ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ରାସ୍ତାପାର୍ଶ୍ବରେ ଜଣେ ମହିଳାଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି। ଏହି ମୂର୍ତ୍ତିର ସ୍ବତନ୍ତ୍ରତା ହେଉଛି ଏଥିରେ ଅଛି ଜୀବନ। ପେଟ ଚାଖଣ୍ଡକ ପାଇଁ ମହିଳା ଜଣକ ରୁପେଲି ରଙ୍ଗରେ ସଜେଇ ହୋଇ ଅବିକଳ ମୂର୍ତ୍ତି ପରି ନୀରବ ନିଶ୍ଚଳ ହୋଇ ରାସ୍ତାପାର୍ଶ୍ବରେ ବସି ରହିଛନ୍ତି। ଉକ୍ତ ରାସ୍ତା ଦେଇ ଯାଉଥିବା ପ୍ରତିଟି ପଥଚାରୀଙ୍କ ପାଦ ଉକ୍ତ ମହିଳାଙ୍କୁ ଦେଖିବା ପରେ ଆପଣାଛାଏଁ ଅଟକି ଯାଉଥିଲା। ଭାବିବାକୁ ବାଧ୍ୟ ହେଉଥିଲେ ନିଶ୍ବାସପ୍ରଶ୍ବାସ ଚାଲୁଥିବା ମଣିଷ ଜଣକ ମୂର୍ତ୍ତି ଭଳି କିଭଳି ଘଣ୍ଟାଘଣ୍ଟା ବସି ରହି ପାରୁଛନ୍ତି।

Advertisment

ଅଧିକପଢ଼ନ୍ତୁ: ତାର ହଟିବ ପବନରେ ସଂଯୋଗ ହେବ ବିଜୁଳି

ଜୀବନ୍ତ ପ୍ରତିମା କଳା

ପ୍ରକୃତରେ ଏହି ପ୍ରକାରର ପ୍ରଦର୍ଶନକୁ ଜୀବନ୍ତ ପ୍ରତିମା କଳା କୁହାଯାଏ। ଯେଉଁଥିରେ କଳାକାରମାନେ ମୂର୍ତ୍ତି ପରି ରାସ୍ତାପାର୍ଶ୍ବରେ ଠିଆ ହୋଇଥାନ୍ତି। ଯେତେବେଳେ ଦର୍ଶକମାନେ ତାଙ୍କ ପାଖକୁ ଆସନ୍ତି କିମ୍ବା କିଛି ମୁଦ୍ରା ପ୍ରଦାନ କରନ୍ତି ସେତେବେଳେ କଳାକାରମାନେ ସାମାନ୍ୟ ଗତିଶୀଳ ହୋଇଥାଆନ୍ତି। ଯାହାକୁ ଦେଖିବାକୁ ଦର୍ଶକମାନେ ଖୁବ ଉତ୍ସାହିତ ହୋଇପଡ଼ିଥାଆନ୍ତି।  ଏହି  କଳା ଲଣ୍ଡନ, ପ୍ୟାରିସ, ବାର୍ସିଲୋନା ଏବଂ ରୋମ ଭଳି ସହରରେ ଖୁବ ଲୋକପ୍ରିୟ। ଏହାକୁ କଳା ଏବଂ ମନୋରଞ୍ଜନର ଏକ ପ୍ରକାର ଭାବରେ ବିବେଚନା କରାଯାଏ। ଅନେକ କଳାକାର ଏଥିରୁ ଏକ ସମ୍ମାନଜନକ ଆୟ କରନ୍ତି। କିଛି ଦେଶରେ ଏହି କଳା ପାଇଁ ଲାଇସେନ୍ସ ଥିବା ବେଳେ ପ୍ରଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଏବଂ ସମୟ ଧାର୍ଯ୍ୟ କରାଯାଇଛି। 

https://www.instagram.com/reels/DSuJrhlEcyH/

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ ବୃତ୍ତିଗତ କଳାକାର କି? ବାଧ୍ୟବାଧକତା ଯୋଗୁଁ ଏଭଳି ଅଭିନୟ କରୁଛନ୍ତି ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ଅଧିକପଢ଼ନ୍ତୁ:ପ୍ରଶିକ୍ଷଣ ବିନା ଆଙ୍କୁଛନ୍ତି ସୁନ୍ଦର ଚିତ୍ର: ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ସ୍ମୃତି