Mahendra Kumar Mishra: ପ୍ରଥମ ଶ୍ରେଣୀର ପ୍ରଥମ ଆବେଗ ହିଁ ମୋତେ ବହୁ ସମ୍ମାନର ଅଧିକାରୀ କରିଛି: ମହେନ୍ଦ୍ର କୁମାର ମିଶ୍ର

Advertisment

ଭାରତ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ‘ପଦ୍ମଶ୍ରୀ’ ପୁରସ୍କାର ଲାଗି ମନୋନୀତ ହୋଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିକ୍ଷାବିତ୍‌ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ତାଙ୍କ ଜନ୍ମ ଆଦିବାସୀ ବହୁଳ ନୂଆପଡ଼ା ଜିଲ୍ଲାର ସିନାପାଲ୍ଲୀ ଗାଁରେ।

ଭାରତ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ‘ପଦ୍ମଶ୍ରୀ’ ପୁରସ୍କାର ଲାଗି ମନୋନୀତ ହୋଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିକ୍ଷାବିତ୍‌ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ତାଙ୍କ ଜନ୍ମ ଆଦିବାସୀ ବହୁଳ ନୂଆପଡ଼ା ଜିଲ୍ଲାର ସିନାପାଲ୍ଲୀ ଗାଁରେ।

fshhfshfsvbxvbbv

ଭାରତ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ‘ପଦ୍ମଶ୍ରୀ’ ପୁରସ୍କାର ଲାଗି ମନୋନୀତ ହୋଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଶିକ୍ଷାବିତ୍‌ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ତାଙ୍କ ଜନ୍ମ ଆଦିବାସୀ ବହୁଳ ନୂଆପଡ଼ା ଜିଲ୍ଲାର ସିନାପାଲ୍ଲୀ ଗାଁରେ। ୧୯୫୨ ଏପ୍ରିଲ୍‌ ପହିଲାରେ ଜନ୍ମିତ ଡ. ମିଶ୍ର କଳାହାଣ୍ଡିରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଶିକ୍ଷା ସାରିବା ପରେ ୧୯୭୫ରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ବିଭିନ୍ନ ବରିଷ୍ଠ ପଦାଧିକାରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୦ରେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କରିଥିଲେ ହେଁ ସେ ନିରବଚ୍ଛିନ୍ନ ଭାବେ ଓଡ଼ିଶା ସମେତ ରାଜସ୍ଥାନ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ବହୁଳ ଅଞ୍ଚଳରେ ମାତୃଭାଷାରେ ଶିକ୍ଷା, ସ୍ଥାନୀୟ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହାସହିତ ବିଭିନ୍ନ ଆଦିବାସୀ ଗ୍ରାମରେ ଲାଇବ୍ରେରି ପ୍ରତିଷ୍ଠା ଅଭିଯାନ ମଧ୍ୟ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ପ୍ରିୟ ସଂଘର୍ଷର ଯାତ୍ରା, ସାଧନା ଓ ସଫଳତାର କାହାଣୀକୁ ନେଇ ରବିବାର ସମ୍ବାଦର ବିଶେଷ ଉପସ୍ଥାପନା।

Bihar Politics: ପପୁ ଯାଦବଙ୍କ ସମର୍ଥନରେ ବାହାରିଲେ ରାହୁଲ-ପ୍ରିୟଙ୍କା

ସିନାପାଲ୍ଲୀର ସୁନାପୁଅ
‘‘ସିନାପାଲ୍ଲୀ ଅଞ୍ଚଳର ଜନଜାତିଙ୍କ ଭାଷା ଓ ସଂସ୍କୃତି ମୋ ବାଲ୍ୟ ଜୀବନକୁ ପ୍ରଭାବିତ କରିଥିଲା। ଆଦିବାସୀଙ୍କ ପରମ୍ପରା ଓ ଜୀବନଶୈଳୀ ଦ୍ବାରା ମୁଁ ଆକର୍ଷିତ ହୋଇଥିଲି। ଚାଟଶାଳୀର ଗୋଟିଏ କୋମଳମତି ଶିଶୁ ଭାବେ ଶିକ୍ଷାରମ୍ଭର ପ୍ରଥମ ଦିନରୁ ହିଁ ଆଦିବାସୀ ସମ୍ପ୍ରଦାୟର ପିଲା ପାଠ ପଢ଼ିବାରେ ଯେଉଁ ଭାଷାଗତ ସମସ୍ୟାର ସମ୍ମୁଖୀନ ହେଉଥିଲେ, ତାହା ମୋତେ ଚିନ୍ତିତ କରିଥିଲା। ସେହିଠାରୁ ହିଁ ମୁଁ ଆଦିବାସୀଙ୍କ ନିଜସ୍ବ ଭାଷାର ବିକାଶ ଓ ପ୍ରସାର ଲାଗି ପ୍ରେରଣା ଲାଭ କରିଥିଲି। ମୋ ଗାଁ ମାଟି ଓ ଭାଷା ମୋତେ ଶିକ୍ଷା ଦେଇଥିଲା ଯେ ଭାରତୀୟ ଜ୍ଞାନକୌଶଳ ଓ ବିଦ୍ୟାବୁଦ୍ଧିର ବିକାଶରେ ଜନଜାତିଙ୍କ ପାରମ୍ପରିକ ଶିକ୍ଷା ତଥା ଜୀବନଧାରାର ମହତ୍ତ୍ବପୂର୍ଣ୍ଣ ଅବଦାନ ରହିଛି। ନୂଆପଡ଼ାର ଆଦିବାସୀ ଜୀବନଧାରା ଆମ ପରିବାରର ନିତିଦିନିଆ ଚଳଣିକୁ ବହୁ ଭାବେ ପ୍ରଭାବିତ କରିଥିଲା। ମୋ ବାପା ଅନନ୍ତରାମ ଓ ମାଆ ବେଦମତୀ ମିଶ୍ର ମଧ୍ୟ ଏହାକୁ ଗ୍ରହଣ କରି ନେଇଥିଲେ।’’

ମାତୃଭାଷାଭିତ୍ତିକ ବହୁଭାଷୀ ଶିକ୍ଷା
୭୩ ବର୍ଷ ବୟସରେ ପଦାର୍ପଣ କରିଥିଲେ ବି ସେ ନିଜ ଲକ୍ଷ୍ୟ ଓ କାର୍ଯ୍ୟରୁ ବିଚ୍ୟୁତ ହୋଇନାହାନ୍ତି। ନୂଆଦିଲ୍ଲୀସ୍ଥିତ ଲାଙ୍ଗୁଏଜ୍ ଆଣ୍ଡ୍‌ ଲର୍ଣ୍ଣିଂ ଫାଉଣ୍ଡେସନ୍ (ଏଲ୍. ଏଲ୍. ଏଫ୍.)ର ଜାତୀୟ ପରାମର୍ଶଦାତା ଭାବେ ସେ ୮ଟି ରାଜ୍ୟରେ ଲୋକଲୋଚନରୁ ଦୂରରେ ଥିବା ପାରମ୍ପରିକ ଭାଷା ଓ ସାହିତ୍ୟକୁ ଶିକ୍ଷାଦାନ କ୍ଷେତ୍ରକୁ ଆଣିବା‌ ଲାଗି ଅକ୍ଳାନ୍ତ ପରିଶ୍ରମ ଚଳାଇଛନ୍ତି। ଏହା ସହିତ ରୁଷ୍‌, ଥାଇଲାଣ୍ଡ୍‌, ଦକ୍ଷିଣ କୋରିଆ, ଚୀନ୍‌, ନେପାଳ ଓ ବାଂଲାଦେଶ ପ୍ରଭୃତି ରାଷ୍ଟ୍ରର ସରକାରଙ୍କ ଅନୁରୋଧ ଓ ପରାମର୍ଶକ୍ରମେ ସେଠାକାର ପ୍ରାଚୀନ ଜନଜାତି ଓ ଆଦିବାସୀଙ୍କ କଥିତ ଭାଷା ଓ ସାହିତ୍ୟର ସଂରକ୍ଷଣ, ବିକାଶ ଓ ଶିକ୍ଷାଦାନ ଉପରେ କାର୍ଯ୍ୟ କରୁଛନ୍ତି।
ଦେଶର ନୂତନ ଶିକ୍ଷା ନୀତିରେ ସ୍ଥାନୀତ ମାତୃଭାଷା ଭିତ୍ତିକ ବହୁଭାଷୀ ଶିକ୍ଷା ପଦ୍ଧତି (ମଲ୍ଟି ଲିଙ୍ଗୁଆଲ୍‌ ଏଜୁକେସନ୍‌)ର ପିତାମହ ଭାବେ ପରିଚିତ ଡ. ମିଶ୍ର ୧୯୯୬ରେ ଓଡ଼ିଶାରେ ଏହାର ମୂଳଦୁଆ ପକାଇଥିଲେ। ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳ ସମୟରେ ଏମ୍.ଏଲ୍.ଇ. ରାଜ୍ୟ ସଂଯୋଜକ ଭାବରେ ସେ ଆଦିବାସୀ ପିଲାମାନଙ୍କ ପାଠ ପଢ଼ିବାରେ ବୈପ୍ଳବିକ ପରିବର୍ତ୍ତନ ଆଣି ଶିକ୍ଷା କ୍ଷେତ୍ରରେ ନବସୃଜନ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ସେ ଓଡ଼ିଶାର ୨୧ଟି ଆଦିବାସୀ ଜନଜାତିଙ୍କ ସ୍ବକୀୟ ଭାଷାରେ ପାଠ୍ୟକ୍ରମ ବିକଶିତକରି ସେମାନଙ୍କ ଅଧ୍ୟୟନର ଭିତ୍ତି ସ୍ଥାପନ କରିଥିଲେ।

ପ୍ରଥମ ଶ୍ରେଣୀରୁ ମିଳିଥିଲା ପ୍ରେରଣା
‘‘ମୁଁ  ଯେତେବେଳେ ପ୍ରଥମ ଶ୍ରେଣୀରେ ପଢ଼ିବା ଆରମ୍ଭ କଲି, ସେତେବେଳେ ଆମେ ସ୍ଥାନୀୟ ଆଦିବାସୀ ଭାଷା କହୁଥିଲୁ। କିନ୍ତୁ ଓଡ଼ିଆ ପାଠ୍ୟପୁସ୍ତକ ପଢ଼ିଲୁ। ତେଣୁ ସ୍ଥାନୀୟ ଆଦିବାସୀ ଭାଷାକୁ ଅଧିକ ପଢ଼ିବାର ସୁଯୋଗ ନଥିଲା। ଜନଜାତିଙ୍କ ମାତୃଭାଷାକୁ ଅଣଦେଖା କରାଯିବାର ନିଷ୍ଠୁର ବାସ୍ତବତାକୁ ମୁଁ ଅନୁଭବ କଲି ଏବଂ ଆଦିବାସୀ ପିଲାମାନଙ୍କ ମନର ବ୍ୟଥାକୁ ବି ବୁଝିପାରିଲି। ପରବର୍ତ୍ତୀ ସମୟରେ ବୟସର ବୃଦ୍ଧି ସହିତ ଜ୍ଞାନର ପରିପକ୍ବତା ଆସିବା ପରେ ମୁଁ ଅନୁଧ୍ୟାନ କଲି, ଯେହେତୁ ଆଦିବାସୀଙ୍କ ନିଜସ୍ୱ ଭାଷାରେ ପାଠ୍ୟ ପୁସ୍ତକ ନାହିଁ ଏବଂ ନିଜ ମାତୃଭାଷାରେ ସେମାନେ ପଢ଼ିବାର ସୁଯୋଗ ପାଉନାହାନ୍ତି ସେଥିପାଇଁ ଅନେକ ପିଲା ଅଧାରୁ ପାଠପଢ଼ା ଛାଡ଼ି ଦେଉଛନ୍ତି। ମୁଁ ଏଠାରେ କହି ରଖିବାକୁ ଚାହେ, ଯଦିଓ ଏହା ଏକମାତ୍ର କାରଣ ନୁହେଁ; କିନ୍ତୁ ଏହା ଗୋଟିଏ ପ୍ରମୁଖ କାରଣ। ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ ସେଦିନ ମୋ ମନରେ ଜାଗ୍ରତ ହୋଇଥିବା ଏହି ଭାବନାକୁ ନେଇ ଆଦିବାସୀ ଲୋକକଥା ଉପରେ ମୁଁ ଅଧିକ ଗବେଷଣା କରିବାକୁ ପ୍ରେରଣା ପାଇଥିଲି ଏବଂ ସଫଳ ହୋଇ ଡକ୍ଟରେଟ୍‌ ଡିଗ୍ରି ହାସଲ କଲି। ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ସେହି ଅନୁଭୂତି ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା।’’

Bihar Politics: ପପୁ ଯାଦବଙ୍କ ସମର୍ଥନରେ ବାହାରିଲେ ରାହୁଲ-ପ୍ରିୟଙ୍କା

ଶ୍ରେଣୀରେ ସୀମିତ ନୁହେଁ ଶିକ୍ଷା
ଆଦିବାସୀ ଜନଜାତିଙ୍କର ମୌଖିକ ଓ ମୌଳିକ ପରମ୍ପରା, ସଂସ୍କୃତି ଓ ଭାଷାର ଆତ୍ମାକୁ ୨୫ରୁ ଅଧିକ ପୁସ୍ତକରେ ସ୍ଥାନୀତକରି ଏକ ବିରଳ ଗୌରବ ହାସଲ କରିଛନ୍ତି ଡ. ମିଶ୍ର। ତାଙ୍କ ଦ୍ବାରା ପ୍ରଣୀତ ପାଠ ପଢ଼ାଇବାର ନୂଆ ଶୈଳୀକୁ ୨୦୨୦ ଜାତୀୟ ଶିକ୍ଷା ନୀତିରେ ଗ୍ରହଣ କରାଯାଇଛି। ନିଜ ଶିକ୍ଷାଦାନ ପଦ୍ଧତିର ସ୍ୱତନ୍ତ୍ରତାକୁ ନେଇ ସେ କହନ୍ତି, ‘‘ମୋର କାର୍ଯ୍ୟକୁ ମୁଁ କେବଳ ବିଦ୍ୟାଳୟର ଶ୍ରେଣୀ ଗୃହରେ ସୀମିତ କରିବାକୁ ଚାହେନାହିଁ। ବିଦ୍ୟାଳୟ-ବିଦ୍ୟାର୍ଥୀ-ସମାଜ ମଧ୍ୟରେ ସମ୍ପର୍କର ସମନ୍ୱୟକୁ ଗୁରୁତ୍ୱ ଦେଇ ସଫଳ ହୋଇଥିଲି। ପାଠ୍ୟ ପୁସ୍ତକ ପଢ଼ିବା ସହିତ ସ୍ଥାନୀୟ ପାରମ୍ପରିକ କଳା, ସଂସ୍କୃତି, ନୃତ୍ୟ, ସଂଗୀତ, ଲୋକକଥା ଓ ଗୀତ ଏବଂ ସ୍ଥାନୀୟ ପୂର୍ବଜଙ୍କ ଜ୍ଞାନକୌଶଳ ତଥା ପ୍ରାଚୀନ କିଂବଦନ୍ତି, ପୌରାଣିକ କାହାଣୀ ଓ ପ୍ରବାଦ ଉପରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଜ୍ଞାନ ରହିବା ଜରୁରି। ମୁଁ ଶିକ୍ଷାଦାନ ପଦ୍ଧତିରେ ଏସବୁ ଅନ୍ତର୍ଭୁକ୍ତ କରିଥିଲି।’’

ନିରବି ଯାଉଥିବା ଜନଜାତିଙ୍କ ସ୍ବକୀୟ ଭାଷା ଓ ସାହିତ୍ୟକୁ ସଂଜୀବିତ କରିବା କ୍ଷେତ୍ରରେ ଡକ୍ଟର ମିଶ୍ରଙ୍କ ଭୂମିକା ଅବଶ୍ୟ ପ୍ରଶଂସନୀୟ। ଏଥିଲାଗି ଆଞ୍ଚଳିକ ସ୍ତରରୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ, ସବୁଠାରେ ସେ ସ୍ବୀକୃତ।

‘କାଲେଭାଲା’ର ପ୍ରଚ୍ଛଦ କାହାଣୀ
ଫିନ୍‌ଲ୍ୟାଣ୍ଡ୍‌ ରାଷ୍ଟ୍ର ଓ ଭାଷାକୁ ସ୍ୱିଡେନ୍‌ ଓ ଡେନ୍‌ମାର୍କ ଭଳି ଦେଶ ଦମନକରି ରଖିଥିଲେ। ୧୮୩୫ ମସିହାରେ କାଲେଭା ଅଞ୍ଚଳରେ ଏଲିୟସ୍‌ ଲର୍ଣ୍ଣଟ୍‌ ନାମକ ଜଣେ ଡାକ୍ତର ରୋଗୀ ସେବା କରିବା ସମୟରେ ସେମାନଙ୍କର ମୌଳିକ ଭାଷାର ଲୋକଗୀତ ଶୁଣିଲେ ଏବଂ ସେଥିରେ ଗୋଟିଏ କଥାବସ୍ତୁ ଖୋଜି ପାଇଲେ। ପରବର୍ତ୍ତୀ ସମୟରେ ସେହି କଥାବସ୍ତୁ ଫିନ୍‌ଲ୍ୟାଣ୍ଡ୍‌ ରାଷ୍ଟ୍ରର ମହାକାବ୍ୟ କାଲେଭାଲା ନାମରେ ପରିଚିତ ହେଲା। ଏହି କାହାଣୀଟି ମୋତେ ବିଶିଷ୍ଟ ସାହିତ୍ୟିକ ଚିତ୍ତରଞ୍ଜନ ଦାସ କହିଥିଲେ ଏବଂ କାଲେଭାଲା ମହାକାବ୍ୟର ଇଂରାଜୀ ଅନୁବାଦଟିକୁ ଓଡ଼ିଆରେ ଲେଖିବାକୁ ଦେଇଥିଲେ ବୋଲି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପ୍ରକାଶ କରିଛନ୍ତି।  

ବାସ୍ତବ ଶିକ୍ଷାଦାନ ଓ ଗ୍ରହଣର ପରିଭାଷା
‘‘କେବଳ ପାଠ୍ୟ ପୁସ୍ତକରୁ ଜ୍ଞାନ ଅର୍ଜନକରି ସାକ୍ଷର ହୋଇ ପରୀକ୍ଷାରେ ସଫଳତାର ପ୍ରମାଣପତ୍ର ହାସଲ କରିଦେଲେ ଶିକ୍ଷା ହୁଏନାହିଁ। ଶ୍ରେଣୀଗୃହରେ ନିଜ ନିଜର ମାତୃଭାଷା ମାଧ୍ୟମରେ ପ୍ରାରମ୍ଭିକ ଶିକ୍ଷାଦାନ ନିତାନ୍ତ ଆବଶ୍ୟକ। ସେହିପରି ସ୍ଥାନୀୟ ଆଦିବାସୀଙ୍କ ଶିକ୍ଷାଦାନ ପାଇଁ ସେମାନଙ୍କ ମାତୃଭାଷା ଓ ସାହିତ୍ୟକୁ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଅନ୍ତର୍ଭୁକ୍ତ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ ସମୟରେ ଯେପରି ନିଜ ଭାଷାକୁ ଯେପରି ଅପରିଚିତ ମନେ ନ କରନ୍ତି, ଏହା ଶିକ୍ଷାଦାନର ମୂଳ ଲକ୍ଷ୍ୟ ହେବା ଉଚିତ। ଏହା ହୋଇପାରିଲେ ଶିକ୍ଷା ଗ୍ରହଣ ସଫଳ ହେବ ଏବଂ ପାଠ ପଢ଼ିବାର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ। ଅନୁଭବ ଓ ଅଭିଜ୍ଞତାକୁ ଆଧାରକରି ଶିକ୍ଷାଦାନ ଓ ଗ୍ରହଣ କରିବା ହେଉଛି ବାସ୍ତବ ଶିକ୍ଷା।’’

ସଂଘର୍ଷ, ସାଧନା ଓ ସଫଳତା
ନିରବି ଯାଉଥିବା ଜନଜାତିଙ୍କ ସ୍ବକୀୟ ଭାଷା ଓ ସାହିତ୍ୟକୁ ସଂଜୀବିତ କରିବା କ୍ଷେତ୍ରରେ ଡକ୍ଟର ମିଶ୍ରଙ୍କ ଭୂମିକା ଅବଶ୍ୟ ପ୍ରଶଂସନୀୟ। ଏଥିଲାଗି ଆଞ୍ଚଳିକ ସ୍ତରରୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚ ପର୍ଯ୍ୟନ୍ତ, ସବୁଠାରେ ସେ ସ୍ବୀକୃତ। ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ୨୦୨୩ରେ ସେ ପ୍ରଥମ ଭାରତୀୟ ଭାବେ ୟୁନେସ୍କୋ ଅନ୍ତର୍ଜାତୀୟ ମାତୃଭାଷା ପୁରସ୍କାର ଲାଭ କରିଥିଲେ। ଫିଲିପ୍ପିନ୍‌ସ୍‌ର ଜାତୀୟ ମହାକାବ୍ୟ ‘କାଲେଭାଲା’କୁ ଓଡ଼ିଆରେ ଅନୁବାଦକରି ସେ ୨୦୦୨ରେ କାଲେଭାଲା ପୁରସ୍କାର ଏବଂ ଏଥିସହ ୧୯୯୯ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୯ରେ ଆଦିବାସୀ ଭାଷା ଓ ସାହିତ୍ୟ ସାଧନା ପାଇଁ ମଧ୍ୟପ୍ରଦେଶ ସରକାର ତାଙ୍କୁ ବୀର ଶଙ୍କର ଶାହ ରଘୁନାଥ ଶାହ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe