Advertisment

ରସଗୋଲାରେ ଶହଶହ ମଲାମାଛି, ଭିଡିଓ ଭାଇରାଲ

Advertisment

ଦିଲ୍ଲୀରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅନେକ ମଲାମାଛି ରସଗୋଲାରେ ପଡ଼ିଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ମିଠା ଖାଇବା ପୂର୍ବରୁ ‌ଲୋକେ ଚିନ୍ତା କରିବେ...

Updated On

ଦିଲ୍ଲୀରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅନେକ ମଲାମାଛି ରସଗୋଲାରେ ପଡ଼ିଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ମିଠା ଖାଇବା ପୂର୍ବରୁ ‌ଲୋକେ ଚିନ୍ତା କରିବେ...

ଅଦ୍ୟତନ ହୋଇଛି
11amnxzpqwe]a

ନୂଆଦିଲ୍ଲୀ: ଦୀପାବଳିରେ ମିଠା କାରବାର ଅଧିକ ହୋଇଥାଏ। ତେବେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ମିଠା ଖାଇବା ପୂର୍ବରୁ ‌ଲୋକେ ଚିନ୍ତା କରିବେ। ଏହି ଭିଡିଓ ଦିଲ୍ଲୀର, ଯେଉଁଥିରେ ରସଗୋଲାରେ ଅନେକ ମଲାମାଛି ଦେଖିବାକୁ ମିଳୁଛି। ଏହାକୁ ନେଇ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। 

ଏହି ଭିଡିଓରେ, ଦୀପାବଳି ପାଇଁ ପ୍ରସ୍ତୁତ ହୋଇଥିବା ରସଗୋଲା ସିରାରେ ମଲାମାଛି ପଡ଼ିଥିବାର ନଜର ଆସିଛନ୍ତି। ଭିଡିଓରେ ଏକ ଘର ଦେଖିବାକୁ ମିଳୁଛି। ଯେଉଁଠାରେ କିଛି ଲୋକ କାମ କରୁଥିବା ଦେଖାଯାଉଛି।

ସୋସିଆଲ ମିଡିଆ ଏକ୍ସରେ ଅଂଶୀଦାର ହୋଇଥିବା ଏହି ଭିଡିଓରେ ୫୩୦୦୦ରୁ ଅଧିକ ଭ୍ୟୁ ରହିଛି ଏବଂ ୟୁଜରମାନେ ଏହା ଉପରେ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ୟୁଜର ଏହାକୁ ଥଟ୍ଟା ଭାବରେ ଗ୍ରହଣ କରି ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଦୀପାବଳିରେ ମିଠା ଖାଇବା ମୃତ୍ୟୁକୁ ନିମନ୍ତ୍ରଣ କରିବା। ଘରେ ତିଆରି ମିଠା ଖାଇବା ଏବଂ ବଣ୍ଟନ କରିବା ଆବଶ୍ୟକ।' ଅନ୍ୟ ଜଣେ ୟୁଜର ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ ଏହା ବିପଜ୍ଜନକ। 

କିଛି ୟୁଜର ଏଥିପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସରକାର ନିୟାମକ ପ୍ରଣାଳୀକୁ ସଶକ୍ତ କରିବା ଉଚିତ୍ ଯାହାଦ୍ବାରା ପର୍ବପର୍ବାଣିରେ ଖାଦ୍ୟ ସାମଗ୍ରୀ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇପାରିବ, ଏହା ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ଏକ ନିଷ୍ଠୁର ଉପହାସ। ଏଥିପ୍ରତି ସଭିଏଁ ସତର୍କ ରହିବା ଜରୁରୀ। ଅନ୍ୟଥା ଜୀବନ ବିପଦରେ ପଡ଼ିବାର ଆଶଙକା ରହିଛି ବୋଲି କେତେକ ୟୁଜର ପରାମର୍ଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ:

ଗୁଗୁଲ ଉପରେ ରୁଷିଆର ଜରିମାନା ଲାଗୁ: ପରିମାଣରେ ୬୬ ଶୂନ,ସମଗ୍ର ବିଶ୍ୱରେ ଏତେ ଟଙ୍କା ନାହିଁ!

ଚୀନ୍‌କୁ ଦୀପାବଳି ଝଟ୍‌କା: ଦେଢ଼ ଲକ୍ଷ କୋଟିର କ୍ଷତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe