ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲା କୋର୍ଟରେ ମଙ୍ଗଳବାର ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଥିଲା। ଫଳରେ ପୁଲିସ ଆଇନଜୀବୀମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏହି ଘଟଣାରେ ବହୁ ଆଇନଜୀବୀ ଆହତ ହୋଇଥିଲେ। ଜାମିନ ଆବେଦନ ସ୍ଥାନାନ୍ତର ଦାବିରେ ଜିଲ୍ଲା ଜଜ୍ ଅନିଲ କୁମାର ଏବଂ ପୂର୍ବତନ ବାର ସଭାପତି ନହର ସିଂ ଯାଦବଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହା ବଢ଼ି ଯାଇଥିଲା।
ମଙ୍ଗଳବାର ସକାଳେ ବିଚାରପତି ଏବଂ ପୂର୍ବତନ ବାର ସଭାପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଜିଲ୍ଲା ଜଜ୍ ଡାଏସରୁ ଓହ୍ଲାଇ ଆଇନଜୀବୀମାନଙ୍କ ସହ ଖରାପ ବ୍ୟବହାର କରିଥିଲେ। ଫଳରେ କୋର୍ଟ କୋଠରୀରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଡାକିବାକୁ ପଡ଼ିଥିଲା।
ଉତ୍ତେଜନା ଯୋଗୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବନ୍ଦ କରିଦେଇଥିଲେ ଏବଂ ପିଏସି ଯବାନମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଲାଠିଚାର୍ଜ କରିଥିଲେ। ଏଥିରେ ରାଗିଯାଇ ଆଇନଜୀବୀମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ ଏବଂ କୋର୍ଟ ପରିସରରେ ଦଳାଚକଟା ଆରମ୍ଭ ହୋଇଥିଲା।
ଆଇନଜୀବୀମାନେ ଅଭିଯୋଗ କରିଛନ୍ତି ଯେ କୋର୍ଟ ପରିସରରେ ସେମାନଙ୍କୁ କବାଟ ବନ୍ଦ କରି ମାଡ ଦିଆଯାଇଥିଲା। ଏହି ଘଟଣାରେ ଅନେକ ଆଇନଜୀବୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ପଶ୍ଚିମ ଉତ୍ତରପ୍ରଦେଶ ଆଡଭୋକେଟ୍ ଆସୋସିଏସନ୍ ଅସନ୍ତୋଷ ବ୍ୟକ୍ତ କରିବା ସହ ଲାଠିଚାର୍ଜ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ଅଧିକାରୀ ଏବଂ ପୁଲିସ କର୍ମଚାରୀଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ଦାବି କରିଛି।
गाज़ियाबाद में जिला जज और वकीलों के बीच हुई तू-तू मैं-मैं ने बवाल का रूप ले लिया। कचहरी बनी अखाड़ा, वकीलों पर लाठीचार्ज और जजों ने कोर्ट में काम बंद किया। #Ghaziabad #CourtClash #LawAndOrder pic.twitter.com/as0t39tfaq
— Ajay Tomar | अजय तोमर (@ajay_tomar1) October 29, 2024
ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସେମାନେ ପୁଲିସ ପ୍ରଶାସନ ବିରୋଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିବେ ଏବଂ ଏହି ପ୍ରସଙ୍ଗରେ ବୈଠକ ଡାକିଛନ୍ତି ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ଜାମିନ ସମ୍ପର୍କରେ କୋର୍ଟରେ ଶୁଣାଣି ଚାଲିଥିଲା ଯେଉଁଥିରେ ପ୍ରଥମେ କିଛି ଗଣ୍ଡଗୋଳ ହୋଇଥିଲା। କିନ୍ତୁ ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଜିଲ୍ଲା ଜଜ୍ ପୁଲିସ ଏବଂ ପିଏସିଙ୍କୁ ଡାକିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଆଇନଜୀବୀମାନଙ୍କ ଉପରେ ପୋଲିସ୍ ଲାଠିଚାର୍ଜ କରୁଥିବା ଦେଖିବାକୁ ମିଳୁଛି।
ଅଧିକ ପଢ଼ନ୍ତୁ:
ବର୍ଡର-ଗାଭାସ୍କର ସିରିଜ ଜିତିବ କିଏ? ମାଥ୍ୟୁ ହେଡେନଙ୍କ ବଡ଼ ଭବିଷ୍ୟବାଣୀ...
ବାଇଡେନ ହ୍ୱାଇଟ ହାଉସରେ ଶେଷ ଦୀପାବଳି ପାଳନ କଲେ, ହାରିସ୍ ଅନୁପସ୍ଥିତ