Long live life: ଜୀବନ ଜିନ୍ଦାବାଦ୍‌: ହାତରେ ନୁହେଁ ସ୍ବାଦ ଥାଏ ସ୍ବପ୍ନରେ

Advertisment

କଥାରେ ଅଛି, ଅସଲ ସ୍ବାଦ ରାନ୍ଧିବା ଲୋକର ହାତରେ ଥାଏ! ବର୍ଷ ବର୍ଷ ଧରି ପ୍ରଚଳିତ ‌ଏହି କଥାଟି ବି ଫିକା ପଡ଼ିଯାଏ ତାଙ୍କୁ ଦେଖିବା ପରେ। ବିନା ହାତରେ ବି ସେ ତିଆରି ପାରନ୍ତି ପାଟିରୁ ଲାଳ ବୁହାଇଦେବା ପରି ସ୍ବାଦିଷ୍ଠ ବ୍ୟଞ୍ଜନ।

କଥାରେ ଅଛି, ଅସଲ ସ୍ବାଦ ରାନ୍ଧିବା ଲୋକର ହାତରେ ଥାଏ! ବର୍ଷ ବର୍ଷ ଧରି ପ୍ରଚଳିତ ‌ଏହି କଥାଟି ବି ଫିକା ପଡ଼ିଯାଏ ତାଙ୍କୁ ଦେଖିବା ପରେ। ବିନା ହାତରେ ବି ସେ ତିଆରି ପାରନ୍ତି ପାଟିରୁ ଲାଳ ବୁହାଇଦେବା ପରି ସ୍ବାଦିଷ୍ଠ ବ୍ୟଞ୍ଜନ।

fshfshfhvbxvxbv

କଥାରେ ଅଛି, ଅସଲ ସ୍ବାଦ ରାନ୍ଧିବା ଲୋକର ହାତରେ ଥାଏ! ବର୍ଷ ବର୍ଷ ଧରି ପ୍ରଚଳିତ ‌ଏହି କଥାଟି ବି ଫିକା ପଡ଼ିଯାଏ ତାଙ୍କୁ ଦେଖିବା ପରେ। ବିନା ହାତରେ ବି ସେ ତିଆରି ପାରନ୍ତି ପାଟିରୁ ଲାଳ ବୁହାଇଦେବା ପରି ସ୍ବାଦିଷ୍ଠ ବ୍ୟଞ୍ଜନ। ଶତ ଯନ୍ତ୍ରଣାକୁ ଫୁ କର‌ିଦେଇ, ଜୀବନକୁ ସଲାମ୍‌ କରନ୍ତି ସେ ଓଠରେ ଧାରେ ହସ ଖେଳାଇ। ଜୀବନ ତ ଅନେକ ପରୀକ୍ଷା ନିଏ। ହେଲେ ସବୁ ଆହ୍ବାନକୁ ଗ୍ରହଣକରି ଆଗକୁ ବଢ଼ିବାକୁ ପଣ କରିଥିବା ବ୍ୟକ୍ତି ହିଁ ପ୍ରକୃତ ଯୋଦ୍ଧା। ଦେଶର ଏକ ଜଣାଶୁଣା ଘରୋଇ ‌େଟଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ହେଉଥିବା ‘ମାଷ୍ଟର୍‌ ସେଫ୍‌ ଇଣ୍ଡିଆ’ ପ୍ରତିଯୋଗିତାର ନବମ ଅଧ୍ୟାୟରେ ଭାଗନେଇ ଜନଗଣଙ୍କ ଦୃଷ୍ଟିକୁ ଆସିଥିବା ପ୍ରତିଯୋଗୀ ରତନ ତମାଙ୍ଗ ହେଉଛନ୍ତି ଏହାର ଏକ ଜ୍ବଳନ୍ତ ଉଦାହରଣ। ଯିଏକି ପଛରୁ ଏକ ଶକ୍ତ ଧକ୍କା ପାଇ ପଡ଼ିଯାଆନ୍ତି ସତ, କିନ୍ତୁ ସହସା ଝାଡ଼ିଝୁଡ଼ି ହୋଇ ଉଠିପଡ଼ନ୍ତି। ପୁଣି ଆକାଶକୁ ମୁହଁକରି ଜହ୍ନକୁ ଛୁଇଁବାର ସାହସ ବାନ୍ଧିପାରନ୍ତି।

ED vs Mamata controversy: ଇଡି ବନାମ ମମତା ବିବାଦ ତେଜିଲା: ଏବେ ସୁପ୍ରିମ୍‌କୋର୍ଟରେ ଲଢ଼େଇ, ପ୍ରମାଣ ଚୋରି ଅଭିଯୋଗରେ ମାମଲା ଦାୟର କଲା ଇଡି

ଏକଦା ପୃଥିବୀକୁ ଅଜଣା ଥିବା ରତନ ଏବେ ଘରେ ଘରେ ପ୍ରେରଣାର ପ୍ରତିରୂପ ପାଲଟିଛନ୍ତି। ତାଙ୍କର ଭିଡିଓ ବର୍ତ୍ତମାନ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁ ଭିଡିଓରେ ହାତ ନଥିବା ରତନଙ୍କ ରାନ୍ଧଣା ଦକ୍ଷତା ବିଚାରକ, ପ୍ରତିଦ୍ବନ୍ଦ୍ବୀ ଓ ଦର୍ଶକଙ୍କୁ ଆଚମ୍ବିତ କରିଛି। ନେପାଳର କାଠମାଣ୍ଡୁର ବାସିନ୍ଦା ରତନଙ୍କ ଜୀବନ କାହାଣୀ ଆପଣଙ୍କୁ ଏକ ସିନେମାର ସ୍କ୍ରିପ୍ଟ୍‌ ପରି ଲାଗିପାରେ। ଜୀବନ ଦେଇଥିବା ଯନ୍ତ୍ରଣାକୁ ସେ କିପରି ଶୀତୁଆ ସକାଳର ଚା’ ଢୋକ ପରି ପିଇଦେଇଛନ୍ତି, ତାହା ନିଶ୍ଚିତ ଚକିତ କରିବ।

ଜଣେ ସେଫ୍‌ ଭାବେ କାମ କରୁଥିବା ରତନ ୨୦୧୫ ମସିହାରେ ହାତରେ ଗୁରୁତର ବିଦ୍ୟୁତ୍‌ଘାତର ଶିକାର ହୁଅନ୍ତି। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ରତନଙ୍କର ଦୁଇଟିଯାକ ହାତ କାଟିବାକୁ ପଡ଼େ। ଚଉଦିଗ ଅନ୍ଧାର ଦିଶେ ତାଙ୍କୁ। କ’ଣ କରିବେ? କେମିତି ପୋଷିବେ ପାଞ୍ଚପ୍ରାଣୀ କୁଟୁମ୍ବ? ତାଙ୍କୁ ଦିଶିଯାଏ ତିନିଟି ରାସ୍ତା। ପ୍ରଥମେ ସେ ଜୀବନ ହାରିବାକୁ ଭାବନ୍ତି। ହେଲେ ଦୃଢ଼ ମନୋବଳ ଏ ରାସ୍ତା ଆପଣାଇବାକୁ ବାଧାଦିଏ। ତା’ପରେ ସେ ଭାବନ୍ତି ଭିକ୍ଷାବୃତ୍ତି କରିବେ। ମାତ୍ର ତାଙ୍କ ସ୍ବାଭିମାନ ତାଙ୍କୁ ବାରଣ କରେ। ତୃତୀୟ ଭାବନାଟି ହିଁ ତାଙ୍କ ଜୀବନର ଗତି ବଦଳାଇ ଦିଏ। ସେ ଶିଖିଥିବା କଡ଼େଇ ଉପରେ ଖଡ଼ିକା ବୁଲାଇବା କଳା ତାଙ୍କୁ ଶକ୍ତ କରେ। ପରିଶେଷରେ ସମସ୍ୟାକୁ ଛୋଟ ଓ ନିଜ ଆତ୍ମବିଶ୍ବାସକୁ ବଡ଼ ବୋଲି ଭାବନ୍ତି ରତନ।

ଯେଉଁ ହାତରେ ସେ ନଅତିଅଣ-ଛଅଭଜା କରୁଥିଲେ, ସେ ହାତ ଚାଲିଗଲା। ହେଲେ ରୋଷେଇ ପ୍ରତି ତାଙ୍କର ନିଶା ମନ ଭିତରେ ପୁଣି ଉଙ୍କି ମାରିଲା। ମନ ଦୃଢ଼କଲେ। ନିଜର ଭଙ୍ଗାହାତର ବାହୁରେ ଏକ କୃତ୍ରିମ ହୁକ୍‌ ଲଗାଇଲେ। ତାହାରି ସାହାଯ୍ୟରେ ପରିବା କାଟିବାରୁ ନେଇ କଡ଼େଇରେ ଭଜାଭଜି କରିବା ଓ ପରିବେଷଣ କରିବା ଆଦି ସମସ୍ତ କାର୍ଯ୍ୟକଲେ। କଷ୍ଟ ତ ନିଶ୍ଚୟ ଥିଲା, ହେଲେ ତାଙ୍କ ମନୋବଳ ଆଗରେ ସେ କଷ୍ଟ ବି ଫିକା ପଡ଼ିଲା। ସମୟକ୍ରମେ ସୋସିଆଲ୍‌ ମିଡିଆରେ ନିଜ ରାନ୍ଧଣାର ଭିଡିଓ ପୋଷ୍ଟ୍‌ କରିବା ଆରମ୍ଭକଲେ ରତନ। ଲୋକ ତାଙ୍କ ଭିଡିଓକୁ ପସନ୍ଦ କଲେ। କୋଟି କୋଟି ଲୋକଙ୍କ ପାଇଁ ସେ ପ୍ରେରଣା ବନିଲେ। ସୋସିଆଲ୍‌ ମିଡିଆ କଣ୍ଟେ୍‌ଣ୍ଟ କ୍ରିଏଟର୍‌ ହେଲେ। ସେଥିରୁ ରୋଜଗାର କରିବା ଆରମ୍ଭ କଲେ। ଧୀରେ ଧୀରେ ରୋଜଗାର ବି ବଢ଼ିଲା।

Sand Smuggling: ମାଲେମାଲ ବାଲି ମାଫିଆ, ପ୍ରଶାସନ ନୀରବ

ରତନ ଆହୁରି ଲୋକପ୍ରିୟ ହେଲେ ମାଷ୍ଟର୍‌ ସେଫ୍‌ ଇଣ୍ଡିଆର ଅଡିସନ୍‌କୁ ଆସି। ‘ହୁକ୍‌’ ଲଗା ହାତରେ ନୁଡୁଲ୍ସ ତିଆରି କରି ବିଚାରକଙ୍କୁ ପରଷିବା ବେଳର ଦୃଶ୍ୟ କୋଟି ହୃଦୟ ଜିଣିଲା। ତାଙ୍କର ରାନ୍ଧଣା କୌଶଳ ଓ ପ୍ରଦର୍ଶନ ଶୈଳୀ ବି ସଭିଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କଲା। ତାଙ୍କର ଗଭୀର ଆତ୍ମବିଶ୍ବାସ ବିଚାରକମାନଙ୍କୁ ଭାବପ୍ରବଣ କରାଇଦେଲା। ସେମାନେ ତାଙ୍କୁ ଅତ୍ୟନ୍ତ ଆନନ୍ଦର ସହ ଚୟନ କଲେ। କେବଳ ସେତିକି ନୁହେଁ, ସେଫ୍‌ ରଣବୀର ବ୍ରାର୍‌ ଖୁସି ହୋଇ କହିଥିଲେ, ‘‘ଆଜି ଆପଣ ପ୍ରମାଣିତ କରିଦେଲେ ଯେ ସ୍ବାଦ ହାତରେ ନୁହେଁ, ରୋଷଇ କରୁଥିବା ଲୋକର ସ୍ବପ୍ନରେ ଥାଏ।’’ ରତନଙ୍କ ଜୀବନ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ସେ ପ୍ରମାଣିତ କରିଛନ୍ତି ଯେ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧାବିଘ୍ନ ତୁଚ୍ଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe