World Cup tattoo Photograph: (Sambad.in)
ନୂଆଦିଲ୍ଲୀ: ବିଶ୍ବବିଜେତା ହେଲେ ହାତରେ ସବୁଦିନ ପାଇଁ ବିଶ୍ବକପର ଟାଟୁ କୁଟେଇଲେ । ବିଶ୍ବ କ୍ରିକେଟ୍ ଇତିହାସ ସହ ଭାରତୀୟ କ୍ରିକେଟ୍ ଜଗତରେ ସିନା ଆମ ସୁନା ଝିଅମାନେ ସ୍ବର୍ଣ୍ଣାକ୍ଷରେ ଲେଖିଦେଲେ ସୁନେଲି ଇତିହାସ । ହେଲେ ମହାବିଜୟର ସେହି ସ୍ମରଣୀୟ ମୁହୂର୍ତ୍ତକୁ ସବୁଦିନ ଦେଖିବାକୁ, ଦୀର୍ଘ ବର୍ଷର ସ୍ବପ୍ନ ସତ ହେବାର ସେହି ସନ୍ଧିକ୍ଷଣକୁ ସବୁବେଳେ, ସବୁ ସକାଳେ ଦେଖିବାକୁ ଏବଂ ବିଶ୍ବକପ୍ ବିଜୟର ସେହି ପଲକୁ ସତେଜ ରହିବାକୁ ନିଜ ନିଜ ହାତରେ ବିଶ୍ବକପ୍-୨୦୨୫ର ଟାଟୁ କୁଟାଇଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଏବଂ ଉପ-ଅଧିନାୟକ ।
ବିଶ୍ବବିଜେତାଙ୍କ ହାତରେ ବିଶ୍ବକପ୍ ଟାଟୁ
ଟାଟୁକୁ ସେମାନେ ହାତର ଏମିତି ଜାଗାରେ କରିଛନ୍ତି ଯେମିତି ସବୁଦିନ ସକାଳରୁ ସଞ୍ଜ ଯାଏଁ ସେମାନେ ବିଜୟ ଉତ୍ସବ ପାଳି ନିଜକୁ ଗର୍ବିତ କରୁଥିବେ ଏବଂ ସେ ବିଜୟ ବହି ନିଜେ ଜଣେ ଜଣେ ପୃଷ୍ଠା ବୋଲି କହିପାରିବେ । ତେଣୁ କ୍ୟାପଟେନ୍ ହରମନପ୍ରୀତ କୌର ନିଜ ବାହୁରେ ବିଶ୍ବକପର ଟାଟୁ କରି ଇଷ୍ଟାରେ ସେହି ଫଟୋକୁ ଛାଡିଛନ୍ତି । ଫଟୋ ଛାଡି ହରମନ ଲେଖିଛନ୍ତି- ଗର୍ବର ସ୍ୟାହି ମୋ ଚର୍ମ ଏବଂ ହୃଦୟରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିଲା । ପ୍ରଥମ ଦିନରୁ ତୁମକୁ ଅପେକ୍ଷା କରିଥିଲି, ଏବଂ ଏବେ ମୁଁ ତୁମକୁ ପ୍ରତିଦିନ ସକାଳେ ଦେଖିବି ଆଉ ଖୁସି ହେଉଥିବି ବୋଲି ସେ ଲେଖିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଛି ।
ଟାଟୁରେ ୫୨ ନମ୍ବର କାହିଁକି ?
ସେହିପରି ସ୍ମୃତି ମନ୍ଧାନା ମଧ୍ଯ ନିଜ ଡାହାଣ ହାତରେ ବିଶ୍ବକପର ଟାଟୁ କରିଛନ୍ତି । ଉଭୟଙ୍କ ହାତରେ ଟାଟୁ ପ୍ରାୟ ସମାନ ରହିଛି । ଡିଜାଇନରେ ବିଶ୍ବକପ ତଳେ ୨୦୨୫ ଲେଖା ହୋଇଛି । ଆଉ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବାରୁ ହରମନପ୍ରୀତି ନିଜ ହାତରେ ସେହି ସ୍ମରଣୀର ନମ୍ବର ମଧ୍ଯ ଟାଟୁ କରି କୁଟାଇଛନ୍ତି । ଆଉ ଦୁହେଁ ଏଲିଏନ୍ସ ଟାଟୁ ଷ୍ଟୁଡିଓରେ ନିଜ ନିଜ ଡିଜାଇନରଙ୍କ ପାଖରେ ଟାଟୁ କରିଛନ୍ତି ।
ଆହୁରି ପଢନ୍ତୁ-
ଆହୁରି ପଢନ୍ତୁ-Amol Muzumdar: ସ୍ବପ୍ନର କେବେ ମୃତ୍ୟୁ ନାହିଁ: ଅମୋଲଙ୍କ ଅମୂଲ୍ୟ ଅବଦାନ, ବିଶ୍ବବିଜୟୀ ମହିଳାଙ୍କ ପଛରେ ଜଣେ ପୁରୁଷଙ୍କ ହାତ…
Follow Us