ନୂଆଦିଲ୍ଲୀ: ରତନ ଟାଟା କେବଳ ଜଣେ ନା ନୁହଁନ୍ତି ସେ ନିଜେ ଜଣେ ବ୍ରାଣ୍ଡ । ସେ ଥିଲେ ଶିଳ୍ପ ଜଗତର ଜଣେ ଜଣେ ଉଦୀୟମାନ ତାରକା । ଆଗାମୀ ଭାରତ ପାଇଁ ଜଣେ ସ୍ବର୍ଣିମ ଆଲୋକ ଭରା ସୁର୍ଯ୍ୟରଶ୍ମୀ । ତେବେ ଆଜି ହେଉଛି ସେହି ମହାନ ଶିଳ୍ପପତିଙ୍କ ଜନ୍ମ ଦିନ । ଜନ୍ମ ଦିନରେ ମନେ ପଡନ୍ତି ରତନ ଟାଟା । ଆଜିକାଲିର ବିଶିଷ୍ଟ ଉଦ୍ୟୋଗପତିଙ୍କ ପରି ରତନ ଟାଟା ଚାକଚକ୍ୟ ଜୀବନଶୈଳୀକୁ ଉପଭୋଗ କରୁ ନଥିଲେ । ସେ ଗରିବ ଲୋକଙ୍କ ପେଟର ଭୋକକୁ ବୁଝୁଥିଲେ।
ପିଲାବେଳ ଥିଲା ବେଶ ସଂଘର୍ଷମୟ
ରତନ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଏବଂ ଜଣେ କରୁଣାମୟ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଦ୍ବାରା ନିର୍ମିତ ସବୁ ଜିନିଷ କିପରି ସାଧାରଣ ଲୋକେ ବ୍ୟବହାର କରିପାରିବେ ସେ ସେହି ବିଷୟରେ ଭାବୁଥିଲେ। ସାଧାରଣ ଲୋକଙ୍କ ମନକଥା ବୁଝୁଥିବା ରତନ ଟାଟାଙ୍କ ପିଲାବେଳ ବେଶ ସଂଘର୍ଷମୟ ଥିଲା।
ଆହୁରି ପଢ଼ନ୍ତୁ:Nandankanan Zoological Park:ବାଘୁଣୀ ଜୟଶ୍ରୀର ୩ ଶାବକଙ୍କ ମଧ୍ୟରୁ ଗୋଟିଏ ଜୀବିତ
ସେ ସେ ୨୮ ଡିସେମ୍ବର ୧୯୩୭ ମସିହାରେ ମୁମ୍ବାଇରେ ନାଭାଲ ଟାଟା ଏବଂ ସୁନି ଟାଟାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ରତନ ମାତ୍ର ସାତ ବର୍ଷ ବୟସରେ ତାଙ୍କ ପିତାମାତାଙ୍କୁ ହରାଇଥିଲେ। ପିତାମାତାଙ୍କୁ ହରାଇ ତାଙ୍କର ବାଲ୍ୟଜୀବନ କଷ୍ଟମୟ ହୋଇପଡିଥିଲା। ପରେ ତାଙ୍କ ଜେଜେମା ନବଜବାଇ ଟାଟା ତାଙ୍କୁ ଲାଳନପାଳନ କରିଥିଲେ।
ପିଲାବେଳ ଶିକ୍ଷା କେଉଁଠୁ ଆରମ୍ଭ କରିଥିଲେ?
ରତନ ଟାଟାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ବ୍ୟବସାୟ ଏବଂ ସାମାଜିକ ଉନ୍ନତି ପାଇଁ ଅଟଳ ସମର୍ପଣ ସମସାମୟିକ ଇତିହାସରେ ଭାରତର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରୁ ତାଙ୍କର ଐତିହ୍ୟକୁ ଦୃଢ଼ କରିଛି। ରତନ ଟାଟା ନିଜର ସ୍କୁଲ ଶିକ୍ଷା ମୁମ୍ବାଇର କାମ୍ପିଅନ ସ୍କୁଲରୁ ଆରମ୍ଭ କରି କ୍ୟାଥେଡ୍ରାଲ ଏଣ୍ଡ ଜନ କନ୍ନନ ସ୍କୁଲରେ ସମାପ୍ତ କରିଥିଲେ। ୧୯୬୨ ରେ ସେ କର୍ଣେଲ ବିଶ୍ୱବିଦ୍ୟାଳୟରୁ ସ୍ଥାପତ୍ୟ କଳାରେ ସ୍ନାତକ ହାସଲ କରିଥିଲେ ଏବଂ ୧୯୭୫ରେ ହାର୍ବାର୍ଡ ବିଶ୍ୱବିଦ୍ୟାଳୟରୁ ଆଡଭାନ୍ସଡ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ହାସଲ କରିଥିଲେ।
ବିଶ୍ୱର ସବୁଠାରୁ ଶସ୍ତା କାର କରିଥିଲେ ତିଆରି
ସେ ୧୯୯୧ ରୁ ୨୦୧୨ ପର୍ଯ୍ୟନ୍ତ ଟାଟା ଗ୍ରୁପର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏହି ସମୟରେ ସେ ଟାଟା ଗ୍ରୁପକୁ ସଫଳତା ଏବଂ ବିଶ୍ୱସ୍ତରୀୟ ପରିଚିତିର ନୂତନ ଶିଖରରେ ପହଞ୍ଚାଇଥିଲେ। ତାଙ୍କ ନେତୃତ୍ୱରେ, ଟାଟା ଗ୍ରୁପ୍ ଏହାର ବିଶ୍ୱବ୍ୟାପୀ ଉପସ୍ଥିତିକୁ ବିସ୍ତାର କରିଥିଲା। ରତନ ଟାଟା ବିଶ୍ୱର ସବୁଠାରୁ ଶସ୍ତା କାର ନାନୋର ଶୁଭାରମ୍ଭ କରିଥିଲେ ।
ନିଆରା ଥିଲେ ରତନ
ସେ ସବୁବେଳେ କହୁଥିଲେ ଯେ , ଲୋକମାନେ ତୁମ ଉପରେ ଫୋପାଡ଼ିଥିବା ପଥରଗୁଡ଼ିକୁ ନିଅ ଏବଂ ସେଗୁଡ଼ିକୁ ଏକ ସ୍ମାରକୀ ନିର୍ମାଣ କରିବା ପାଇଁ ବ୍ୟବହାର କର। ଏଭଳି ଉଚ୍ଚକୋଟିର ଚିନ୍ତାଧାରା ଥିଲା ରତନ ଟାଟାଙ୍କର। ରତନ ଟାଟାଙ୍କ ଚିନ୍ତାଧାରା, ତାଙ୍କର ଦୃଷ୍ଟିକୋଣ ଏବଂ ଜୀବନଶୈଳୀ ସେତେବେଳର ବ୍ୟବସାୟୀମାନଙ୍କଠାରୁ ଭିନ୍ନ ଥିଲା। ସେ ନିଜ କର୍ମ କୁ ହିଁ ଭଗବାନ ଭାବୁଥିଲେ ।
ବିଭିନ୍ନ ଉପାଧିରେ ହୋଇଥିଲେ ସମ୍ମାନିତ
ଭାରତର ଅଭିବୃଦ୍ଧିରେ ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ରତନ ଟାଟାଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଏବଂ ୨୦୦୮ ମସିହାରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ଏହାଛଡା ସେ ବିଭିନ୍ନ ରାଜ୍ୟ ସମ୍ମାନ ମଧ୍ୟ ପାଇଛନ୍ତି, ଯେଉଁଥିରେ ସାଧାରଣ ପ୍ରଶାସନ ପାଇଁ ମହାରାଷ୍ଟ୍ର ଭୂଷଣ ପୁରସ୍କାର ଏବଂ କର୍କଟ ରୋଗ ଚିକିତ୍ସାରେ ତାଙ୍କ ପ୍ରୟାସ ପାଇଁ ଆସାମ ବୈଭବ ମଧ୍ୟ ଅନ୍ତର୍ଭୁକ୍ତ।
ପ୍ରେମ ରହିଗଲା ଅଧୁରା
ରତନ ଟାଟା ଲସ୍ ଆଞ୍ଜେଲସ୍ରେ କାମ କରିବା ସମୟରେ ସେ ପ୍ରେମରେ ପଡ଼ିଥିଲେ। କିନ୍ତୁ ୧୯୬୨ ମସିହାରେ ଚାଲିଥିବା ଭାରତ-ଚୀନ୍ ଯୁଦ୍ଧ ଯୋଗୁଁ, ଝିଅଟିର ପିତାମାତା ତାଙ୍କୁ ଭାରତ ଆସିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ସେଥିପାଇଁ ରତନ ଟାଟା ଚାରି ଥର ବିବାହର ନିକଟତର ହେବା ସତ୍ତ୍ୱେ ମଧ୍ୟ ସାରାଜୀବନ ଅଭିବାହିତ ରହିଥିଲେ।
ରତନ ଟାଟା ୨୮ ଡିସେମ୍ବର ୨୦୧୨ରେ ଟାଟା ଗ୍ରୃପରୁ ସେ ଅବସର ନେଇଥିଲେ। ବ୍ୟବସାୟରୁ ଅବସର ନେବା ପରେ ସେ ୬୫ ପରସେଣ୍ଟ ଗରିବ ଅସହାୟଙ୍କୁ ଦାନ କରିଥିଲେ ଏଭଳି ଜଣେ ମହାନ ବ୍ୟକ୍ତିତ୍ବଙ୍କର ଜୀବନ ଦୀପ ୯ ଅକ୍ଟୋବର ୨୦୨୪ ରେ ଲିଭିଯାଇଥିଲା । ସେ ସିନା ନାହାନ୍ତି କିନ୍ତୁ ନିଜର ପ୍ରତିଟି ଜନହିତକର କାର୍ଯ୍ୟରେ ସେ ଲୋକଙ୍କ ମନରେ ସବୁଦିନ ପାଇଁ ରହି ଯାଇଛନ୍ତି ।
ଆହୁରି ପଢ଼ନ୍ତୁ:Board Exams 2026: ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖିବାକୁ ଚାହୁଁଛନ୍ତି କି ? ଏହି ୫ ଉପାୟ ଆପଣେଇବାକୁ ଭୁଲନ୍ତୁ ନାହିଁ...
ଲୁଣ ଠାରୁ ଆରମ୍ଭ କରି ଏୟାରଲାଇନ୍ସରେ ଯିବା ବେଳେ ସେ ମନେ ପଡିବେ ନିଶ୍ଚୟ। ଆଗାମୀ ୧୦ ଦଶନ୍ଧି ଧରି ସେ ଜନମପଖରେ ସ୍ମରଣୀୟ ହୋଇ ରହିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/28/love-in-the-hand-2025-12-28-17-38-27.jpg)