ସମସ୍ତଙ୍କ ଘରେ ପ୍ରାୟତଃ ରୁପା ଜିନିଷ ଥିବା ଦେଖିବାକୁ ମିଳିଥାଏ। ବିବାହ ପାଇଁ ହେଉ କି ପିନ୍ଧିବା ପାଇଁ ହେଉ ଲୋକେ ରୁପା କିଣି ଘରେ ସାଇତି ରଖିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଘରେ କେତେ ପରିମାଣର ରୁପା ରଖିବା ଉଚିତ୍? ଏହା ପାଇଁ କ’ଣ ନିୟମ ରହିଛି? ଘରେ ରୁପା ସାଇତି ରଖିବା ପୂର୍ବରୁ ଆପଣ ଆପଣଙ୍କ ଘରେ କେତେ ରୂପା ରଖିପାରିବେ? ତାହା ଜାଣିନେବା ଉଚିତ୍। ଆଜି ଆମେ ଆପଣଙ୍କୁ କହିବୁ ଯେ, ଘରେ ରୂପା ରଖିବା ନେଇ RBI ଏବଂ ଆୟକର ବିଭାଗର ନିୟମ କ’ଣ।

Advertisment

କେତେ ରୁପା ଘରେ ରଖିପାରିବେ ? 

ଆୟକର ଆଇନ ୧୯୬୧ ଅନୁଯାୟୀ ଘରେ ରୁପା (ମୁଦ୍ରା, ଅଳଙ୍କାର, ବାସନକୁସନ, ଇତ୍ୟାଦି) ରଖିବା ଉପରେ କୌଣସି କଟକଣା ନାହିଁ। ଆପଣ ଯେତେ ଇଚ୍ଛା ସେତେ ରୁପା ଜିନିଷ ରଖିପାରିବେ। କିନ୍ତୁ ରୁପା କିଣିବା ବେଳେ ତାର ବିଲ୍ ଆଣିବାକୁ ଭୁଲନ୍ତୁ ନାହିଁ। କାରଣ ଆପଣ ଏହି ସମ୍ପତ୍ତି କିପରି ହାସଲ କଲେ ତାହା ଜାଣିବାର ଅଧିକାର ଆୟକର ବିଭାଗର ଅଛି। ଆମ ସମସ୍ତଙ୍କ ଆର୍ଥିକ ସ୍ଥିତି ସଂପର୍କିତ ତଥ୍ୟ ଆରବିଆଇ ପାଖରେ ରହିଥାଏ। ଯଦି ଆୟ ହିସାବରେ ଆପଣଙ୍କ ପାଖରେ ଅଧିକ ସମ୍ପତ୍ତି ଥିବା ସନ୍ଦେହ ହୁଏ, ତେବେ ଆପଣଙ୍କ ଘରେ ଆୟକର ବିଭାଗର ଚଢ଼ାଉ ହେବ। ଏହି ସମୟ‌ରେ ଆପଣଙ୍କୁ ଘରେ ଥିବା ରୁପାର ବିଲ୍ ଦେଖାଇବାକୁ ହେବ। ଯଦି ଆପଣ ଦରକାର ବେଳେ ବିଲ୍ ପୈଠ ନକରିପାରିଲେ ତେବେ ଆରବିଆଇ ଏହାକୁ ଅଘୋଷିତ ସମ୍ପତ୍ତି ଭାବରେ ବିବେଚନା କରି ଏହା ଉପରେ ଟିକସ ଏବଂ ଜରିମାନା ଲାଗୁ କରିବ। ଯଦି ଆପଣ ଅନଲାଇନରେ ରୁପା କିଣୁଛନ୍ତି, ତେବେ ଇମେଲ୍ କିମ୍ବା ଇନଭଏସ୍ ସାଇତି ରଖନ୍ତୁ। ଏହା ସହିତ, ଯଦି ଆପଣଙ୍କୁ ରୁପା ଉତ୍ତରାଧିକାରୀ ଭାବରେ ମିଳିଛି, ତେବେ ପ୍ରାସଙ୍ଗିକ ଡକ୍ୟୁମେଣ୍ଟ ( ଉତ୍ତରାଧିକାର ପ୍ରମାଣପତ୍ର) ପ୍ରସ୍ତୁତ ରଖନ୍ତୁ।

ଆହୁରି ପଢ଼ନ୍ତୁ: DGP Statment on Nowgam Blast: ଏହା ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣା: ଜମ୍ମୁ-କଶ୍ମୀର ବିସ୍ଫୋରଣ ନେଇ କହିଲେ ଡିଜିପି

ଆହୁରି ପଢ଼ନ୍ତୁ: Srinagar Nowgam Blast: ଶ୍ରୀନଗରରେ ଦିଲ୍ଲୀ ଶୈଳୀରେ ବିସ୍ଫୋରଣ, ୯ ମୃତ୍ୟୁ-୩୦ ଗୁରୁତର