Long live life: ଜୀବନ ଜିନ୍ଦାବାଦ୍‌: ଦିନବେଳା କାମ, ରାତି ହେଲେ ରାପର୍‌

Advertisment

ଜନାକୀର୍ଣ୍ଣ ରାସ୍ତାରୁ ନେଇ ଅଟୋଷ୍ଟାଣ୍ଡ୍‌ ଆଉ ସାମାଜିକ ଗଣମାଧ୍ୟମରୁ ନେଇ ଗଳିମୁଣ୍ଡ; ସମ୍ପ୍ରତି ଜବଲ୍‌ପୁରର ସବୁଠି ଶୁଣିବାକୁ ମିଳୁଛି ବୁନ୍ଦେଲ୍‌ଖଣ୍ଡୀ ରାପ୍‌। ସ୍ଥାନୀୟ କଥିତ ଭା‌ଷାରେ ଦୈନନ୍ଦିନ ଜୀବନ-ଜଞ୍ଜାଳର କଥାବ୍ୟଥା ବଖାଣୁଥିବା....

ଜନାକୀର୍ଣ୍ଣ ରାସ୍ତାରୁ ନେଇ ଅଟୋଷ୍ଟାଣ୍ଡ୍‌ ଆଉ ସାମାଜିକ ଗଣମାଧ୍ୟମରୁ ନେଇ ଗଳିମୁଣ୍ଡ; ସମ୍ପ୍ରତି ଜବଲ୍‌ପୁରର ସବୁଠି ଶୁଣିବାକୁ ମିଳୁଛି ବୁନ୍ଦେଲ୍‌ଖଣ୍ଡୀ ରାପ୍‌। ସ୍ଥାନୀୟ କଥିତ ଭା‌ଷାରେ ଦୈନନ୍ଦିନ ଜୀବନ-ଜଞ୍ଜାଳର କଥାବ୍ୟଥା ବଖାଣୁଥିବା....

fshfhsfhsbxvbvbv

ଜନାକୀର୍ଣ୍ଣ ରାସ୍ତାରୁ ନେଇ ଅଟୋଷ୍ଟାଣ୍ଡ୍‌ ଆଉ ସାମାଜିକ ଗଣମାଧ୍ୟମରୁ ନେଇ ଗଳିମୁଣ୍ଡ; ସମ୍ପ୍ରତି ଜବଲ୍‌ପୁରର ସବୁଠି ଶୁଣିବାକୁ ମିଳୁଛି ବୁନ୍ଦେଲ୍‌ଖଣ୍ଡୀ ରାପ୍‌। ସ୍ଥାନୀୟ କଥିତ ଭା‌ଷାରେ ଦୈନନ୍ଦିନ ଜୀବନ-ଜଞ୍ଜାଳର କଥାବ୍ୟଥା ବଖାଣୁଥିବା ଏହି ରାପ୍‌ ଶୁଣି ଏବେ ମତୁଆଲା ହେଉଛନ୍ତି ଯୁବବର୍ଗ। ନିଜସ୍ବ ପରିଚୟ ସୃଷ୍ଟି କରିପ‌ାରିଥିବା ଏ ଦେଶୀ ସଂଗୀତର ଅଭ୍ୟୁତ୍ଥାନରେ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ନଗରୀର ତରୁଣଗୋଷ୍ଠୀ।

Nimapara Mahotsav: ୨୫ତମ ନିମାପଡ଼ା ମହୋତ୍ସବ ଉଦଯାପିତ: ମନ ମୋହିଲା ଅଭିଜିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ, ମତୁଆଲା ହେଲେ ହଜାର ହଜାର ଦର୍ଶକ...

ଜବଲ୍‌ପୁରର ୫୦ ସରିକି ତରୁଣ ଏ ନୂଆ ସଂଗୀତ ଧାରାକୁ ଲୋକପ୍ରିୟ କରାଉଛନ୍ତି। ସେମାନେ ରାପ୍‌ ମାଧ୍ୟମରେ ତୋଳି ଧରୁଛନ୍ତି ନିଜ ଜୀବନର କଥାକାହାଣୀ। କେବେ ଗାଁର ଗୌରବ ଗାଥା ତ ଆଉ କେବେ ଶ୍ରମିକଙ୍କ ଦୁଃଖଦୁର୍ଦ୍ଦଶା, ପୁଣି ନିଶାଖୋରଙ୍କୁ ତିରସ୍କାର ହେଉ କି ସାମାଜିକ ସ୍ବୀକୃତିର ପୁରସ୍କାର, ଜୀବନର ଭଲମନ୍ଦ ଦିଗକୁ ଦର୍ଶାଉଥିବା ଶବ୍ଦାବଳୀ ପାଲଟିଛି ସେମାନଙ୍କ ଗୀତର ଆଧାର। ବାସ୍ତବ ଜୀବନର ଘଟଣାବଳୀ ହିଁ ଏହି ଗୀତଗୁଡ଼ିକର ଆତ୍ମା କହିଲେ ଅତ୍ୟୁକ୍ତି ହେବନାହିଁ।
ଏ ତରୁଣ କଳାକାରମାନଙ୍କୁ କୁହାଯାଉଛି- ‘ରାପର୍‌ ମୌଡ଼ା’। ବୁନ୍ଦେଲଖଣ୍ଡୀ ଭାଷାରେ ‘ମୌଡ଼ା’ ଅର୍ଥ ଟୋକା। ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ରାପ୍‌ କେବଳ ଗୋଟାଏ କଳା ନୁହେଁ, ଉପାର୍ଜନର ମାଧ୍ୟମ ମଧ୍ୟ। କେବଳ ରୋଜଗାର ନୁହେଁ, ରାପ୍‌ ସେମାନଙ୍କୁ କଳାକାରର ପରିଚୟ ବି ଦେଉଛି। ଏହି ରାପର୍‌ଙ୍କ ମଧ୍ୟରୁ ଜଣେ ହେଲେ ଜବଲ୍‌ପୁରର ଗୋରଖପୁରନିବାସୀ ଶୁଭମ୍‌ ଯାଦବ। ବୃତ୍ତିଗତ ଭାବେ ସେ ଜଣେ ଅଟୋଚାଳକ। କିନ୍ତୁ ରାପ୍‌ ‘ଗାଓଁ ଖେଦା’ ଯୋଗୁଁ ଶୁଭମ୍‌ ଆଜି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛନ୍ତି। ଏ ଗୀତରେ ସେ ସର୍ବତ୍ର ସମ୍ମିଶ୍ରଣ କରିଛନ୍ତି ଜବଲପୁରର ବାଟଘାଟର ଆବେଗଭରା ବୁନ୍ଦେଲ୍‌ଖଣ୍ଡୀ ଶବ୍ଦ ସମ୍ଭାର। ଶୁଭମ୍‌ କହନ୍ତି, ‘‘ଲୋକେ ଜବଲ୍‌ପୁରକୁ ଗୋଟାଏ ବଡ଼ ଗାଁ ବୋଲି କହନ୍ତି। ଆମେ ଖାଲି ଗଁା ଲୋକ ନୋହୁଁ, ଆମେ ସଗ‌େର୍ବ ନିଜ ସଂସ୍କୃତି ଅଙ୍ଗୀକାର କରିଛୁ ଓ କାନ୍ଧରେ ବହନ କରିଛୁ ସ୍ବାଭିମାନ ଆଉ ଏବେ ସେସବୁକୁ ଆମେ ସଜେଇ ଦେଇଛୁ ସଂଗୀତରେ। ଏକଥା ଦର୍ଶାଇବା ଲାଗି ମୁଁ ଜବଲ୍‌ପୁର ପରିଚିତିକୁ ମୋ ଗୀତରେ ଅନ୍ତର୍ଭୁକ୍ତ କରିଛି।’’

ଶୁଭମ୍‌ଙ୍କ ରାପ୍‌ ସବୁ ‌ଶ୍ରମିକ ଶ୍ରେଣୀର ସମସ୍ୟା, ବିଶେଷତଃ ଶ୍ରମିକମାନଙ୍କର ନିଶାଖୋରୀ ଉପରେ ପର୍ଯ୍ୟବସିତ ହୋଇଥିବାରୁ ଅଚିରାତ୍‌ ଲୋକପ୍ରିୟ ହୋଇପାରିଛି। ଏ ମର୍ମରେ ସେ କହନ୍ତି, ‘‘ରାପ୍‌ ଆମକୁ ସଚ୍ଚୋଟ୍‌ ଭାବେ କହିବା ପାଇଁ ସ୍ବାଧୀନତା ଦେଇଛି। ବୁନ୍ଦେଲ୍‌ଖଣ୍ଡୀ ଭାଷାରେ ରାପ୍‌ ଗାଇବା କ୍ଳିଷ୍ଟ, କିନ୍ତୁ ଆମେ ପ୍ରୟାସ କରିଛୁ ଏବଂ ଲୋକେ ତାକୁ ସ୍ବୀକୃତି ଦେଇଛନ୍ତି।’’ କଥିତ ଭାଷା ବା ଉପଭାଷା ଏବଂ ପ୍ରାନ୍ତୀୟ ଭାଷା ସଂଗୀତକୁ ପ୍ରବେଶ କରିବା ନୂଆ ନୁହେଁ। ବଲିଉଡ୍‌ ସଂଗୀତରେ ବି ଏ ଧରଣର ଭାଷାର ବ୍ୟବହାର ଦେଖିବାକୁ ମିଳେ। ସେ ଯାହାହେଉ, ଲୋକଙ୍କ କଥିତ ଭାଷାକୁ ସମସାମିୟକ ସଂଗୀତ ଧାରାରେ ଢାଳି ତାକୁ ଲୋକମୁଖକୁ ଆଣିବା କମ୍‌ କଥା ନୁହେଁ, ଯାହା କରିଦେଖାଇଛନ୍ତି ଜବଲପୁରର ‘ରାପର୍‌ ମୌଡ଼ା’।

4007 Families Without Light: ୩୪୪ ଗାଁରେ ଅନ୍ଧାର ରାଜୁତି

ହିନ୍ଦୀ ଓ ଇଂରାଜୀ ରାପ୍‌ ଶୁଣିଶୁଣି ଜବଲ୍‌ପୁରିଆ ତରୁଣମାନେ ନିଜସ୍ବ ଶୈଳୀ ପରିକଳ୍ପନା କରିବା ସହ ଏହାକୁ ଆଦୃତ କରାଇପାରିଛନ୍ତି। ସେମାନଙ୍କ ପ୍ରଣୀତ ସଂଗୀତକୁ ସମ୍ପ୍ରତି ଅନେକେ ବୁନ୍ଦେଲ୍‌ଖଣ୍ଡୀ ହିନ୍ଦୀ ରାପ୍‌ ବୋଲି କହୁଛନ୍ତି। ସବୁଠୁ କୌତୂହଳପ୍ରଦ ଓ ବିସ୍ମୟକର କଥାଟି ହେଉଛି, ଏ ରାପର୍‌ମାନଙ୍କ ମଧ୍ୟରୁ  ଅଧିକାଂଶ ସଂଗୀତ ଅଥବା ଲୋକ ପରାମ୍ପରା ବିଷୟରେ ବିଧିବଦ୍ଧ ତାଲିମ ପାଇ ନାହାନ୍ତି। ପରୀକ୍ଷାମୂଳକ ଭାବେ ଆରମ୍ଭ କରୁ କରୁ ସେମାନେ ଅବଲୀଳାକ୍ରମେ ନିଜସ୍ବ ଶୈଳୀ ଉଦ୍ଭାବନ କରିଛନ୍ତି। ଶୁଭମ୍‌ଙ୍କ ଭଳି ଆଉ ଜଣେ ଉଦୀୟମାନ ରାପର୍‌ ହେଉଛନ୍ତି ଅଭିନବ ଚୌଧୁରୀ। ବୃତ୍ତିରେ ସେ କମ୍ପ୍ୟୁଟର୍‌ ଅପରେଟର୍‌। ତାଙ୍କ ବାପା ଜଣେ ଶ୍ରମିକ। ଅଭିନବ ମଧ୍ୟ ନିଜସ୍ବ ଘାତପ୍ରତିଘାତମୟ ଜୀବନ-ଜଞ୍ଜାଳ କାହାଣୀକୁ ଗୀତରେ ଢାଳିଛନ୍ତି। ସେ କହନ୍ତି, ‘‘ବିତାଇଥିବା ଜୀବନ ଉପରେ ମୁଁ ରାପ୍‌ ରଚନା କରିଛି। ଆମକୁ ପ୍ରତିଷ୍ଠିତ କରିବାକୁ କୌଣସି ପ୍ରଭାବଶାଳୀ ବ୍ୟକ୍ତିତ୍ବ ନାହାନ୍ତି କି, ଆମେ ତାଲିମ ମଧ୍ୟ ନେଇନାହୁଁ। ଆମେ ଯାହାକିଛି କରିଛୁ ତାହା ଆମ ଜୀବନ ନିଃସୃତ।’’ ଅଭିନବ ଓ ଅନ୍ୟମାନଙ୍କ କ୍ଷେତ୍ରରେ ରାପ୍‌ ହେଉଛି ଆବେଗ-ଚାଳିତ ପ୍ରୟାସ। ତେଣୁ ସେ କହନ୍ତି, ‘‘ଲାଭ ଆଶାରେ ଆମେ ଗୀତ ଗାଇନାହୁଁ। ଏଥିରୁ ଖୁବ୍‌ ସ୍ବଳ୍ପ ଆୟ ହେଉଛି, କିନ୍ତୁ ଲୋକେ ଏ ଗୀତ ଶୁଣିବେ ବୋଲି ଆମ ମନରେ ଯେଉଁ ଆଶା ରହିଛି ତାହା ପ୍ରବଳ ହେଉଛି। ସେ ଆଶା ମଧ୍ୟ ଥରକୁ ଥର ସାର୍ଥକ ହେଉଛି।’’

ସ୍ବଳ୍ପ ଉପାର୍ଜନ ହେଉଥିଲେ ବି ଜବଲ୍‌ପୁରରେ ଅର୍ଦ୍ଧଶତକରୁ ଊର୍ଦ୍ଧ୍ବ ରାପର୍‌ ଗୀତ ଲେଖୁଛନ୍ତି, ରେକର୍ଡ କରୁଛନ୍ତି ଓ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନବେଳା କାମ କରନ୍ତି ଏବଂ ରାତିରେ ସଂଗୀତାଭିଳାଷ ସାକାର କରନ୍ତି। ଗୋଟିଏ ଗୀତ ହୁଏତ ଭାଗ୍ୟ ବଦଳାଇ ଦେବ- ପ୍ରତିଟି ନୂଆ ଗୀତ ପ୍ରସ୍ତୁତ କରୁଥିବା ବେଳେ ଏଇ ଆଶା ଟିକକ ସେମାନଙ୍କୁ ପ୍ରେରଣା ଦେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe