ମହର୍ଷି ଦୟାନନ୍ଦ ସରସ୍ବତୀ ଓ ଆର୍ଯ୍ୟସମାଜ ପରସ୍ପର ସହିତ ଘନିଷ୍ଠ ଭାବେ ସମ୍ବନ୍ଧିତ। ଉଭୟ ମଧ୍ୟରେ ସମୟ ବ୍ୟବଧାନ ପ୍ରାୟ ୫୦ ବର୍ଷ। କାରଣ, ୧୮୨୪ ମସିହା ଫେବ୍ରୁଆରୀ ମାସ ୧୨ ତାରିଖରେ ଦୟାନନ୍ଦଙ୍କର ଜନ୍ମ ଏବଂ ୧୮୭୫ ମସିହାରେ ଆର୍ଯ୍ୟସମାଜର ପ୍ରତିଷ୍ଠା। ଏ ଭିତରେ ଦୟାନନ୍ଦଙ୍କର ଦୁଇଶହ ବର୍ଷ ଓ ଅାର୍ଯ୍ୟ ସମାଜର ଦେଢ଼ଶହ ବର୍ଷର ଉତ୍ସବ ପାଳିତ ହୋଇ ସାରିଛି।
Preparation: ଚଳିତ ଆହୁରି ଭବ୍ୟ ହେବ ଓଡ଼ିଆ ପକ୍ଷ
ଗୁଜୁରାଟର ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଦୟାନନ୍ଦ। ତାଙ୍କର ମୂଳ ନାଆଁ ଥିଲା ମୂଲଶଙ୍କର ତିୱାରୀ। ପିତା ଥିଲେ ନୈଷ୍ଠିକ ଶିବଭକ୍ତ। ସେ ପୁଅ ମୂଲଶଙ୍କରଙ୍କୁ ସେହି ଭାବଧାରାରେ ଦୀକ୍ଷିତ କରିଥିଲେ। ଚାହୁଁଥିଲେ, ସେ ପୂଜକଟିଏ ହୁଅନ୍ତୁ। ମାତ୍ର ମୂଲଶଙ୍କର ତାହା ଚାହିଁ ନ ଥିଲେ। ପିଲାଦିନର ଗୋଟିଏ ଘଟଣା ତାଙ୍କୁ ମୂର୍ତ୍ତିପୂଜା ପ୍ରତି ଅନାଗ୍ରହୀ କରିଥିଲା। ସେ ନିରାକାର ବ୍ରହ୍ମଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ୨୧ ବର୍ଷ ବୟସରେ ସେ ନିଜକୁ ସେହି ଭାବଧାରାର ପ୍ରଚାର, ପ୍ରସାର ପ୍ରତି ସମର୍ପିତ କରି ଦେଇଥିଲେ। ବୈଦିକ ଜ୍ଞାନର ପୁନରୁଦ୍ଧାର ଥିଲା ତାଙ୍କର ଲକ୍ଷ୍ୟ। ସେଥିପାଇଁ ଚାରିବେଦ, ଦଶ ପ୍ରମୁଖ ଉପନିଷଦ ଓ ଛଅ ବେଦାଙ୍ଗର ଗଭୀର ଅଧ୍ୟୟନ ସେ କରିଥିଲେ।
‘ସତ୍ୟାର୍ଥ ପ୍ରକାଶ’ ମହର୍ଷି ଦୟାନନ୍ଦଙ୍କର ପ୍ରମୁଖ କୃତି। ପିତୁଳାପୂଜାର ପ୍ରତ୍ୟାଖ୍ୟାନ ଓ ବୈଦିକ ଜ୍ଞାନର ପ୍ରସାର ନିମନ୍ତେ ତାହା ଥିଲା ଏକ ସାଧନ। ତାହାର ଆଧାରରେ ସମାଜସଂସ୍କାର, ନାରୀ ସଶକ୍ତିକରଣ, ନାରୀ ଅଧିକାରର ସୁରକ୍ଷା, ନାରୀ ଶିକ୍ଷାର ପ୍ରସାର ଓ ବିଧବା ବିବାହକୁ ସେ ପ୍ରୋତ୍ସାହିତ କରିଥିଲେ। ତାହାର ଆଧାରରେ ପିତୁଳାପୂଜା ଓ ବାଲ୍ୟବିବାହକୁ ସେ ବିରୋଧ କରିଥିଲେ।
କ୍ୟାପିଟାଲ୍ କ୍ଲାସ୍-୨୦୨୬ ଉଦ୍ଘାଟିତ
ଏ କ୍ଷେତ୍ରରେ ସକ୍ରିୟ ଭାବରେ କାର୍ଯ୍ୟ କରିବାପାଇଁ ୧୮୭୫ ମସିହାରେ ସେ ପ୍ରତିଷ୍ଠା କରିଥିଲେ ଆର୍ଯ୍ୟସମାଜ। ତାହା ଥିଲା ଏକ ଆଧ୍ୟାତ୍ମିକ ଆନ୍ଦୋଳନ। ହିନ୍ଦୁଧର୍ମର ସଂସ୍କାର କରି ସାମାଜିକ ପରିବର୍ତ୍ତନ ଆଣିବା ତାହାର କାର୍ଯ୍ୟ ଥିଲା। ବୈଦିକ ମୂଲ୍ୟବୋଧର ପୁନରୁଦ୍ଧାର ଓ ସାମାଜିକ ବିକାଶ ଥିଲା ତାହାର ଲକ୍ଷ୍ୟ।
‘ଶ୍ରୀମଦ୍ଭଗବଦ୍ଗୀତା’ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି–‘‘ଯେତେବେଳେ ଧର୍ମର ଗ୍ଳାନି ଏବଂ ଅଧର୍ମର ଉତ୍ଥାନ ହୁଏ, ସେତେବେଳେ ସାଧୁଜନଙ୍କର ପରିତ୍ରାଣ ଏବଂ ଧର୍ମର ସଂସ୍ଥାପନା ପାଇଁ ମୁଁ ଅବତାର ଗ୍ରହଣ କରେ।’’ ମନେହୁଏ ମହର୍ଷି ଦୟାନନ୍ଦ ଥିଲେ ସେହି ଅର୍ଥରେ ଏକ ଅବତାର। ବୈଦିକ ଧର୍ମର ସଂସ୍ଥାପନା ନିମନ୍ତେ ତାଙ୍କର ଆବିର୍ଭାବ ଘଟିଥିଲା।
Follow Us