Law Court: ଆଇନଅଦାଲତ: କାଠଗଡ଼ାରେ ‌ଯୌନୋଦ୍ଦୀପକ ଛବି!

Advertisment

କଣ୍ଡୋମ୍‌ ଏବଂ ଅନ୍ୟାନ୍ୟ ଜନ୍ମ ନିରୋଧକ ଉତ୍ପାଦ ଥିବା ପ୍ୟାକେଟ୍‌ ଉପରେ ଛାପାଯାଉ ଥିବା ଛବି ମାତ୍ରାଧିକ ଯୌନ ଉଦ୍ଦୀପକ କି, ନୁହେଁ ତାହା ନିର୍ଣ୍ଣୟ କରନ୍ତୁ ଏବଂ ଆମକୁ ଜଣାନ୍ତୁ ସେଗୁଡ଼ିକୁ ନିଷିଦ୍ଧ କରାଯିବା ଉଚିତ କି?

କଣ୍ଡୋମ୍‌ ଏବଂ ଅନ୍ୟାନ୍ୟ ଜନ୍ମ ନିରୋଧକ ଉତ୍ପାଦ ଥିବା ପ୍ୟାକେଟ୍‌ ଉପରେ ଛାପାଯାଉ ଥିବା ଛବି ମାତ୍ରାଧିକ ଯୌନ ଉଦ୍ଦୀପକ କି, ନୁହେଁ ତାହା ନିର୍ଣ୍ଣୟ କରନ୍ତୁ ଏବଂ ଆମକୁ ଜଣାନ୍ତୁ ସେଗୁଡ଼ିକୁ ନିଷିଦ୍ଧ କରାଯିବା ଉଚିତ କି?

fshffshhfsxvb

କଣ୍ଡୋମ୍‌ ଏବଂ ଅନ୍ୟାନ୍ୟ ଜନ୍ମ ନିରୋଧକ ଉତ୍ପାଦ ଥିବା ପ୍ୟାକେଟ୍‌ ଉପରେ ଛାପାଯାଉ ଥିବା ଛବି ମାତ୍ରାଧିକ ଯୌନ ଉଦ୍ଦୀପକ କି, ନୁହେଁ ତାହା ନିର୍ଣ୍ଣୟ କରନ୍ତୁ ଏବଂ ଆମକୁ ଜଣାନ୍ତୁ ସେଗୁଡ଼ିକୁ ନିଷିଦ୍ଧ କରାଯିବା ଉଚିତ କି? ୧୯୧୬ ମସିହା ଏପ୍ରିଲ୍‌ ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ମନିନ୍ଦର୍‌ ସିଂହଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ଆଦେଶ ଦେଇଥିଲେ। ଆସନ୍ତୁ ଜାଣିବା କ’ଣ ଥିଲା ଏହାର କାରଣ।

Excise Sports: ଅବକାରୀ ବିଭାଗରେ ଅନେକ ସଂସ୍କାର ଆସିବାକୁ ଯାଉଛି: ମନ୍ତ୍ରୀ

ହାଇକୋର୍ଟରେ ନିଷେଧାଦେଶ
୨୦୦୮ରେ ମାଡ୍ରାସ୍‌ ହାଇକୋର୍ଟ କେତେକ ଜନସ୍ବାର୍ଥ ମାମଲା ବିଚାରକରି କଣ୍ଡୋମ୍‌ ପ୍ୟାକେଟ୍‌ ଉପରେ ଥିବା ଯୌନୋଦ୍ଦୀପକ ଛବି ଉପରେ ନିଷେଧାଜ୍ଞା ଜାରି କରିଥିଲେ। କଣ୍ଡୋମ୍‌ ନିର୍ମାତାମାନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ କଣ୍ଡୋମ୍‌ ପ୍ୟାକେଟ୍‌ ଏବଂ ବିଜ୍ଞାପନ ସବୁକୁ ଯୌନୋଦ୍ଦୀପନା ମୁକ୍ତ ରଖନ୍ତୁ। କାରଣ, ସେସବୁ ଅଶ୍ଳୀଳ ଏବଂ ଭାରତୀୟ ସଂସ୍କୃତି ପ୍ରତି ଅମର୍ଯ୍ୟାଦା। କଣ୍ଡୋମ୍‌ ବିଜ୍ଞାପନ ଏବଂ ପ୍ୟାକେଜିଙ୍ଗ୍‌ ନିମନ୍ତେ ‘ଆଡ୍‌ଭର୍ଟାଇଜିଙ୍ଗ୍‌ ଷ୍ଟାଣ୍ଡାର୍ଡସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ’ଠାରୁ ଅନୁମତି ଆଣିବା ନିମନ୍ତେ ବି ହାଇକୋର୍ଟ କଣ୍ଡୋମ୍‌ ନିର୍ମାତାମାନଙ୍କୁ କହିଥିଲେ। ଅଗତ୍ୟା କଣ୍ଡୋମ୍‌ ନିର୍ମାତାମାନେ ହାଇକୋର୍ଟଙ୍କ ରାୟ ବିପକ୍ଷରେ ସୁପ୍ରିମ୍‌କୋର୍ଟରେ ଆବେଦନ କଲେ। 

ଛଅ ମାସ ଭିତରେ ଜବାବ ଦାଖଲ କର
ସେମାନଙ୍କ ଆବେଦନ ବିଚାର କରିବା ବେଳେ ଭାରତର ତତ୍‌କାଳୀନ ପ୍ରଧାନ ବିଚାରପତି ଟି ଏସ୍‌ ଠାକୁରଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଭାରତର ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ମନିନ୍ଦର୍‌ ସିଂହଙ୍କୁ କହିଥିଲେ, ‘‘ଏ ସବୁ ବିଜ୍ଞାପନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କି, ନାହିଁ ଆପଣ ଆମକୁ କହନ୍ତୁ...। ରେକର୍ଡରେ ଥିବା ସେଭଳି କେତୋଟି ବିଜ୍ଞାପନ ଓ ଆଉ କିଛି ବିଜ୍ଞାପନ ମଧ୍ୟ ଆପଣ ଦେଖନ୍ତୁ। ତା’ପରେ ଏ ସଂକ୍ରାନ୍ତରେ ଆପଣଙ୍କ ମତ ଉପସ୍ଥାପନ କରନ୍ତୁ। ମୁଦ୍ରଣ ହେବା ପୂର୍ବରୁ ଏତାଦୃଶ ବିଜ୍ଞାପନ ଯାଞ୍ଚ କରିବା ଲାଗି ଆପଣଙ୍କ ନିକଟରେ କୌଣସି ବ୍ୟବସ୍ଥା ଅଛି କି? ଆପତ୍ତିଜନକ ଦୃଶ୍ୟାବଳି ଛାପାହୋଇ ବଜାରରେ ବିକ୍ରୟ ହେଉଥିବା ପ୍ୟାକେଟ୍‌ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କି? ଅଧିକନ୍ତୁ, ଏଭଳି ବିଜ୍ଞାପନ ଦଣ୍ଡନୀୟ ଅପରାଧଯୋଗ୍ୟ କି, ନୁହେଁ, ଆପଣ ଜଣାନ୍ତୁ।’’ ଏହାର ଉତ୍ତର ଦାଖଲ କରିବା ଲାଗି ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ ଛଅ ମାସ ସମୟ ଦେଇଥିଲେ।

ସୁପ୍ରିମ୍‌କୋର୍ଟ ଦେଲେ ରହିତାଦେଶ
ଏଥିସହ ମାଡ୍ରାସ୍‌ ହାଇକୋର୍ଟଙ୍କ ଉପରୋକ୍ତ ଆଦେଶ ଉପରେ ୨୦୦୮ ସେପ୍ଟେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟ ରହିତାଦେଶ ଜାରିକରି ପୂର୍ବବତ୍‌ ପ୍ୟାକେଜିଙ୍ଗ୍‌ ଓ ଆଡ୍‌ଭର୍ଟାଇଜିଙ୍ଗ୍‌ ଚାଲୁ ରଖିବା ଲାଗି ଏସବୁ ଉତ୍ପାଦ ନିର୍ମାତାମାନଙ୍କୁ ଅନୁମତି ଦେଇଥିଲେ। ୨୦୧୬ ଫେବ୍ରୁଆରିରେ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ଖଣ୍ଡପୀଠ ସରକାର ଓ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡଙ୍କୁ ଏତାଦୃଶ ବିଜ୍ଞାପନ ଓ ପ୍ୟାକେଟ୍‌ ସମ୍ବନ୍ଧରେ ମତ ଦେବାକୁ କହିଥିଲେ।

Governor: ରାଜ୍ୟପାଳଙ୍କୁ ଭେଟିଲେ ତାମିଲନାଡୁ ଗଣମାଧ୍ୟମ ପ୍ରତିନିଧି ଦଳ

ଅଶ୍ଳୀଳତା ଆଇନ: ୨ରୁ ୫ ବର୍ଷ ଜେଲ୍‌
କଣ୍ଡୋମ୍‌ ଭଳି ଜନ୍ମନିରୋଧକ ଉତ୍ପାଦ ଥିବା ପ୍ୟାକେଟ୍‌ ଉପରେ ମୁଦ୍ରିତ ଯୌନ ଉଦ୍ଦୀପକ ଚିତ୍ରାବଳି ଭାରତୀୟ ଅଶ୍ଳୀଳତା ଆଇନ ଉଲ୍ଲଂଘନ ବୋଲି ଦର୍ଶାଇ କେତେକ ବ୍ୟକ୍ତି ଥାନାରେ ଅଭିଯୋଗ ଦାଏର କରିଥିଲେ। ବ୍ରିଟିସ୍‌ ଅମଳରୁ ଚାଲିଆସୁଥିବା ଏ ଆଇନରେ ଏଥିପାଇଁ ସର୍ବାଧିକ ଦୁଇବର୍ଷ କାରାଦଣ୍ଡ ଏବଂ ବାରମ୍ବାର ଏ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ପ୍ରତି ପାଞ୍ଚବର୍ଷ କାରାଦଣ୍ଡ ବିଧାନ ରହିଛି। ତେଣୁକରି, ଏଭଳି ଅଭିଯୋଗ ଆସିଲେ ପୁଲିସ ମାମଲା ପଞ୍ଜୀକରଣ କରେ ଓ ତଦନ୍ତକରି ଅଦାଲତରେ ‌ରିପୋର୍ଟ ଦାଖଲ କରେ। ସାଧାରଣତଃ ଏହି ଉତ୍ପାଦଗୁଡ଼ିକର ପ୍ରଚାର ଓ ପ୍ରସାର ନିମନ୍ତେ ସ୍ବଳ୍ପ-ଆବୃତ ନାରୀ ଅଥବା କାମାସକ୍ତ ନାରୀ ଓ ପୁରୁଷ ବାହୁ ପାଶରେ ଆବଦ୍ଧଥିବା ଫଟୋ ଛାପାଯାଇଥାଏ।

ଅଶ୍ଳୀଳ ଛବି ଉପରେ ନିଷେଧାଜ୍ଞା ରଦ୍ଦ
ସେହିବର୍ଷ ଜୁଲାଇ ପହିଲା ଦିନ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଲେ ଯେ କଣ୍ଡୋମ୍‌ ପ୍ୟାକେଟ୍‌ରେ ଥିବା ଯୌନଉଦ୍ଦୀପକ ଦୃଶ୍ୟସମ୍ବଳିତ ଚିତ୍ରାବଳି ଉପରେ ସରକାର ନିଷେଧାଦେଶ ଜାରି କରିନାହାନ୍ତି କି, କରି‌େବ ନାହିଁ। ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କହିଥିଲା, ‘‘ଆବେଦନକାରୀ ନିର୍ମାଣ କରୁଥିବା ଉତ୍ପାଦ ଏବଂ ସେ ପ୍ରକାର ଅନ୍ୟାନ୍ୟ ଉତ୍ପାଦଗୁଡ଼ିକର ବିଜ୍ଞାପନ ଉପରେ ଅଧିକ କଟକଣା ଜାରିକରିବା ଲାଗି ସରକାରଙ୍କର କୌଣସି ଯୋଜନା ନାହିଁ। ପ୍ରଚଳିତ ନିୟମାବଳୀ ଅନ୍ତର୍ଗତ କୌଣସି ଉତ୍ପାଦ ଉପରେ ଆଗୁଆ ପ୍ରମାଣନ ଅଥବା ପ୍ରି-ସେନ୍‌ସର୍‌ସିପ୍‌  ଯୋଗାଇବା ନିମନ୍ତେ ମଧ୍ୟ ସରକାରଙ୍କର କୌଣସି ବ୍ୟବସ୍ଥା ନାହିଁ।’’
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପୁନଶ୍ଚ କହିଥିଲା, ‘‘ସିନେମାଟୋଗ୍ରାଫ୍‌ ଆକ୍ଟ୍‌, କେବୁଲ୍‌ ଟିଭି ଆକ୍ଟ୍‌ ଏବଂ ଅନ୍ୟାନ୍ୟ ଆଇନ ତଥା ପ୍ରେସ୍‌ କାଉନ୍‌ସିଲ୍‌ ମଦ୍ୟ ଓ ତମାଖୁ ଭଳି କିଛି ନିର୍ଦ୍ଦିଷ୍ଟ ଉତ୍ପାଦ ସଂକ୍ରାନ୍ତରେ ସମ୍ମିଳିତ ଭାବେ ସ୍ବ-ନିୟନ୍ତ୍ରିତ ନୀତି ତଥା ପ୍ରାକ୍‌ ପ୍ରମାଣନ ନିମନ୍ତେ ନିୟମ ନିର୍ଦ୍ଧାରଣ କରିଛନ୍ତି। ସେତିକି ହିଁ ଯଥେଷ୍ଟ ବୋଲି ବିବେଚନା କରାଯାଉଛି।’’

Bihar Politics: ପପୁ ଯାଦବଙ୍କ ସମର୍ଥନରେ ବାହାରିଲେ ରାହୁଲ-ପ୍ରିୟଙ୍କା

କଣ୍ଡୋମ୍‌ ପ୍ୟାକେଟ୍‌ ଯାଞ୍ଚ ଅସମ୍ଭବ
ଏହା ପୂର୍ବରୁ ଏ ସଂକ୍ରାନ୍ତରେ ବିବୃତି ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବି କହିଥିଲା, ‘‘ଅସଂଖ୍ୟ କମ୍ପାନି ଏହି ବ୍ୟବସାୟରେ ସମ୍ପୃକ୍ତ ଥିବାରୁ ପ୍ରତି କଣ୍ଡୋମ୍‌ ଅଥବା ଜନ୍ମନିରୋଧକ ଉତ୍ପାଦ ପ୍ୟାକେଟ୍‌ ତନଖି କରିବା ସମ୍ଭବ ନୁହେଁ।’’ ସେ ଯାହାହେଉ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇ କହିଲେ‌ ଯେ ମାଗଣା ଯୋଗାଣ ନିମନ୍ତେ ଉଦ୍ଦିଷ୍ଟ ‘ନିରୋଧ’ ଏବଂ ସରକାରଙ୍କ ବ୍ୟାବସାୟିକ ବ୍ରାଣ୍ଡ୍‌ ‘ଡିଲକ୍ସ ନିରୋଧ’ କଣ୍ଡୋମ୍‌ ପ୍ୟାକେଟ୍‌ ଉପରେ କେଉଁ ଧରଣର ଛବି ଛାପାଯିବା ତାହା ଉପରେ ଆମର ନିୟନ୍ତ୍ରଣ ରହିଛି। ଏ ସବୁ ଉତ୍ପାଦଗୁଡ଼ିକର ପ୍ୟାକେଜିଙ୍ଗ୍‌ ସାମଗ୍ରୀ ଏବଂ ଚିତ୍ରାବଳିଗୁଡ଼ିକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି ଅନୁମୋଦନ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe