନେ ଧୁମଧାମରେ ପାଳିଥାନ୍ତେ । ସବୁ ଷ୍ଟୁଡିଓରେ ତାଙ୍କ ପାଇଁ କେକ୍ କଟା ହୋଇଥାନ୍ତା । ତାଙ୍କ ଦୀର୍ଘ ସଂଗୀତ ଯାତ୍ରା ଏବଂ ତାଙ୍କ ଦୀର୍ଘ ଜୀବନ ପାଇଁ ଶୁଭେଚ୍ଛାର ସୁଅ ସହ ଆଶୀର୍ବାଦ ଦେଇଥାନ୍ତେ ଅନେକ ଗୁରୁଜନ, ସାଙ୍ଗସାଥୀମାନେ… ହେଲେ କିଏ ଜାଣିଥିଲା ନିଜ ଜନ୍ମଦିନ ପାଳନ ପୂର୍ବରୁ ସେ ସବୁଦିନ ପାଇଁ ଏ ସଂସାର ଛାଡ଼ି ଚାଲିଯିବେ ବୋଲି । ମୃତ୍ୟୁ ସହ ଲଢି ଲଢି ଜୀବନ ଯୁଦ୍ଧରେ ହାରିଯିବେ ବୋଲି… 

Humane sagar and Abhijeet Mishra
Humane sagar and Abhijeet Mishra Photograph: (sambad.in)

ହ୍ୟୁମାନ ଜଣେ ହୃଦୟବାନ ମଣିଷ

ଏହି ଘଟଣା ଆଜି ସମସ୍ତଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଥିବା ବେଳେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ନେଇ ସ୍ମୃତି ବଖାଣିଛନ୍ତି ତାଙ୍କ ବନ୍ଧୁ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର… ୨୦୧୫ରୁ ୨୦୨୫, ଦୀର୍ଘ ୧୦ ବର୍ଷ ଧରି ହ୍ୟୁମାନଙ୍କ ସହ ତାଙ୍କର ସମ୍ପର୍କ ଏବଂ ହ୍ୟୁମାନ କେମିତି ତାଙ୍କୁ ବଡ଼ ଭାଇ ଭାବେ ଭଲପାଆନ୍ତି ତାଙ୍କ ସହ ସୁଖଦୁଃଖ ବାଣ୍ଟନ୍ତି ସେ କଥା ଅଭିଜିତ ବଖାଣିବା ସହ ହ୍ୟୁମାନ ଜଣେ ହୃଦୟବାନ ମଣିଷ ବୋଲି କହିଛନ୍ତି ।

ଅଭିଜିତ ମିଶ୍ର ଆହୁରି ବି କହିଛନ୍ତି- ହ୍ୟୁମାନ ଯେଉଁଠି ବି ଆଜି ଅଛନ୍ତି ତାଙ୍କୁ ହାପି ବାର୍ଥ ଡେ… ଭଏସ ଅଫ ଓଡିଶା ପ୍ରୋମୋ ସୁଟରେ ହ୍ୟୁମାନଙ୍କ ସହ ପ୍ରଥମ ଦେଖା ହେଇଥିଲା । ଆମେ ସଂଗୀତ ପାଇଁ ସାଙ୍ଗ ହେଇଥିଲୁ ମାତ୍ର ସଙ୍ଗୀତ ବାଦ୍ ବି ଆମେ ଭଲ ବନ୍ଧୁ ଥିଲୁ । ସେ ହୃଦୟଖୋଲା, ଭଦ୍ର, ନମ୍ର, ମିଠା ମଣିଷଟେ । 

Humane and Abhijeet
Humane and Abhijeet Photograph: (sambad.in)

ହ୍ୟୁମାନ ମତେ ଧରି କାନ୍ଦନ୍ତି…

ହ୍ୟୁମାନ ମତେ 'ମାଲିକ' ବୋଲି ଡାକନ୍ତି । ସିଏ ଆମ ଘରକୁ ଆସିଲେ ବାପା ତାଙ୍କ ମୁଣ୍ଡରେ ପୁଅ ପରି ଆଶୀର୍ବାଦର ହାତ ବୁଲାଇ ଆଣନ୍ତି । ଆମେ ବହୁତ କମ୍ ଦେଖା ହେଉ, ଯେବେ ବି ଦେଖା ହେଉ ସେ ମତେ କୁଣ୍ଢାଇ କାନ୍ଦନ୍ତି । ତାଙ୍କ ସହ ଶେଷ ଫଟୋ ମୋର ତାଙ୍କ ଘରେ ହିଁ ରହିଗଲା । କିଛି ମାସ ତଳେ ଛେନାପୋଡ଼ ଖୁଆଇ ଦେଇ ଶେଷରେ ସବୁଦିନ ପାଇଁ ଛାଡି ଚାଲିଗଲେ । ତାଙ୍କର 'ବାପା' ଗୀତ ଶୁଣି ମୋ ବାପା ଓ ମୁଁ ବହୁତ କାନ୍ଦିଥିଲୁ । ଆମେ ଲେଟ୍ ନାଇଟ୍ କଥା ହେଉ, ଚାଟ୍ କରୁ… ଆମେ ଅନେକ କଥା ହେଉ, କିନ୍ତୁ ଆଜି ତାଙ୍କର ମୃତ୍ୟୁ ପରେ ସେ କଥା କହି ମୁଁ ତାଙ୍କ ଆତ୍ମାକୁ ଅସମ୍ମାନ କରିବାକୁ ଚାହେଁନି । କିଛି କଥା ଆମ ଭିତରେ ସବୁଦିନ ପାଇଁ ଏମିତି ରହିଯାଉ, ରହିଯିବା ବି ଭଲ । ମୁଁ ଜଣେ ଭଲ ବନ୍ଧୁ ନୁହେଁ ବରଂ ଭଲ ଭାଇକୁ ହରାଇଲି ବୋଲି କହିଛନ୍ତି ଅଭିଜିତ ମିଶ୍ର । 

Humane Sagar and Dipti Rekha Padhy
Humane Sagar and Dipti Rekha Padhy Photograph: (sambad.in)

ପୋଲ୍ ଖୋଲିଲେ ଦୀପ୍ତିରେଖା

ସେପଟେ ସାଥୀ କଳାକାର କଣ୍ଠଶିଳ୍ପୀ ଦୀପ୍ତିରେଖା ହ୍ୟୁମାନଙ୍କ ଜନ୍ମଦିନରେ ଖୋଲିଛନ୍ତି ବଡ ଗୁମର । ସେ କହିଛନ୍ତି ଯେ ଏହି ମାସରେ ହ୍ୟୁମାନ ଭାଇଙ୍କର ଜନ୍ମଦିନ ଓ ସେ ଏହି ମାସରେ ହିଁ ଚାଲିଗଲେ । ଏହା ସବୁଠାରୁ ବଡ ଦୁଃଖର କଥା ଯେ ଆମେ ଚାହିଁଲେ ବି ସେ ମଣିଷକୁ ଆଉ ପାଇପାରିବାନି । ତେବେ କେଉଁଠି ନା କେଉଁଠି ମୁଁ ଆମ ଇଣ୍ଡଷ୍ଟ୍ରିକୁ ବି ଦାୟୀ ଦେବି । ଇଣ୍ଡଷ୍ଟ୍ରିର ଲୋକମାନେ ଯେଉଁମାନେ ତାଙ୍କୁ ନେଇ କାମ କରୁଥିଲେ, ସେମାନେ ବି ଚାହିଁଥିଲେ ତାଙ୍କର ଖରାପ ସମୟରେ ସାଥ ଦେଇ ତାଙ୍କୁ ବଞ୍ଚାଇପାରିଥାନ୍ତେ । ସମସ୍ତେ ସମସ୍ତଙ୍କ ସ୍ୱାର୍ଥରେ ରହିଲେ, ସମସ୍ତେ କାମ ଓ କମିଶନ ଇଚ୍ଛାରେ ରହିଲେ । ତାଙ୍କ ଜନ୍ମଦିନରେ ମୁଁ ଭାବୁଛି ଯେ ହୁଏତ ସମସ୍ତଙ୍କର ସହଯୋଗ ଥିଲେ, ସେ ମଣିଷଟି ଆଜି ଆମ ପାଖରେ ଥାଆନ୍ତେ । ଦେହ ଖରାପ ଥିଲା..ବହୁତ ଖରାପ ଥିଲା, ସେତେବେଳେ ଶୁଣିବାକୁ ମିଳୁଥିଲା । କିନ୍ତୁ କିଛି ଜଣ ଯଦି ତାଙ୍କୁ ସାହାଯ୍ୟ କରିଥାନ୍ତେ, ଆମ ପାଖରେ ସେ ମଣିଷ ଥାଆନ୍ତେ । ଆଉ ମୁଁ ତାଙ୍କୁ ବହୁତ ମିସ କରୁଛି । ମୁଁ ପ୍ରତିବର୍ଷ ତାଙ୍କୁ ଶୁଭେଚ୍ଛା ଜଣାଏ । ହେଲେ ଆଜି ଆଉ ସେ ନାହାଁନ୍ତି…

କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ବି ନିଜ ସୋସିଆଲ ମିଡିଆରେ ହ୍ୟୁମାନଙ୍କୁ ନେଇ ପୋଷ୍ଟ କରିଛନ୍ତି । ଜୀବନ ଲମ୍ବା ନୁହେଁ ବଡ଼ ହେବା ଦରକାର ବୋଲି କହି ହ୍ୟୁମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଅନ୍ତରା । ୟା ଭିତରେ ସପ୍ତାହେ ବିତି ଗଲାଣି କିନ୍ତୁ ଏବେବି ସେ ନିଷ୍ଠୁର ସତକୁ ବିଶ୍ବାସ କରିହେଉନି ବୋଲି ଲେଖିଛନ୍ତି ଅନ୍ତରା । ତାଙ୍କ ବାପାଙ୍କ ଓଃ ନଭେମ୍ବର କବିତା ସେୟାର କରି ଷ୍ଟୋରୀରେ ହ୍ୟୁମାନଙ୍କ ଗୀତ ରଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନ୍ତରା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe