ପରିବେଶ ଦିବସରେ ପ୍ରତିଜ୍ଞା: ପ୍ଲାଷ୍ଟିକକୁ କୁହନ୍ତୁ ନା ... ନହେଲେ ଭୋଗିବେ ଭୟଙ୍କର ପରିଣାମ, ମାଡ଼ି ଆସିବ ଏସବୁ ରୋଗ

ମଣିଷ ତା ନିଜ ଜୀବନରେ ଜାଣତରେ ହେଉ କି ଅଜାଣତରେ ପ୍ଲାଷ୍ଟିକ ସହିତ ଏତେ ଜଡିତ ହେଇଗଲାଣି ଯେ, ଚାହିଁଲେ ବି ପ୍ଲାଷ୍ଟିକକୁ ତା ବ୍ୟବହାରରୁ ଏବଂ ଜୀବନରୁ ବାହାର କରିପାରୁନି । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଠାରୁ ପ୍ଲାଷ୍ଟିକ ପ୍ଲେଟରେ ଖାଦ୍ୟ ଖାଇବା ...

ପବରର

Photograph: (Sambad.in)

ନୂଆଦିଲ୍ଲୀ: ଏବେ ଜୀବନ ସହ ଜଡ଼ିତ ହୋଇଗଲାଣି ପ୍ଲାଷ୍ଟିକ । ଘରୁ ବାହାରକୁ ବାହାରିଲେ ପ୍ଲାଷ୍ଟିକ ବୋଲତରେ ପାଣି ନେଇଯାଉ । ବାହାରେ ବୁଲିଲା ବେଳେ ଯଦି ଶୋଷ ହୁଏ ତେବେ ଦୋକାନରୁ ପ୍ଲାଷ୍ଟିକ ବୋତଲରେ ଥିବା ପାଣି କିଣି ପିଇଦେଉ । ଭୋକ ଲାଗିଲେ ଖାଦ୍ୟ ଅର୍ଡର କରୁ ଯାହା କି ପ୍ଲାଷ୍ଟିକରେ ହିଁ ଆସେ... ଖାଦ୍ୟର ପ୍ୟାକେଜିଂ ଠାରୁ ଆରମ୍ଭ କରି ପାଣିର, ମୃଦୁ ପାନୀୟ ଆଦି ସବୁ ଏବେ ପ୍ଲାଷ୍ଟିକ ଆଉ ପଲିଥିନରେ ଆସୁଛି । ଯାହା ସହଜ ଓ ସରଳ ହେଉଥିବା ବେଳେ ଏହା କିନ୍ତୁ ମଣିଷ ଶରୀର ପ୍ରତି ବିପଦ ସାଜିଛି । ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଏହି ପ୍ଲାଷ୍ଟିକ ବୋତଲରେ ଥିବା ପାଣି ପିଇବା ଦ୍ବାରା ଲିଭର ସମସ୍ୟା ଦେଖାଦିଏ ତା ସହ ପ୍ରଜନନ କ୍ଷମତା ମଧ୍ୟ କମିଯାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପ୍ଲାଷ୍ଟିକ ବୋତଲରେ ଥିବା ପାଣି ବି ଆମ ଦେହ ପାଇଁ ବିପଦକୁ ଡାକି ଆଣୁଛି । ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା (ନାନୋ ପ୍ଲାଷ୍ଟିକ୍‌) ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଆମେରିକାର ନ୍ୟାସନାଲ୍‌ ଏକାଡେମି ଅଫ୍‌ ସାଇନସର ଗବେଷକଙ୍କ ଏକ ଟିମ୍‌ ଦ୍ବାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ୧ ପ୍ଲାଷ୍ଟିକ୍‌ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍‌ ଅଣୁ ମିଳିଥାଏ।  ପୂର୍ବେ ପ୍ଲାଷ୍ଟିକ୍‌ ବୋତଲରେ ଯେତିକି ପ୍ଲାଷ୍ଟିକ୍‌ ରହୁଥିବା ଅନୁମାନ କରାଯାଉଥିଲା, ବର୍ତମାନ ହୋଇଥିବା ଗବେଷଣାରେ ଏହାଠାରୁ ୧୦୦ ଗୁଣ ଅଧିକ ପ୍ଲାଷ୍ଟିକ୍‌ ଖଣ୍ଡ ମିଳିଛି। ଯାହା ବିଶେଷଜ୍ଞମାନଙ୍କ ଚିନ୍ତା ବଢାଇଛି ।

ଅଧିକ ପଢନ୍ତୁ-

ବିଶ୍ବ ପରିବେଶ ଦିବସ: ପ୍ଲାଷ୍ଟିକ୍ କବଳରେ ମଣିଷ, ପ୍ଲାଷ୍ଟିକ୍ ମୁକ୍ତ ଜୀବନ ପାଇଁ ଚାଲିଛି ପ୍ରୟାସ... ଜାରି ରହିଛି ସଂଘର୍ଷ

ସେପଟେ ମଣିଷ ତା ନିଜ ଜୀବନରେ ଜାଣତରେ ହେଉ କି ଅଜାଣତରେ ପ୍ଲାଷ୍ଟିକ ସହିତ ଏତେ ଜଡିତ ହେଇଗଲାଣି ଯେ, ଚାହିଁଲେ ବି ପ୍ଲାଷ୍ଟିକକୁ ତା ବ୍ୟବହାରରୁ ଏବଂ ଜୀବନରୁ ବାହାର କରିପାରୁନି । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଠାରୁ ପ୍ଲାଷ୍ଟିକ ପ୍ଲେଟରେ ଖାଦ୍ୟ ଖାଇବା । ମଣିଷ ଏବେ ପ୍ଲାଷ୍ଟିକ ଉପରେ ଅନେକ ନିର୍ଭରଶୀଳ । ମାତ୍ର ସାବଧାନ, ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ହୋଇପାରେ ହାନିକାରକ । ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ବି ଜୀବନ ପ୍ରତି ବିପଦ ଆଣିପାରେ କାରଣ ନାନୋ ପ୍ଲାଷ୍ଟିକ ହୃଦରୋଗ ବି ସୃଷ୍ଟି କରେ ତା ସହ ପ୍ଲାଷ୍ଟିକ ବୋତଲରେ ପାଣି ହୃଦରୋଗୀଙ୍କ ପାଇଁ ବି ଅଧିକ ସମସ୍ୟା ଆଣିପାରେ ।

ଆମେରିକାର ଏକ ରିସର୍ଚ୍ଚ ସଂସ୍ଥାର କହିବା ଅନୁସାରେ ଆମ ଖାଦ୍ୟରେ, ଆମ ପାନୀୟରେ ଏବଂ ଆମ ନିଶ୍ବାସରେ ଭିତରକୁ ଯାଉଥିବା ପ୍ଲାଷ୍ଚିକ କଣିକା ହୃଦୟ ଉପରେ ବଡ ପ୍ରଭାବ ପକାଇ ବ୍ଲକେଜ୍ ଭଳି ସମସ୍ୟା ସୃଷ୍ଚି କରେ । ତେଣୁ ହୃଦରୋଗୀମାନେ ଯେତେ କମ୍ ପ୍ଲାଷ୍ଟିକ ବୋତଲରୁ ପାଣି ପିଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ପ୍ଲାଷ୍ଟିକ ବୋତଲର ପାଣି ସ୍ଲୋ ପଏଜନ ପରି ଏହା ଧିରେ ଧିରେ ଆମ ଶୀରରରେ ପ୍ରଭାବ ପକାଏ । 

ବଜାରରେ ମିଳୁଥିବା ସୁନ୍ଦର ପ୍ଲାଷ୍ଟିକ ବୋତଲର ପ୍ରଚୁର କେମିକାଲ ଓ ବ୍ୟାକ୍ଟେରିଆ ଥାଏ । ଏସବୁ ବୋତଲରୁ ଫ୍ଲୋରାଇଡ୍ ଏବଂ ଆର୍ସେନିକ ପରି ହାନିକାରକ ପଦାର୍ଥ ବାହାରେ ଯାହା ଶରୀର ପାଇଁ ସ୍ଲୋ ପଏଜନ ପରି । ପ୍ଲାଷ୍ଟିକ ବୋତଲର ପାଣି ସ୍ତନ କର୍କଟ, ଡାଏବେଟିସ, ମେଦବହୁଳତା, ଲିଭର କ୍ୟାନ୍ସର, ମାଇଗ୍ରାନ ପରି ସମସ୍ୟା ସୃଷ୍ଚି କରେ । 

ପ୍ଲାଷ୍ଟିକକୁ କୁହନ୍ତୁ ନା

-ଯେତେ ସମ୍ଭବ ପ୍ଲାଷ୍ଟିକ ବୋତଲର ପାଣି ଠାରୁ ଦୂରେଇ ରୁହନ୍ତୁ 
-ମାଟି ପାତ୍ର କିମ୍ବା କାଚ ବୋତଲରୁ ପାଣି ପିଅନ୍ତୁ
-ପ୍ଲାଷ୍ଟିକ ଛାଡି ଷ୍ଟିଲ ପାତ୍ରରେ ପାଣି ପିଇବା ଅଭ୍ୟାସ କରନ୍ତୁ
-ପାଣିକୁ ଫିଲଟର କରି ପିଅନ୍ତୁ
-ତାଜା ଆଉ ଘରେ ରନ୍ଧା ଖାଦ୍ୟ ଖାଆନ୍ତୁ
-ଯେତେ ଦୂର ପାରୁଛନ୍ତି ପ୍ଲାଷ୍ଟିକ ପ୍ୟାକେଟର ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ
-ଲୋକଙ୍କୁ ପ୍ଲାଷ୍ଟିକର ଭୟାବହତା ବାବଦରେ ବୁଝାନ୍ତୁ
-ନିଜେ ସତେଚନ ରୁହନ୍ତୁ, ଅନ୍ୟକୁ ସଚେତନ କରାନ୍ତୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe