ମକର ସଂକ୍ରାନ୍ତିରେ ଦେବ ମନ୍ଦିରମାନଙ୍କରେ ‘ମକର ଚାଉଳ’ ଭୋଗ ହୋଇଥାଏ। ଏହା ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ସେହିଦିନର ଭୋଗ। ଏହାର ସୁନ୍ଦର ବର୍ଣ୍ଣନା ‘ସ୍କନ୍ଦପୁରାଣ-ଉତ୍କଳଖଣ୍ଡ’ରେ ଅଛି। ତାହାର ୪୨ ଅଧ୍ୟାୟର ୧୯ରୁ ୨୭ ଶ୍ଳୋକ ମଧ୍ୟରେ ଏହି ବର୍ଣ୍ଣନା ରହିଛି। ତାହା ଅନୁସାରେ- ପୂର୍ବରୁ ଅଧିବାସ ହୋଇଥିବା ଚାଉଳ ସହିତ, ଦହି, ଖଣ୍ଡ (ନବାତ) ଓ ଘିଅ ମିଶାଇ ସେଥିରେ ଖଣ୍ଡ ନଡ଼ିଆ ପକାଇବ। ତାହାକୁ ଉପଯୁକ୍ତ ଥାଳିରେ ଅଦାପତ୍ର ସହିତ ରଖି ତିନିବାର ଦେବମନ୍ଦିରକୁ ପ୍ରଦକ୍ଷିଣ କରାଇ ଦେବତାଙ୍କ ନିକଟକୁ ନେବ। ବିଧିମତେ ତାହାକୁ ଦେବତାଙ୍କ ସମ୍ମୁଖରେ ବାଢ଼ି ଭକ୍ତି ସହିତ କହିବ- ହେ ଜଗତ୍ଗୁରୁ! ଆପଣ ସର୍ବଭୂତଙ୍କର ଜୀବନ ଓ ଜନକ। ଅତଏବ ହେ ପ୍ରଭୁ! ଏହି ଶାଳିତଣ୍ଡୁଳ ସମୂହ ଆପଣଙ୍କର ସ୍ବରୂପ ଏବଂ ଆପଣ ତାହାର ଉତ୍ପାଦକ। ହେ ପରମେଶ୍ବର! ଏବେ ଲୋକକଲ୍ୟାଣ ନିମନ୍ତେ ବିଚିତ୍ର ଶରୀର ଧାରଣ କରିିଥିବା ଆପଣଙ୍କର ପ୍ରୀତିପାଇଁ ସଂଗ୍ରହ କରାଯାଇଥିବା ଏହି ଶାଳିତଣ୍ଡୁଳକୁ ଗ୍ରହଣ କରନ୍ତୁ!
Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍
କେବଳ ଏତିକି ନୁହେଁ, ଏହା ମଧ୍ୟ କହିବ- ହେ ନାଥ! ଏହି ଅନ୍ନଦ୍ବାରା ଆପଣ ସନ୍ତୁଷ୍ଟ ହେଲେ ଅଖିଳ ଜଗତ ସେହି ଅନ୍ନରସରେ ବଳଶାଳୀ ହେବେ। ଯେପରି ସ୍ବାହାକାର, ସ୍ବଧାକାର ଓ ବଷଟ୍କାର ପ୍ରଭୃତି ସ୍ବର୍ଗବାସୀ ଦେବତାମାନଙ୍କର ତୃପ୍ତିସାଧନ କରନ୍ତି, ଏବଂ ସେମାନଙ୍କ ଦ୍ବାରା ସମସ୍ତ ଜଗତ୍ ଆପ୍ୟାୟିତ ହୁଏ, ସେହିପରି, ହେ ଜଗନ୍ନାଥ! ଆପଣ ଆତ୍ମରୂପ ସ୍ବରୂପ ଏହି ଚରାଚର ଜଗତ୍କୁ ରକ୍ଷା କରନ୍ତୁ!
ଏ ପ୍ରସଙ୍ଗରେ ନିର୍ଦ୍ଦେଶ ଅଛି- ଏହିପରି ପ୍ରାର୍ଥନା କରି ଦେବଦେବଙ୍କୁ ସେହି ଶାଳିତଣ୍ଡୁଳ ସମୂହକୁ ନିବେଦନ କରିବ। ତାହା ପରେ ସେଥିସହିତ କର୍ପୂର ଓ ମରିଚଚୂର୍ଣ୍ଣ ଆଦି ମିଶ୍ରିତ କରିବ। ତା’ ସହିତ ଅନ୍ୟାନ୍ୟ ଭକ୍ଷ୍ୟ ଓ ଭୋଜ୍ୟ ଆଦି ଦଧିକୁମ୍ଭ ସମୂହକୁ ନିବେଦନ କରି, ବ୍ରାହ୍ମଣ ଆଦିଙ୍କୁ ଭକ୍ତି ସହିତ ଭୋଜନ କରାଇବ। ଏହା ମକରସଂକ୍ରାନ୍ତିରେ ମକର ଚାଉଳ ଭୋଗ ଓ ସେହି ଭୋଗ ଭୋଜନର ଶାସ୍ତ୍ର ନିର୍ଦ୍ଦେଶିତ ବିଧି। ଏହା ମଧ୍ୟ ମକରଚାଉଳ ଭୋଗର ମହତ୍ତ୍ବ।
Annual Function: ନାଳନ୍ଦା ପବ୍ଲିକ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
Follow Us