ଗାଁପଞ୍ଚାୟତ ଅଫିସ୍ର ଚାବି ଗ୍ରହଣ କରିବା ବେଳେ ଏହାକୁ ପଦବି ଅଥବା ସମ୍ମାନ ବୋଲି ନ ଭାବି ଗୁରୁଦାୟିତ୍ବ ବୋଲି ବିବେଚନା କରିଥିଲେ ସାକ୍ଷୀ। ଉତ୍ତରାଖଣ୍ଡର ପୌଡ଼ୀ ଗଢ଼ୱାଲ୍ ଜିଲ୍ଲାରେ ଅବସ୍ଥିତ କୁଇ ଗାଁର ୨୨ ବର୍ଷୀୟା ସାକ୍ଷୀ ରାୱତ୍। ବାୟୋଟେକ୍ନୋଲଜିରେ ବିଟେକ୍ ପାସ୍ କରିଥିବା ଜେନ୍ ଜି ପିଢ଼ିର ତରୁଣୀ ସାକ୍ଷୀ ଚାକିରିକୁ କ୍ୟାରିୟର୍ ଭାବେ ଚୟନ ନକରି ନିଜ ଗାଁ’ର ବିକାଶକୁ ଜୀବନର ଲକ୍ଷ୍ୟ ବୋଲି ବିବେଚନା କରିଥିଲେ। ସୁଶିକ୍ଷିତା ସାକ୍ଷୀ ଇଚ୍ଛା କରିଥିଲେ ଦେଶର କୌଣସି ବଡ଼ ସହରରେ ସମ୍ମାନଜନକ ବେତନ ପାଇ ଚାକିରି କରିପାରିଥାଆନ୍ତେ। କିନ୍ତୁ, ପାଠପଢ଼ା ସାରି ସେ ଆପଣା ଜନ୍ମମାଟିକୁ ବାହୁଡ଼ି ଆସିଲେ। ଉଦ୍ଦେଶ୍ୟ ଥିଲା ନୂଆ ନୂଆ କୌଶଳ ପ୍ରୟୋଗକରି ଗାଁଭାଇଙ୍କ ଭବିଷ୍ୟତ ଜୀବନଧାରାକୁ ସମୃଦ୍ଧ କରିବା। ବିଦ୍ୟା ହାସଲ କରିବା ଲାଗି ସେ ଯେମିତି କଠୋର ପରିଶ୍ରମ ଓ ଉଚ୍ଚାଭିଳାଷ ପୋଷଣ କରିଥିଲେ ଗାଁଭୂଇଁର ଉନ୍ନତି ନିମନ୍ତେ ସେହିପରି ନିଷ୍ଠା ସହକାରେ ଉଦ୍ୟମ କରିବେ। ପରିବାର ଲୋକଙ୍କର, ବିଶେଷକରି ବାପାଙ୍କର ପୂର୍ଣ୍ଣ ସମର୍ଥନ ପାଇ ଗ୍ରାମପ୍ରଧାନ ହେବା ନିମନ୍ତେ ନିର୍ବାଚନ ଲଢ଼ି ବିଜୟୀ ହେବା ସାକ୍ଷୀଙ୍କ ଜୀବନକୁ ନୂଆ ମୋଡ଼ ଦେଇଛି।
Earthquake In Iran: ଇରାନରେ ୪ ଦିନରେ ୨ଟି ଶକ୍ତିଶାଳୀ ଭୂମିକମ୍ପ
ଏ ନିଷ୍ପତ୍ତି ହେଉଛି ସାକ୍ଷୀଙ୍କ ଦୃଢ଼ ଆତ୍ମବିଶ୍ବାସର ପ୍ରତିଫଳନ। ନିର୍ବାଚନ ଜିଣିବା ତାଙ୍କ ନିମନ୍ତେ କୃତିତ୍ବ ନୁହେଁ; ଗ୍ରାମୀଣ ଶାସନ ପରିଚାଳନା ଭାର ଗ୍ରହଣ କରିବା ଲାଗି ଭାରତୀୟମାନଙ୍କ ନୂତନ ପିଢ଼ି ଯେ ପ୍ରସ୍ତୁତ- ଏହା ତା’ର ସଙ୍କେତ। ବାୟୋଟେକ୍ନୋଲଜିରେ ସାକ୍ଷୀଙ୍କ ଜ୍ଞାନ ଗ୍ରାମ ଶାସନ ପରିଚାଳନାରେ ପ୍ରତ୍ୟକ୍ଷ ସହାୟକ ହେବନାହିଁ। କିନ୍ତୁ, ଏ ବିଦ୍ୟାରୁ ଲବ୍ଧ ଜ୍ଞାନ ବଳରେ କିଛି ସୁବିଧା ବି ହାସଲ କରିହେବ ବୋଲି ସାକ୍ଷୀଙ୍କର ଧାରଣା। କୁଇ ଗ୍ରାମର ଅର୍ଥନୀତି ଓ ଜୀବିକା ଉପାର୍ଜନ ଧାରାର ଆଧୁନିକୀକରଣ କରିବା ମାନସରେ ସାକ୍ଷୀ ଶାସନ ପରିଚାଳନା କ୍ଷେତ୍ରରେ ସୁସଂଗଠିତ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଜଟିଳ ସମସ୍ୟାଗୁଡ଼ିକୁ ସରଳ କରିବା ଓ ସମସ୍ୟା ସମାଧାନ ଦକ୍ଷତା ଆଦି କ୍ଷମତା ତାଙ୍କୁ ଉକ୍ତ ବିଦ୍ୟାରୁ ହିଁ ମିଳିଛି।
ତାଙ୍କର ଅନ୍ୟତମ ପ୍ରଧାନ ଲକ୍ଷ୍ୟ ହେଉଛି କର୍ମସଂସ୍ଥାନ ଅନ୍ବେଷଣ ନିମନ୍ତେ ଗ୍ରାମଛଡ଼ା ହେଉଥିବା ତରୁଣଙ୍କୁ ଅଟକାଇବା। ଉପାର୍ଜନ ନିମନ୍ତେ ବିଦେଶୀ ଫଳଚାଷ ଏବଂ ବିଭିନ୍ନ କିସମ ଫୁଲଚାଷ କରିବା ନିମନ୍ତେ ସେ କୃଷକମାନଙ୍କୁ ପ୍ରବର୍ତ୍ତାଉଛନ୍ତି। ଏହାଦ୍ବାରା ଗାଁ’ର ଦକ୍ଷତା ଓ ଶକ୍ତି ଗାଁ’ରେ ରହିପାରିବ। ସେ କହନ୍ତି- କୃଷିକ୍ଷେତ୍ର ହିଁ ଦୀର୍ଘସ୍ଥାୟୀ କର୍ମସଂସ୍ଥାନ ସୃଷ୍ଟି କରିପାରିବ ଏବଂ ଯୁବଗୋଷ୍ଠୀଙ୍କୁ ନିଶ୍ଚୟ ଏ ଅଞ୍ଚଳରେ ଅଟକାଇ ରଖିବ।
ତା’ଛଡ଼ା ପିଲାଙ୍କ ପଢ଼ା ପାଇଁ ଉନ୍ନତ ସ୍କୁଲ୍ ବ୍ୟବସ୍ଥା, ଡିଜିଟାଲ୍ ସୁବିଧା ସମ୍ପ୍ରସାରଣ ଭଳି ଭିତ୍ତିଭୂମି ଉନ୍ନତ କରିବା ଲାଗି ମଧ୍ୟ ସେ ପ୍ରତିବଦ୍ଧ ହୋଇଛନ୍ତି। ଏଥିସହ ମହିଳାମାନଙ୍କୁ ଗ୍ରାମ ସମ୍ବନ୍ଧୀୟ ନିଷ୍ପତ୍ତି ଗ୍ରହଣରେ ସମ୍ପୂର୍ଣ୍ଣ ସଂଶ୍ଳିଷ୍ଟ କରିବା କ୍ଷେତ୍ରରେ ବି ସେ ବିଶେଷ ଧ୍ୟାନ ଦେଉଛନ୍ତି। ତାଙ୍କର ମନେହୁଏ ଏ ସବୁ ପଦକ୍ଷେପ ଧୀରେ ଧୀରେ ଉନ୍ନତିର ଗୋଟାଏ ସନ୍ତୁଳିତ ଓ ସ୍ଥାୟୀ ଆଦର୍ଶ ହୋଇପାରିବ।
Weekly Horoscope 2026 March 8 To 14: ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଜନ୍ମିଥିବା ସ୍ଥାନ ନିମନ୍ତେ ଭଲ କାମ ଓ ଗାଁ ଭିତରେ ରୋଜଗାର ଉତ୍ସ ସୃଷ୍ଟିକରିବା- ଏଇ ଚିନ୍ତାଧାରା ହିଁ ତାଙ୍କୁ ସର୍ବସାଧାରଣଙ୍କ ଜୀବନ ପରିସରରେ ପ୍ରବେଶ କରାଇଥିଲା। ଆଉ ସେ ନିର୍ବାଚନ ଜିଣି ହେଲେ ଭାରତର ସର୍ବକନିଷ୍ଠା ଗ୍ରାମପ୍ରଧାନ। ବୟୋଜ୍ୟେଷ୍ଠ ଓ ଅଭିଜ୍ଞମାନଙ୍କ ନିମନ୍ତେ ନେତୃତ୍ବ ସଂରକ୍ଷିତ ବୋଲି ଯେଉଁ ପୁରୁଣାକାଳିଆ ଧାରଣା ରହିଆସିଛି, ସାକ୍ଷୀଙ୍କ ନିର୍ବାଚନ ବିଜୟ ସେଥିପ୍ରତି ଗୋଟାଏ ଆହ୍ବାନ। ଗ୍ରାମପ୍ରଧାନ ଅଫିସ୍ରେ ବସି ସେ ଦର୍ଶାଇ ଦେଇଛନ୍ତି ଯେ ଦୂରଦୃଷ୍ଟି, ପ୍ରତିବଦ୍ଧତା ଓ ଜ୍ଞାନକୁ ରୋକିପାରିବ ନାହିଁ ବୟୋଜ୍ୟେଷ୍ଠତା।
ସାକ୍ଷୀ ଏ ଦାୟିତ୍ବ ବହନ କରିବାର ପ୍ରାୟ ୮ ମାସ ଅତିବାହିତ ହୋଇଗଲାଣି। ଏତିକି ସମୟରେ ସେ ତାଙ୍କ ଯୋଜନାଗୁଡ଼ିକର ଅୟମାରମ୍ଭ କରିଛନ୍ତି ମାତ୍ର; କିନ୍ତୁ ତାଙ୍କ ଗାଁ’ର ଭବିଷ୍ୟତ ଯେ ଭିନ୍ନ ଧରଣର ହେବ, ତାହା ଏବେଠୁ ଜଳ ଜଳ ହୋଇ ଦିଶିଲାଣି। ସାକ୍ଷୀଙ୍କ ଦ୍ବାରା ପରିଚାଳିତ ନୂତନ ଆଦର୍ଶ ଶାସନ ଲୋକମୁଖୀ, ପ୍ରଗତିଶୀଳ ଓ ସମଷ୍ଟିଗତ ବୋଲି ଗ୍ରାମବାସୀମାନେ ଦୃଢ଼ନିଶ୍ଚିତ ହୋଇସାରିଲେଣି। ତରୁଣମାନଙ୍କ ଦୃଷ୍ଟିରେ ନେତୃତ୍ବ କ’ଣ? ସାକ୍ଷୀ ହିଁ ତା’ର ଦୃଷ୍ଟାନ୍ତ ବୋଲି କୁଇ ଗ୍ରାମବାସୀଙ୍କର ଧାରଣା। ସାକ୍ଷୀ ପ୍ରମାଣ କରିଦେଇଛନ୍ତି ଯେ ଜନଗଣଙ୍କ ନିମନ୍ତେ କାର୍ଯ୍ୟ କରିବା ଲାଗି କୌଣସି ବୟସସୀମା ନଥାଏ ଏବଂ ଅତି ତରୁଣ ବୟସରେ ବି ଗୁରୁଦାୟିତ୍ବ ବହନ କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/03/08/dgjgjjgcbn-2026-03-08-00-11-23.jpg)